କ୍ୟାମେରାରେ ହେଲା କଏଦ, ଅଚାନକ ଆକାଶକୁ ଉଡିବାକୁ ଲାଗିଲା ପୋଖରୀ ପାଣି, ଆଉ ତା ପରେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପ୍ରକୃତିର ଅନେକ ଦୃଶ୍ୟ ରହିଛି ଯାହା ଆଗରୁ କେବେ ଘଟି ନ ଥିବ । ଏମିତି କିଛି ବିରଳ ଦୃଶ୍ୟ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଭି-ଡି-ଓ ରେ ପ୍ରକୃତି ର ଏମିତି ଏକ ଘଟଣା ଘଟିଛି ଯାହା ହୁଏ ତ ଆଗରୁ କେହି କେବେ ଦେଖି ନ ଥିବେ କି ଶୁଣି ନ ଥିବେ । ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ଯେ ଅଚାନକ ପୋଖରୀ ପାଣି ଆକାଶ ଉପରକୁ ଉଠିଛି । ଏକ ଧାରା ହୋଇ ପୋଖରୀ ପାଣି ଆକାଶ କୁ ଉଡିଲା ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । ଏହି ଘଟଣା ଟି ଘଟିଛି ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲା ରେ । ସିଦ୍ଧି ଜିଲ୍ଲା ର ଆଦିବାସୀ ବନାଞ୍ଚଳ ଭୋଇମାଡ ଅଞ୍ଚଳରେ ପ୍ରକୃତିର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଅଚାନକ ଝଡ ସୃଷ୍ଟି ହୋଇଥିଲା । ଏହା ପରେ ହଟାତ ପୋଖରୀ ପାଣି ଆକାଶକୁ ଉଡିବାକୁ ଲାଗିଲା । ପାଖାପାଖି ଏହି ବିରଳ ଦୃଶ୍ୟ ଲୋକ ଏମାନେ ୧୫ ମିନିଟ ଯାଏଁ ଦେଖିବାକୁ ପାଇଥିଲେ । ଯେଉଁଠି ପୋଖରୀ ପାଣି ଅଚାନକ ଆକାଶକୁ ଉଠି ବାଦଲ ସହ ମିଶିବାକୁ ଲାଗିଲା । ଏହି ନିଆରା ଦୃଶ୍ୟ ଦେଖିଲେ ଏମିତି ଲାଗୁଥିଲା କି ଆକାଶ ଯେମିତି ପାଣିକୁ ନିଜ ଆଡକୁ ଟାଣି ନେଉଛି । ଏହି ଦୃଶ୍ୟ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଜମିଥିଳା । ଏହି ଦୃଶ୍ୟକୁ ଲୋକ ମାନେ ନିଜ ମୋବାଇଲରେ କ୍ୟାପଚାର କରିବାରେ ଲାଗିଥିଲେ ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ସନ୍ଧ୍ୟା ୪ଟା ରୁ ୪.୩୦ ଯାଏଁ ଝଡ ହୋଇଥିଲା ଯାହା ଫଳରେ ପୋଖରୀ ପାଣି ଆକାଶ ଆଡକୁ ଆକର୍ଷିତ ହୋଇଥିଲା । କିନ୍ତୁ କିଛି ସମୟରେ ପରେ ପାଣି ପୋଖରୀ ଭିତରେ ଯେମିତି ଥିଲା ସେମିତି ଅବସ୍ଥାରେ ରହିଥିଲା । ଆପଣ ଏମାନେ ଜାଣିଥିବେ ଜଳ ବାଷ୍ପୀଭୂତ ହେବା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯାହା ପ୍ରତେକ ଦିନ ଧାରା ପୃଷ୍ଠରେ ଘଟିଥାଏ । ଏହି ବୈଜ୍ଞାନିକ ପ୍ରକ୍ରିୟା ଆଖିକୁ ଦୃଶ୍ୟ ହୁଏ ନାହି । କିନ୍ତୁ ଏଭଳି ଘଟଣା ଘଟିବା ଏକ ଅବିଶ୍ଵସନୀୟ ଘଟଣା ଅଟେ ।

ସେଠିକାର ସ୍ଥାନୀୟ ଲୋକ ଏମାନେ ଏ ଭଳି ଦୃଶ୍ୟ ଆଗରୁ କେବେ ଦେଖି ନ ଥିବାରୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଘଟଣା ଟି ଆଶ୍ଚର୍ଯ୍ୟକର ହେଲେ ମହଦୀ ସତ୍ୟ ଘଟଣା ଅଟେ । କିଛି ଲୋକଙ୍କ ମତରେ ଏହି ଘଟଣା ବୈଜ୍ଞାନିକ ପ୍ରକ୍ରିୟା ହୋଇପାରେ ତ ଆଉ କିଛି ଲୋକଙ୍କ ମତରେ ଏହା ଭଗବାନଙ୍କ ଚମତ୍କାର ହୋଇପାରେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *