ଆଗକୁ ଆସୁଛି ପାର୍ବଣ, କେନ୍ଦ୍ରସରକାର ଜାରିକଲେ ଗାଇଡଲାଇନ… ଦେଖନ୍ତୁ କଣ ରହିଛି ଏଥିରେ

କୋରୋନାର ତୃରୀୟ ଲହର ଆସିବା ନେଇ କେନ୍ଦ୍ର ସରକାର ସେପ୍ଟେମ୍ବର ମାସ ପହିଲାରୁ କିଛି ନୂଆ ଗାଇଡ ଲାଇନ ଜାରି ଅକରିଛନ୍ତି । ଏହା ବ୍ଯତୀତ ଆଗକୁ ପର୍ବ ପର୍ବାଣି ଆସୁଥିବାରୁ ସବ୍ୟ ରାଜ୍ୟ ଗୁଡିକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖି ଟେଷ୍ଟିଙ୍ଗ, ଟ୍ରାକିଂ ଓ ଟୀକାକରଣ କୁ ଗୁରୁତ୍ଵ ଦେବକାଉ ପରାମର୍ଶ ଦେଇଛନ୍ତି । ଅନ୍ୟ କ୍ଷେତ୍ରରେ ରାଜ୍ୟ ସରକାର ସେପ୍ଟେମ୍ବର ମାସରେ କଣ ଗାଇଡ ଲାଇନ ଲାଗୁ କରିବେ ତାହା ନେଇ ସମସ୍ତେ ଅପେକ୍ଷାରେ ଅଛନ୍ତି ।

ପାର୍ବଣ ଋତୁ ଆସିବା ସହ କୋରୋନାର ତୃତୀୟ ଲହର ର ଭୟ ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କଉ ଚିଠି ଲେଖି ଅବଗତ କରାଇଛନ୍ତି ।

ଯେ ହେତୁ ଆଗକୁ ସବୁ ପର୍ବ ପର୍ବାଣି ହେବାକୁ ଯାଉହକି ଏ ନେଇ ଅଧିକ ଭିଡ ଜମିବା ଫଳରେ ଜଣ ସମାଗମ ଦେଖାଯିବ । ସେଥିପାଇଁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଜନ ସମାଗମ ସ୍ଥାନ ମାନଙ୍କରେ କଟକଣା ଅଧିକ କଡା କରିବାକୁ ସବୁ ରାଜ୍ୟ ର ଜିଲ୍ଲାପାଳ ମାନଙ୍କୁ ଚିଠି ରେ ଲେଖି ଜଣାଇଛନ୍ତି । ଆସନ୍ତା ୩୧ ରେ ଅଗଷ୍ଟ ଆମସର ଗାଇଡ ଲାଇନ ଶେଷ ହେବାକୁ ଯାଉଛି । ତେବେ ରାଜ୍ୟ ସରକାର ନାଇଟ କରଫୁ ହଟାଇବେ ନା ବଳବତ୍ତର ରଖିବେ । ଏହା ସହ କଟକ, ପୁରୀ ଓ ଭୁବନେଶ୍ବର ରେ ପୂର୍ବ ଭଳି ସାପ୍ତାହିକ ସଟ ଡାଉନ ରହିବ ନା ହଟିବ ତାହା ନେଇ ଏବେ ପ୍ରଶ୍ନ ଉଠୁଛି ।

ବର୍ତ୍ତମାନ କେରଳରେ କୋରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢିବା ଯୋଗୁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଥିବାର ସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟ ରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ଅଛି କିନ୍ତୁ ଆଗକୁ ଏହା ଅଧିକ ବଢିବାରେ ବୋଲି ଆଶଙ୍କା କରା ଯାଉଛି । ଏହାକୁ ଦ୍ରୁଷ୍ଟି ରେ ରଖି ରାଜ୍ୟ ସରକାର କେଉଁ ସବୁ ନୂଆ ଗାଇଡ ଲାଇନ ଲାଗୁ କରିବେ ତାହା ନେଇ ସୂଚନା ଜାରି କରା ଯାଇଛି ।

ଅନ୍ୟ ପକ୍ଷରେ କୋରୋନାର ତୃତୀୟ ଲହର ଶିଶୁ ମାନେ ଅଧିକ ସଂକ୍ରମଣ ହେବା ଆଶଙ୍କା କରାଯାଇ ରାଜ୍ୟ ସରକାର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅନ୍ୟ କ୍ଷେତ୍ର ରେ ସବୁ ରାଜ୍ୟ ର ଜିଲାପାଳ ମାନଙ୍କୁ ଟିକାକରଣ ପାଇଁ ଟାର୍ଗେଟ ଦିଆ ଯାଇଛି । ଦୈନିକ ସାଢେ ତିନି ଲକ୍ଷ ଟୀକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହ କୋଭିଡ଼-୧୯ ର ଦିତୀୟ ଦୋଜ କୁ ଅଧିକ ଗୁରୁତ୍ଵ ଦିଆଯିବା ପାଇଁ ନିର୍ଦେଶ ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *