ଆଗରୁ କେବେ ଦେଖିନଥିବେ, ଜନ୍ମ ହେବା କ୍ଷଣି ଡାକ୍ତରଙ୍କୁ ରାଗରେ ଚାହିଁଲା ପିଲାଟି ଆଉ ତା ପରେ…

ଅଧିକାଂଶ ଦେଖାଯାଏ ତ ପିଲାମାନେ ଜନ୍ମ ହେଲାବେଳେ କାନ୍ଦିକି ଜନ୍ମ ହୋଇଥାନ୍ତି ।  କିନ୍ତୁ ବ୍ରାଜିଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ପିଲାଟି କାନ୍ଦିବା ବଦଳରେ ରାଗରେ ଡାକ୍ତରଙ୍କୁ ଚାହିଁଥିଲା । ଡାକ୍ତର ପିଲାଟି ସୁସ୍ଥକି ସେ ଠିକରେ ନିଶ୍ବାସ ନେଇପାରୁଛି କି ନାହିଁ ଏସବୁ ଜାଣିବା ପାଇଁ ନବଜାତକୁ କନ୍ଦେଇଥାନ୍ତି । ବ୍ରାଜିଲର ରିୟୋ ଡି ଜେନେରିୟୋର ଏକ ହସ୍ପିଟାଲରେ 13 ଜାନୁଆରୀରେ ଗୋଟେ ପିଲା ଜନ୍ମ ହେଇଥିଲା । ହେଲେ ଜନ୍ମହେବା ପରେ ସାଧାରଣ ପିଲାଙ୍କ ପରି କାନ୍ଦି ନଥିଲା ।

ଏହାପରେ ଡାକ୍ତର ଗର୍ବନାଡି କାଟିବା ପୂର୍ବରୁ କନ୍ଦେଇବାକୁ ଚାହିଥିଲେ, କିନ୍ତୁ ପିଲାଟି ରାଗରେ ଡାକ୍ତରଙ୍କୁ ଚାହିଁଥିଲା । ପିଲାଟିର ଏମିତି ହରକତ ଦେଖି ଡାକ୍ତର ମଧ୍ୟ ବୋକ୍କା ହୋଇଯାଇଥିଲେ ।

ସେ ଶୀଘ୍ର ସେଇ ସମୟରେ ପିଲାଟିର ଫଟୋ ଉଠାଇ ନେଇଥିଲେ ।ସେ କହିଥିଲେ କି ଆଜିଯାଏଁ ଏମିତି ପିଲା ଏପରି କରିବାର କେବେ ଦେଖିନଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଯେତେବେଳେ ପିଲାଟିର ଗର୍ଭନାଳି କଟାଗଲା, ସେତେବେଳେ ପିଲାଟି କାନ୍ଦିଥିଲା । ଏଇ ଫଟଟି ହସ୍ପିଟାଲ ତରଫରୁ ସେୟାର କରାଯାଇଛି ।

ପିଲାଟିର ବାପା ମା ତାର ନା ଇସାବେଲ ପରେରା ଡି ଜିଶସ ରଖିଛନ୍ତି । ଜନ୍ମ ହେବା ବେଳେ ବାହାଦୁର ଝିଅଙ୍କ ମା ଡାୟନା ଡି ଜିଶସ ସେଇ ସମୟକୁ ସଜେଇ ରଖିବାକୁ ଚାହାନ୍ତି । ସେ କହିଛନ୍ତି ଯେ ଫଟୋରୁ ଜଣାପଡୁଛି ଯେ ପିଲାଟି କେତେ ବାହାଦୁର ।

ଫଟୋଗ୍ରାଫର ରୋଡ୍ରିଗୋ ଡାକ୍ତର ଗର୍ଭନାଳି କାଟିବା ପୂର୍ବରୁ ପିଲାଟି କାନ୍ଦିବାକୁ ଅପେକ୍ଷା କରିଥିଲେ । କିନ୍ତୁ ପିଲାଟି ଆଖି ଖୋଲିଲା ହେଲେ କାନ୍ଦିଲାନି । ସେ କହିଛନ୍ତି ଯେ ପିଲାଟିକୁ ଡାକ୍ତର ଆଦରରେ କାନ୍ଦିବାକୁ  କହିଥିଲେ ହେଲେ ସେ ନ କାନ୍ଦି ଗମ୍ଭୀର ଭାବରେ ଡାକ୍ତରଙ୍କ ଆଡ଼କୁ ଦେଖିଲା । ଯେତେବେଳେ ପିଲାଟିର ଗର୍ଭନାଳି କଟାଗଲା, ପିଲାଟି କାନ୍ଦିଥିଲା । ସେ କହିଛନ୍ତି କି ଜନ୍ମ ଗୋଟେ ବିଶେଷ କ୍ଷଣରେ ହୋଇଥାଏ ତାକୁ ରେକର୍ଡ଼ କରି ରଖିବା ଦରକାର । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *