ଅଗ୍ନିବୀରଙ୍କ ପାଇଁ Anand Mahindraଙ୍କ ବଡ ଅଫର ? ଦେଖନ୍ତୁ କଣ ସବୁ ସାମିଲ ଅଛି ଏହି ସ୍ପେଶାଲ ଅଫରରେ!

ନମସ୍କାର ବନ୍ଧୁଗଣ । ଅଗ୍ନି ବୀରଙ୍କ ପାଇଁ ବଡ ନିସ୍ପତି ନେଲେ ଆନନ୍ଦ ମହେନ୍ଦ୍ରା । ଚାରି ବର୍ଷ ମଧ୍ୟରେ ଅଗ୍ନି ବୀର ଯେଉଁ ଜ୍ଞାନ କୌଶଳ ହାସଲ କରିବେ ଓ ଯେପରି ଶୃଙ୍ଖଳିତ ହେବେ ସେହି ଅନୁଯାୟୀ ସେମାନଙ୍କୁ ମହେନ୍ଦ୍ରା କମ୍ପାନୀ ରେ କାହକିରି ଦିଆଯିବ ଓଳି ଘୋଷଣା କରିଛନ୍ତି ଆନନ୍ଦ ମହେନ୍ଦ୍ରା । ଏ ନେଇ ଟ୍ବିଟ କରି ସେ ସୂଚନା ଦେଇଛନ୍ତି । ଅଗ୍ନି ବିରଙ୍କୁ ନେଇ ଏବେ ଦେଶରେ ତେଜିଛି ଆନ୍ଦୋଳନର ନିଆଁ । ଏମିତିକି କେନ୍ଦ୍ର ସରକଙ୍କର ଏହି ଯୋଜନାକୁ ବିରୋଧ କରି ଅନେକ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ବି ହେଉଛି ।

ତେବେ ଏହି ଯୋଜନା ରେ ତାଲିମ ପ୍ରାପ୍ତ ଯୁବକ ମାନଙ୍କୁ ଚାକିରି ପ୍ରଦାନ କରିବାକୁ ଟ୍ଵିଟ କରି ଜଣାଇଛନ୍ତି ଆନନ୍ଦ ମହେନ୍ଦ୍ରା । ଏହି ଅଫର ଏପରି ସମୟରେ ଆସିଛି ଯେତେବେଳେ ସରକାର ଓ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସାରା ଦେଶରେ ବିରୋଧ ହେବା ପରେ ଏ ନେଇ ସ୍ପଷ୍ଟତି ରଖିଛନ୍ତି ୩ ସେନାର ଅଧିକାରି । ଟ୍ବିଟ କରି ଆନଦ ମହେନ୍ଦ୍ରା କହିଛନ୍ତି କି ଅଗ୍ନିପଥ ଯୋଜନାକୁ ବିରୋଧ କରି ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ନେଇ ମୁଁ ଦୁଖ ପ୍ରକାଶ କରୁଛି ।

ଗତ ବର୍ଷ ଯେବେ ଏହି ଯୋଜନାକୁ ନେଇ ବିଚାର ବିମର୍ଶ ଚାଲିଥିଲା ସେତେବେଳେ ମୁଁ କହିଥିଲି ଆଉ ଏବେ ସମାନ କଥା କଥାକୁ ଦୋହାରାଉଛି । ଏହି ଯୋଜନା ଅନ୍ତର୍ଗତ ତାଲିମ ପ୍ରାପ୍ତ ଅଗ୍ନି ବିରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମହେନ୍ଦ୍ରା ଗୃପ ଏପରି ତାଲିମ ପ୍ରାପ୍ତ ଦକ୍ଷ ଯୁବକ ମାନଙ୍କ ନିଯୁକ୍ତି କୁ ସ୍ଵାଗତ କରୁଛି । ଆନନ୍ଦ ମହେନ୍ଦ୍ରା ଙ୍କ ଘୋଷଣା ମୁତାବକ ଟ୍ବିଟ ରେ ଅନେକ ଲୋକ ସ୍ଵାଗତ କରିଥିଲେ ।

ଏ ନେଇ ଜଣେ ୟୁଜର୍ସ ପ୍ରଶ୍ନ ପଚାରି ଥିଲେ କି ମହେନ୍ଦ୍ରା ଗୃପ ରେ ଅଗ୍ନି ବିରଙ୍କୁ କେଉଁ ପୋଷ୍ଟ ରେ ନିଯୁକ୍ତି କରାଯିବ । ଏହାର ଉତ୍ତର ରେ ଆନଦ ମହେନ୍ଦ୍ରା କହିଛନ୍ତି ଯେ କର୍ପୋରେଟ କ୍ଷେତ୍ର ରେ ଅଗ୍ନି ବୀରଙ୍କ ପାଇଁ ଅପାର ନିଯୁକ୍ତି ସମ୍ଭାବନା ରହିଛି । ଲିଡର ସିପ ଠାରୁ ଆରମ୍ଭ କରି ଦଳଗତ କାର୍ଯ୍ୟ ସବୁଥିରେ ସେମାନଙ୍କୁ ଅପ୍ରାଧିକାର ଦିଆଯିବ ।

ସେ ଯାହାବି ହେଉ ଅଗ୍ନି ବୀରଙ୍କ ପାଇଁ ଆନନ୍ଦ ମହେନ୍ଦ୍ରା ଯେଉଁ ବଡ ଘୋଷଣା କରିଛନ୍ତି ତାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । ତେବେ ଆନନ୍ଦ ମହେନ୍ଦ୍ରା ଙ୍କ ଏଭଳି ଘୋଷଣା କୁ ନେଇ ଅଗ୍ନି ବୀର ମାନେ ଖୁସି ପ୍ରକାଶ କରିଥିବା ବେଳେ ଏହାକୁ ଗ୍ରହଣୀୟ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଗ୍ନି ବୀର ଙ୍କ ପାଇଁ ଯେଉଁ ନିସ୍ପତି ନିଆ ଯାଇଛି ତାହା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *