ଦର୍ଶକ ବନ୍ଧୁ କଥାରେ ଅଛି ବାପା ରେ ଦୁନିଆକୁ ଏକା ଆସିଛୁ ଆଉ ଏକା ହିଁ ଯିବୁ । ଆଉ ଏବେ ତାହା ହିଁ ହେଲା । ନା ହେଉଛି ବିଶ୍ଵାସ ନା ବୁଝୁଛି ମନ । ସେହି ହସ ହସ ଚେହେରା ଆଉ ରାଜକୀୟ ଠାଣି । ଲାଇଟ କ୍ୟାମେରା ସହ ଅଙ୍ଗାଙ୍ଗି ଭାବେ ଜଡିତ । କିନ୍ତୁ ଏବେ ଆଉ ପଛକୁ ଫେରିବ ନାହି ସମୟ । ସବୁ ମୋହ ମାୟା ତୁଟାଇ ଆପଣେଇଲେ ଗୋଟେ ରାସ୍ତା ।
ଶେଷ ସମୟରେ ନା କିଏ ସାଥ ଦେଲା ନା ନିଜର ଶେଷ ଇଚ୍ଛା ଇଚ୍ଛା ହେଲା । ଅନେକ ଇଚ୍ଛା କରିଥିଲେ ଶେଷ ସମୟରେ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଦେଖିବେ । କୁଣ୍ଢେଇ ଧରି ଅନେକ କଥା କହିବେ । ପୁଅକୁ କୋଳେଇ ନେବେ ଆଉ ମୁଣ୍ଡରେ ହାତ ବୁଲାଇ ଢେର ସାରା ଆଶୀର୍ବାଦ କରିବେ । ସାନ ପୁଅ ଭାରି ଗେଲହା । ବଡ ପୁଅ ଭାରି ଜିଦଖୋର । ଆଉ ସ୍ତ୍ରୀ ଭାରି ଅଭିମାନୀ ।
ସବୁ ଅଭିମାନକୁ ପଛରେ ପକାଇ ସ୍ତ୍ରୀ ଙ୍କ କୋଳରେ ମୁଣ୍ଡ ରଖିକି ଅସରନ୍ତି କଥା ହୋଇଥାନ୍ତେ । ହେଲେ ସବୁ ଇଚ୍ଛା ଇଚ୍ଛା ରେ ହିଁ ରହିଗଲା । ଶେଷ ସମୟରେ କେହି ବି ସାଥ ଦେଲେ ନାହି । ନା ପାଖରେ ଥିଲେ ସ୍ତ୍ରୀ ନା ଦୁଇ ପୁଅ । ଆଉ ଜୀବନ ସହ ସଂଘର୍ଷ କରି ଚାଲିଗଲା ପିଣ୍ଟୁ ନନ୍ଦ ଙ୍କ ଜୀବନ ।
ଜଗତସିଂପୁର ଜିଲ୍ଲା ରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମି ରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀ ରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ପଦ ଦେଇଥିଲେ ପିଣ୍ଟୁ । 1996ରେ “କୋଇଲି” ଫିଲ୍ମ ଜରିଆରେ ସେ ଓଲିଉଡ ଜଗତରେ ସବୁ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ସମୟ କ୍ରମେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ ଲାଗିଲା ।
କିଛି ଭାବିବା ଆଗରୁ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ଆଜି ଏହି ଦିନ ଦେଖିବାକୁ ପଡିଲା । ମାତ୍ର 46 ବର୍ଷ ବୟସରେ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି । ସମସ୍ତେ ଆପ୍ରାଣ ଉଦ୍ୟମ ଚଲାଇ ଥିଲେ । ଟଙ୍କା ବି ଯୋଗାଡ ଚାଲିଥିଲା । ହେଲେ ଲିଭର ଡୋନର ମିଳୁ ନ ଥିଲା । ଡାକ୍ତର ତାଙ୍କୁ ବଞ୍ଚାଇବା ପିନ ସବୁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲେ ।
ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହୋଇ ପଡିଲା । ଆଉ ଗତ କାଲି ରାତି 11ଟା 25 ମିନିଟ ରେ ସେ ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଛନ୍ତି ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।