ଆଗକୁ ଆଉ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ଗ୍ୟାସ ସିଲିଣ୍ଡରକୁ ନେଇ ବର୍ତ୍ତମାନ ଏକ ନୂଆ ଅପଡେଟ ଆସିଛି । ଯଦି ଆପଣଙ୍କର ଏଲପିଜି ଗ୍ୟାସ କନେକ୍ସନ ଅଛି ଓ ସେଥିରେ ମୋବାଇଲ ନମ୍ବର ଅପଡେଟ ହୋଇ ନାହିଁ ତେବେ ତୁରନ୍ତ ଗ୍ୟାସ ଅଫିସ ଯାଇ ନିଜର ମୋବାଇଲ ନମ୍ବରକୁ ଅପଡେଟ କରାଇ ନିଅନ୍ତୁ । ନଚେତ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ମିଳି ନ ପାରେ । ଗ୍ୟାସର କଳା ବଜାରୀକୁ ବନ୍ଦ କରିବା ପାଇଁ ଏହିଭଳି ନିଷ୍ପତି ନିଆଯାଇଛି । ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡନେ ଗ୍ୟାସର ମ୍ୟାନେଜର ଗ୍ୟାସ ହୋମ ଡେଲିଭରି କରୁଥିବା କର୍ମଚାରୀମାନଙ୍କୁ ଏହା ସୂଚିତ କରି ଦେଇଛନ୍ତି କି ଯଦି କେହି ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରୁ ନାହାନ୍ତି ତେବେ ତାଙ୍କୁ ଗ୍ୟାସ ସିଲିଣ୍ଡର ଦିଆଯିବ ନାହିଁ ।

ଉତ୍ତରାଖଣ୍ଡର ହଲଦୱାନି ଇଣ୍ଡନେ ଗ୍ୟାସର ମ୍ୟାନେଜର ରବି ମେହେରା ଆଗକୁ କହିଲେ କି ହଲଦୱାନି ଓ କାଠଗୋଦାମ ଗ୍ୟାସ ଏଜେନ୍ସିରେ ପାଖାପାଖି ୫୫ ହଜାର ଗ୍ରାହକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ହଜାର ଗ୍ରାହକ ନିୟମିତ ରୂପରେ ଗ୍ୟାସ ନେଉଥିବା ସମୟରେ ପାଖାପାଖି ୫୦୦୦ ଗ୍ରାହକ ସେମାନଙ୍କର ମୋବାଇଲ ନମ୍ବରକୁ ଅପଡେଟ କରି ନାହାନ୍ତି ।

ଯେଉଁଥି ପାଇଁ ସେମାନଙ୍କର ଗ୍ୟାସ ବୁକିଙ୍ଗ କରାଯାଉ ନାହିଁ । ଏମାନେ ଗ୍ୟାସ ବୁକିଙ୍ଗ ନ କରି ଗ୍ୟାସ ନେଉଛନ୍ତି । ଯଦି ଆପଣଙ୍କର ମୋବାଇଲ ନମ୍ବର ଅପଡେଟ ହୋଇ ନାହିଁ ତେବେ ସେମାନଙ୍କର ଗ୍ୟାସ କନେକ୍ସନ କଟି ଯାଇ ପାରେ । ଏମତିରେ ଯେଉଁମାନେ ମୋବାଇଲ ନମ୍ବର ଅପଡେଟ କରି ନାହାନ୍ତି ସେମାନେ ଗ୍ୟାସ ଏଜେନ୍ସିକୁ ଯାଇ ନିଜର ମୋବାଇଲ ନମ୍ବର ଅପଡେଟ କରି ନିଅନ୍ତୁ ।

କୁହାଯାଉଛି କି ଯେଉଁ ସମୟ ଠାରୁ ସବସିଡି ବନ୍ଦ ହୋଇ ଯାଇଛି ସେହି ସମୟରୁ ଲୋକମାନେ ଗ୍ୟାସ ବୁକିଙ୍ଗ କରିବା ବନ୍ଦ କରି ଦେଇଛନ୍ତି । ଲୋକମାନେ ବୁକିଙ୍ଗ ନ କରି ରାସ୍ତାରେ ଆସୁଥିବା ଗ୍ୟାସ ଗାଡିରୁ ସିଲିଣ୍ଡର ନେଇ ଯାଉଛନ୍ତି । କୁହାଯାଉଛି କି ସହରରେ କଳା ବଜାର ଖେଳ ଚାଲିଛି । ନଭେମ୍ବର ୧ ରୁ ବହୁତ ନିୟମ ବଦଳି ଯାଇଛି । ଏହି କ୍ରମରେ ଏଲପିଜି ସହ ଜଡିତ କିଛି ନିୟମରେ ବି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଆପଣ ଗ୍ୟାସ ବୁକିଙ୍ଗ କରିଲେ ଆପଣଙ୍କ ମୋବାଇଲକୁ ଗୋଟିଏ ଓଟିପି ଆସିବ, ଗ୍ୟାସ ଦବାକୁ ଆସୁଥିବା ଡେଲିଭରି ବୟକୁ ଆପଣ ଏହି ଓଟିପି ଦେବେ ।

ଏହି ଓଟିପି କେବଳ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଆସିବ । ଯଦି ଆପଣଙ୍କର ମୋବାଇଲ ନମ୍ବର ଗ୍ୟାସ ଏଜେନ୍ସି ସହ ଯୋଡି ନାହାନ୍ତି ତେବେ ଓଟିପି ଆପଣଙ୍କ ଫୋନ ନମ୍ବରକୁ ଆସିବ ନାହିଁ ଓ ଆପଣ ଏଲପିଜି ସିଲିଣ୍ଡର ବୁକ କରି ପାରିବେ ନାହିଁ । ଏହା ଛଡା ଯଦି ଆପଣ ଗ୍ୟାସ ସିଲିଣ୍ଡର ଡେଲିଭରି ବୟକୁ ଓଟିପି ଦେବେ ନାହିଁ ତେବେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ନାହିଁ । କୌଣସି ଅସୁବିଧାର ନ ସମ୍ମୁଖୀନ ହେବା ପାଇଁ ଆଜି ହିଁ ନିଜର ମୋବାଇଲ ନମ୍ବରକୁ ଅପଡେଟ କରି ନିଅନ୍ତୁ । କହିଦେଉଛୁ କି ଏହି ନିୟମ କେବଳ ଘରୋଇ ସିଲିଣ୍ଡର ଉପରେ ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *