ଡେଲ୍ଟା ଠାରୁ Omicron 3 ଗୁଣା ଅଧିକ ସଂକ୍ରାମକ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଜାରି କଲେ ସତର୍କ ସୁଚନା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ଦେଶରେ ଆତଙ୍କ ଦେଖାଯିବା ସହ ଚିନ୍ତା ଜଣକ ସ୍ଥିତି ସୃଷ୍ଟି ହୋଇ ସାରିଲାଣି । କେନ୍ଦ୍ର ସାରା ରାଜ୍ୟକୁ ଓମିକ୍ରନକୁ ନେଇ ସତର୍କ କରାଇଛି । ଡେଲ୍ଟା ଠାରୁ ୩ ଗୁଣା ସଂକ୍ରମିତ ହୋଇପାରେ ଓମିକ୍ରନ । ଡେଲ୍ଟା ତୁଳନାରେ ଓମିକ୍ରନ ୩ ଗୁଣା ବ୍ୟାପିବାରେ ସମ୍ଭାବନା ରହିଛି ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ତରଫରୁ ସୂଚନା ଜାରି ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏ ନେଇ ସବୁ ରାଜ୍ୟର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି । ଏଥିରେ କୁହା ଯାଇଛି ସ୍ଥାନୟ ପ୍ରଶାସନ ଓ ଜିଲ୍ଲା ସ୍ତରରେ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବା ଉଚିତ । ଏକ ସପ୍ତାହ ମଧ୍ୟରେ ପଜେଟିଭ ହାର ୧୦ ପ୍ରତିଶତ ରୁ ଅଧିକ ରହିଲେ ବା ଅକ୍ସିଜେନ ସପର୍ଟ ICU ବେଡ ୪୦ ପ୍ରତିଶତରୁ ଅଧିକ ରହିଲେ କଟକଣା ଲଗାଇବାକୁ ନିସ୍ପତି ନିଆ ଯାଇପାରେ । ବିବାହ ବା ଅନ୍ୟ କୌଣସି କାର୍ଯ୍ୟ ଅନୁଷ୍ଠାନରେ ଗହଳି କମାଇବାକୁ ପରାମର୍ଶ ଦିଆ ଯାଇଛି ।

ଆବଶ୍ୟକ ପଡିଲେ ନାଇଟ କରଫୁ, ବଫର ଜୋନ ଓ କଣ୍ଟେମେନ ଜୋନ ଘୋଷଣା କରାଯାଇ ପାରେ । ୧୦୦ ପ୍ରତିଶତ ଟୀକା କରଣ ଉପରେ ଚିଠି ରେ ଅଧିକ ଗୁରୁତ୍ଵ ଦିଆ ଯାଇଛି । ବାରୁଣ ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆ ଯାଇଛି । ଦେଶରେ ୧୪ଟି ରାଜ୍ୟ ରେ ବର୍ତ୍ତମାନ ଯାଏଁ ଓମିକ୍ରନ ଚିହ୍ନଟ ହୋଇ ସାରିଲେଣି । ଦେଶରେ ଓମିକ୍ରନଙ୍କ ସଂକ୍ରମିତ ଙ୍କ ସଂଖ୍ୟା ୨୦୦ କୁ ଅତିକ୍ରମ କରି ସାରିଲାଣି ।

ମୁମ୍ବାଇ ଓ ଚେନ୍ନାଇ ଭଳି ମହା ନଗରୀରେ କ୍ରିସମାସ ଓ ନୂଆ ବର୍ଷ ପାଳନ ବେଳେ ଭିଡ ନ ହେବ ପାଇଁ ଅନେକ କଡା ପଦକ୍ଷେପ ନିଆ ଯାଇଛି । କର୍ଣ୍ଣାଟକ ରେ ୩୦ ଡିସେମ୍ବର ରୁ ୨ ଜାନୁଆରୀ ଯାଏଁ କୌଣସି ପାର୍ଟି ଆୟୋଜନ ଉପରେ କଟକଣା ଜାରି କରା ଯାଇଛି । କେନ୍ଦ୍ର ମଧ୍ୟ ଗଣ ସମାରୋହ ନୂଆ ବର୍ଷ ପାଳନରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ସାରିଛି । ଆବଶ୍ୟକ ନ ଥିଲେ ଲୋକ ମାନଙ୍କୁ ଯାତ୍ରା ନ କରିବାକୁ ପରାମର୍ଶ ଜାରି ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *