ଆଦିତ୍ୟଙ୍କ ବାପା ଆଣିଲେ ସାଙ୍ଘାତିକ ଅଭିଯୋଗ, ଆଶ୍ରମ ପାଇଁ ହିଁ ହୋଇଛି Adityaଙ୍କ ହତ୍ୟା…. ଦେଖନ୍ତୁ Video କଣ କହୁଛନ୍ତି

ବନ୍ଧୁଗଣ ଅସହାୟ ଲୋକଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ତାଙ୍କୁ ଟିକେ ଭଲରେ ରଖିବା ପାଇଁ ପିପୁଲ ଫର ସେବା ନାମରେ ଏକ ଅନୁଷ୍ଠାନ ଗଢିଥିଲେ ମାନବ ପ୍ରେମୀ ଆଦିତ୍ୟ ଦାସ । ଆଦିତ୍ୟଙ୍କ ମାନସ ସନ୍ତାନ ଥିଲା ଏହି ଆଶ୍ରମ । ଯେଉଠି ଏବେ ଅନେକ ଆଶ୍ରୟ ନେଇଛନ୍ତି ବୃଦ୍ଧ ଓ ବୃଦ୍ଧା । କିନ୍ତୁ ସେମାନଙ୍କୁ ଏଠାରେ ଆଣି ରଖିଥିବା ସେମାନଙ୍କ କଥା ବୁଝୁଥିବା ଆଉ ସେମାନଙ୍କୁ ଅତି ଭଲ ପାଉଥିବା ଆଦିତ୍ୟ ଏବେ ଆର ପାରିରେ । ତାଙ୍କର ମୃତ୍ୟୁର କାରଣ ଏବେ ବି ରହସ୍ୟ ହୋଇ ରହିଛି । ଅନ୍ୟ ପକ୍ଷରେ ନିଜର ପୁରା ହାତ ଗାଢା ଆଶ୍ରମର ଯତ୍ନ ନେବା ପାଇଁ ଏଠାରେ ରହୁଥିବା ଆଦିତ୍ୟଙ୍କ ବାପା ମା ।

ସେମାନେ ମଧ୍ୟ ଏଠାରେ ସୁରକ୍ଷିତ ନୁହନ୍ତି କାରଣ ତାଙ୍କ ଉପରେ କଡା ନଜର ରଖୁଛି ଆଦିତ୍ୟଙ୍କ କଥା କଥିତ ସାଙ୍ଗ ବିକାଶ । ଯିଏ ଏବେ ଆଶ୍ରମର ହର୍ତ୍ତାକର୍ତ୍ତା ସାଜିଛି । ଆଦିତ୍ୟଙ୍କ ବାପା ମାନଙ୍କ ଉପରେ କଥା କଥାରେ ରୋକ ଲାଗଉଛି ବିକାଶ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଯଦି ଶାଶୁ ଶ୍ବଶୁରଙ୍କୁ ଭେଟିବାକୁ ଆସୁଛନ୍ତି ତେବେ ରାଗୁଛି ବିକାଶ ।

ଏମିତିକି ଏହି ଆଶ୍ରମ ତାଙ୍କ ପୁଅର ବୋଲି କହିଲେ ବିକାଶ ବିରୋଧ କରିବାର ଅଭିଯୋଗ କରୁଛନ୍ତି ମୃତ ଆଦିତ୍ୟଙ୍କ ମାଆ । ଦିନେ ନିଜକୁ ଆଦିତ୍ୟଙ୍କ ଘନିଷ୍ଠ ସାଙ୍ଗ ତଥା ସହଯୋଗୀ କହୁଥିବା ବିକାଶକୁ କାହିଁକି ବରଦାସ୍ତ ହେଉ ନାହି ଏହି କଥା ।

କାହିଁକି ବିକାଶ ଆଦିତ୍ୟଙ୍କ ବାପା ମାନଙ୍କ ଉପରେ ଦେଖାଉଛି ହାକିମାତି । ଏମିତି କେଉଁ ଉଦେଶ୍ୟ ରହିଛି ବିକାଶର ଯାହା ପାଇଁ ସେ ଆଦିତ୍ୟଙ୍କ ଆଶ୍ରମ ବୋଲି କହିଲେ ରାଗି ଯାଇଛି । ଏ ସବୁ କଥା ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଥିବା ବେଳେ ଆଦିତ୍ୟ ଙ୍କ ବାପା ଆଣିଛନ୍ତି ଏକ ସାଙ୍ଘାତିକ ଅଭିଯୋଗ । ଆଶ୍ରମକୁ ନିଜ ହାତକୁ ନେବା ପାଇଁ ହିଁ ମୋ ପୁଅକୁ ମରା ଯାଇଛି ବୋଲି କହିଛନ୍ତି ଆଦିତ୍ୟଙ୍କ ବାପା ।

ତେବେ ଆଦିତ୍ୟଙ୍କ ଏହି ହାତ ଗାଢା ଆଶ୍ରମର ଭବିଷ୍ୟତ କଣ ହେବ ଓ ଆଶ୍ରମର କର୍ତ୍ତୁତ୍ଵ ହାସଲ କରିବା ପାଇଁ ଯଦି ଆଦିତ୍ୟଙ୍କ ଜୀବନ ନିଆ ଯାଇଥାଏ ତେବେ ଏହି ଭୟଙ୍କର ଷଡଯନ୍ତ୍ର ର ପରଦା ଫାର୍ଶ କେବେ ହେବ ଏମିତି ଅନେକ ପ୍ରଶ୍ନ ଏବେ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଲାଣି ।

ତେବେ ଆଦିତ୍ୟଙ୍କ ମା ଏ ନେଇ କହିଛନ୍ତି ଯଦି କେହି ଆସି ଆଦିତ୍ୟଙ୍କ ବିଷୟରେ କିଛି ପଚାରୁଛି ବା ତାଙ୍କ ପୁଅ ବହୁତ ଭଲ ଥିଲା ବୋଲି କହୁଛି ତେବେ ଏହାର ପ୍ରତିବାଦ କରୁଛି ବିକାଶ । ଏହାର କାରଣ କଣ ହୋଇପାରେ ତାହା ଆଦିତ୍ୟଙ୍କ ବାପା ମା କିଛି ବୁଝିପାରୁ ନାହାନ୍ତି । ତେବେ ନିଜ ପୁରା ପ୍ରଶଂସା କରୁଥିଲା ମଧ୍ୟ ଅନେକ କଥା ଶୁଣିବାକୁ ପଡୁଛି ବିକାଶ ଙ୍କ ଠାରୁ ମୃତ ଆଦିତ୍ୟଙ୍କ ବାପା ମା ଙ୍କୁ ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *