ଆଧାରକାର୍ଡ ରେ ଆସିଲା ନୂଆ ଅପଡେଟ, ଆଧାରରେ ଏବେ ଆଉ ରହିବନି ଏହି ଜିନିଷ

ଆଧାରକାର୍ଡକୁ ନେଇ ସମୟ ସମୟ ନୂଆ ନୂଆ ଅ-ପ-ଡେ-ଟ ଆସିଥାଏ । ଏମିତିରେ ପୁଣି ଥରେ ଆଧାରକାର୍ଡକୁ ନେଇ ଏକ ନୂଆ ଅ-ପ-ଡେ-ଟ ସାମ୍ନାକୁ ଆସିଛି । ଯଦି ଆପଣ ବର୍ତ୍ତମାନ ନିଜର ଆଧାରକାର୍ଡରେ କିଛି ଅ-ପ-ଡେ-ଟ କରିବାକୁ ଚାହୁଁଛନ୍ତି ତେବେ ଏହା ପୂର୍ବରୁ ଏହି ନୂଆ ଅ-ପ-ଡେ-ଟ ବିଷୟରେ ସମ୍ପୂର୍ଣ ରୂପରେ ବୁଝି ଯାଆନ୍ତୁ । ଆଧାରକାର୍ଡ ସବୁ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ଵ ପୂର୍ଣ ପରିଚୟ ପତ୍ର ଅଟେ ।

ସବୁ ସ୍ଥାନରେ ଆଧାରକାର୍ଡ ଦରକାର ହୋଇଥାଏ । କିନ୍ତୁ ବର୍ତ୍ତମାନ ଆଧାରକାର୍ଡରେ ପୁଣି ଥରେ କିଛି ପରିବର୍ତ୍ତନ କରାଯାଇଛି । ଏହି ନୂଆ ପଡେଟ ଅନୁସାରେ ବର୍ତ୍ତମାନ ଯଦି ଆପଣ ନିଜର ଆଧାରକାର୍ଡରେ କିଛି ଅ-ପ-ଡେ-ଟ କରୁଛନ୍ତି ତେବେ ସେଥିରେ ବାପା କିମ୍ବା ସ୍ଵାମୀଙ୍କ ନାଁ ଲେଖାଯିବ ନହିଁ ।

ଅର୍ଥାତ ଆଧାରକାର୍ଡରେ ସ୍ଵାମୀ କିମ୍ବା ପିତାଙ୍କ ନାଁ ବାଧ୍ୟତାମୂଳକ ନୁହେଁ । ଏହାକୁ କେବଳ ଜଣେ ବ୍ୟକ୍ତି ନିଜର ପରିଚୟ ପତ୍ର ରୂପରେ ବ୍ୟବହାର କରିବ । ବର୍ତ୍ତମାନ ଆଧାରକାର୍ଡରେ ସ୍ଵାମୀ ଓ ପିତାଙ୍କ ନାଁ ସ୍ଥାନରେ Care of ଲେଖାଯିବ । ଆଧାରକାର୍ଡର ଅଥରାଇଜଡ CSCର ମ୍ୟାନେଜିଙ୍ଗ ଡାଇରେକ୍ଟର ଦିନେଶ ତ୍ୟାଗିଙ୍କ ଅନୁସାରେ ବର୍ତ୍ତମାନ ଆଧାର କାର୍ଡରେ ବାପା ପୁଅ ଓ ସ୍ତ୍ରୀଙ୍କ ସ୍ଥାନରେ Care of ଲେଖା ହୋଇ ଆସିବ ।

ଯଦି କୌଣସି ବି ବ୍ୟକ୍ତି ଚାହିଁବ ତେବେ ନିଜର ଆଧାରକାର୍ଡର care ofରେ କାହାର ବି ନାଁ ଦେଇ ପାରିବେ । ଏହା ଛଡା କେବଳ ନାଁ ଓ ଠିକଣା ଦେଇ ମଧ୍ୟ ଆପଣ ନିଜର ଆଧାର କାର୍ଡ ଅ-ପ-ଡେ-ଟ କରି ପାରିବେ । UIDAIର ଜଣେ ସିନିୟର ଅଫିସରଙ୍କ କହିବା ଅନୁସାରେ ୨୦୧୮ରେ ଆଧାରକାର୍ଡକୁ ନେଇ ସୁପ୍ରିମ କୋ-ର୍ଟରେ ଏକ ନିଷ୍ପତି ନିଆଯାଇଥିଲା । ଯେଉଁଥିରେ ଲୋକମାନଙ୍କ ଗୋପନୀୟତା ବିଷୟରେ ଉଲ୍ଲେଖ ଥିଲା ।

କିନ୍ତୁ ଏହି ନୂଆ ପରିବର୍ତ୍ତନ କେବେ ଆରମ୍ଭ କରାଯାଇଛି ଏହା ବିଷୟରେ କୌଣସି ବି ସୂଚନା UIDAI ତରଫରୁ ଦିଆ ଯାଇ ନାହିଁ । ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ବ୍ୟକ୍ତି ନିଜର ଆଧାରକାର୍ଡରେ ନିଜ ଘରର ଠିକଣାକୁ ଚେଞ୍ଜ କରିବା ପାଇଁ କରିବା ପାଇଁ ନିଜର ଆଧାର କାର୍ଡକୁ ଅ-ପ-ଡେ-ଟ କରିଥିଲେ । ଯେଉଁଥିରେ ତାଙ୍କର ବାପାଙ୍କ ସହ ସ-ମ୍ପ-ର୍କ ଥିବା ସ୍ଥାନରେ Care of ଲେଖା ହୋଇଥିଲା ।

ଏହା ପରେ ବ୍ୟକ୍ତି ଜଣକ ଏହାକୁ ଦେଖିଲା ପରେ ସେ ଚି-ନ୍ତା କରିଲେ କି ଏହା ଭୁଲରେ ହୋଇ ଯାଇଛି । କିନ୍ତୁ ଆଧାରକାର୍ଡ ସେଣ୍ଟର ଯାଇ ସେ ଏହା ବିଷୟରେ ବୁଝିବା ପରେ ତାଙ୍କୁ ଏହି ନୂଆ ଅ-ପ-ଡେ-ଟ ବିଷୟରେ କୁହାଯାଇଥିଲା । ଆଧାରକାର୍ଡର ଏହି ପରିବର୍ତ୍ତନ ସେହିମାନଙ୍କ ପାଇଁ ଭଲ ଅଟେ ଯେଉଁମାନେ ଅନାଥ ଅର୍ଥାତ ଯେଉଁମାନଙ୍କର ଏହି ଦୁନିଆରେ କେହି ନାହାନ୍ତି ।

Leave a Reply

Your email address will not be published. Required fields are marked *