ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ଘଟଣାରେ DFO ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପରେ ବାହାରିଲା ଏହି ବଡ ରାଜ

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ରହସ୍ୟ ଘେରରେ ଗତି କରୁଛି । ବର୍ତ୍ତମାନ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲାରେ ବଡ ମୋଡ ଦେଖିବାକୁ ମିଳିଛି । ଦୁଇ ଦୁଇ ଥର ପୋ-ଲି-ସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଏବେ ହେଲା ଅ-ଭି-ଯୁ-କ୍ତ ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକସନ ଟେଷ୍ଟ । ଭୁବନେଶ୍ଵର ଫରେନସିକ ଲ୍ୟାବରେ ମିଛଧରା ପରୀକ୍ଷା କରିବା ସମୟରେ ଡିଏଫଓଙ୍କ ଗାଡି ଦେଖା ଯାଇଛି । ଏ ବିଷୟରେ ଗଣ ମାଧ୍ୟମକୁ କୌଣସି ସୂଚନା କରାଯାଇ ନ ଥିଲା ।

ସୂଚନା ଅନୁସାରେ ଡିଏଫଓ ସଂଗ୍ରାମ କେସରୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଫରେନସିକ ଲ୍ୟାବକୁ ଅଣାଯାଇ ଲାଏ ଡିଟେକ୍ସନ ଟେଷ୍ଟ ଆଜି ସକାଳ ୮ଟା ରୁ ଆରମ୍ଭ ହୋଇଛି । ପୂର୍ବରୁ ଦୁହିଙ୍କୁ ଯେଉଁ ପ୍ରଶ୍ନ କରାଯାଇ ଥିଲା ତାହା କେତେ ସତ କେତେ ମିଛ ଜାଣିବା ପାଇଁ ଏହି ଟେଷ୍ଟ କରା ଯାଇଛି । ଏହି ଟେଷ୍ଟରେ ଡିଏଫଓଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ କରା ଯାଇଛି । ଦୁହିଙ୍କୁ ଅଲଗା ଅଲଗା କରି ପ୍ରଶ୍ନ କରା ଯାଇଛି । ରୋଷେୟାଙ୍କୁ ମଧ୍ୟ ୫୦ରୁ ଅଧିକ ପ୍ରଶ୍ନର ସମୁଖିନ୍ନ ହେବାକୁ ପଡିଥିଲା । ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି କି ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇ ପାରେ ।

ସୋମ୍ୟଙ୍କ ମୃ-ତ୍ୟୁକୁ ଗତ ଦୁଇ ମାସ ବୀତି ଯାଇଥିଲେ ମଧ୍ୟ ଅ-ଭି-ଯୁ-କ୍ତ ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟା ଙ୍କ ବିରୁଦ୍ଧରେ ଏ ଯାଏଁ ସଠିକ ପ୍ରମାଣ ମିଳି ନାହି । ପୋ-ଲି–ସ ୩୪ ଦିନ ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚର ୩୪ ଦିନ ତଦନ୍ତ ପରେ ମଧ୍ୟ କୌଣସି ଫଳ ମିଳି ନାହି । ଏହି ସମୟ ମଧ୍ୟରେ ବିଦ୍ୟା ଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା କରା ଯାଇଥିଲା । ଏହାର ଦୁଇ ସପ୍ତାହ ପରେ ହଟାତ ଆଜି ଡିଏଫଓ ଓ ରୋଷେୟାକୁ ଜେରା କରା ଯାଇଛି । ଏହି ଟେଷ୍ଟକୁ ନେଇ ସୋମ୍ୟଙ୍କ ପରିବାର ଲୋକେ କହିଛନ୍ତି କି ଅ-ଭି-ଯୁ-କ୍ତକୁ ମୁକ୍ତ କରିବା ପାଇଁ ବାଟ ପ୍ରସ୍ତୁତ ହେଉଛି ।

ସରକାର ଓ କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହି ବୋଲି ସୋମ୍ୟଙ୍କ ପରିବାର ଅ-ଭି-ଯୋ-ଗ କରିଛନ୍ତି । ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉ ବୋଲି ସୋମ୍ୟଙ୍କ ପରିବାର ଦାବି କରିଛନ୍ତି । ଲାଏ ଡିଟେକସନ ଟେଷ୍ଟ ଏକ ଫାର୍ଶ ବୋଲି ସୋମ୍ୟ ଙ୍କ ବାପା କହିଛନ୍ତି । ଏହା ଅ-ପ-ରା-ଧୀ-କୁ ସୁରକ୍ଷା ଦେବା ପାଇଁ ଏକ ଡ୍ରାମା କରା ଯାଉଛି ଯାହାର କୌଣସି ମୂଲ୍ୟ ନାହିଁ ବୋଲି ଆଇନଜୀବୀ କହିଛନ୍ତି । ତେବେ କ୍ରାଇମବ୍ରାଞ୍ଚ ଆଗକୁ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା ରେ କେଉଁ ତଦନ୍ତ କରିବା ତାହା ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *