Winter Update: ଆହୁରି ଥରିବ ଓଡିଶା, ଏହି 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ… ଦେଖନ୍ତୁ ଆପଣଙ୍କ ଜିଲ୍ଲା ନାହିଁ ତ !

ବନ୍ଧୁଗଣ ଶୀତରେ ଥରୁଛି ଓଡିଶା । ଆହୁରି ଦୁଇ ଦିନ ଯାଏଁ ଥରାଇବ ଜାଡ । ଆଭ୍ୟନ୍ତରଣୀୟ ଓଡିଶାର କିଛି ଜିଲ୍ଲା ପାଇଁ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ବରଗଡ, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ବାଲେଶ୍ଵର ଓ କେଉଁଝର ଜିଲାକୁ ଜାରି ହୋଇଛି ୟେଲୋ ୱାର୍ନିଙ୍ଗ ।

ଆଗାମୀ ଦୁଇ ଦିନ ଯାଏଁ ଓଡିଶାର କିଛି ଜିଲାରେ ରାତିର ତାପମାତ୍ରା ସ୍ଵାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ଵରରେ ଆଜି ସକାଳେ ତାପମାତ୍ରା ୧୪ ଡିଗ୍ରୀ ସେଲିସିୟସକୁ ପହଞ୍ଚିଛି । ଗତ କାଲି ରାତି ସମୟରେ ଅତ୍ୟଧିକ ଥଣ୍ଡା ଯୋଗୁ ଜଣ ଜୀବନ ବାଧାପ୍ରାପ୍ତ ହୋଇଥିଲା ।

କେବଳ ବାଲେଶ୍ଵର ନୁହେଁ ବରଂ ଭ୍ଦରକ, କେନ୍ଦ୍ରାପଡା ଆଦି ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବ । ତାପମାତ୍ରା ହ୍ରାସ ପାଇବା ଯୋଗୁ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ବାଲେଶ୍ଵର ଜିଲ୍ଲାର ଲୋକ ମାନେ ଶୀତ କୁ ନେଇ କହିଛନ୍ତି ଏତେ ଥଣ୍ଡା ଆଜି ଅନୁଭାତ ହୋଇଛି ଯାହା ପାଇଁ କଷ୍ଟ ଅନୁଭବ ହେଉଛି ।

ସାରା ଓଡିଶାରେ ହାଡ ଭଙ୍ଗା ସିତା ଲହର ଦେଖା ଯାଉଛି । ଲୋକ ମାନେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ଗଲାଣି । ଯାହା ପାଇଁ ଲୋକ ମାନଙ୍କର ଦାନନ୍ଦିନ ଜୀବନରେ ବାଧା ସୃଷ୍ଟି ହେଉଛି । ରାଉରକେଲାରେ ମଧ୍ୟ ଶୀତର ପ୍ରକୋପ ବଢିବାରେ ଲାଗିଛି ।

ରାଉରକେଲାରେ ସକାଳ ୭ଟା ପରେ ମଧ୍ୟ କୁହୁଡି ଅଧିକ ରହିବା ସହ ଶୀତ ବଢି ଯାଇଛି । ଏଠାରେ ଲୋକ ମାନେ ଯୋଗ କରୁଛନ୍ତି ନିଜ ଶରୀରକୁ ଗରମ ରଖିବା ପାଇଁ । ସେଠିକାର ଲୋକ ମାନେ କହୁଛନ୍ତି ଯେ କୋରୋନା ସମୟରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସକଳ ସମୟରେ ଯୋଗ କରୁଛନ୍ତି ।

ରାତି ସମୟରେ ରାଉରକେଲା ରେ ୫ଡିଗ୍ରୀ ତାପମାତ୍ରା ରହୁଛି ଯାହା ସେଠିକାର ଲୋକ ମାନେ ମତ ଦେଇଛନ୍ତି । ଦିନ ସାରା ମଧ୍ୟ ଥଣ୍ଡା ଏଠାରେ ଅନୁଭୂତ ହେଉଛି । ଲୋକ ମାନେ ବ୍ୟାୟାମ ବ ଯୋଗ କରି ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଆସନ୍ତା ଦୁଇ ତିନି ଦିନ ହେବ ଏଠାରେ ଶୀତ ଅଧିକ ମାତ୍ରା ରେ ବୃଦ୍ଧି ପାଇଛି ।

ଲୋକ ମାନେ ଶୀତରେ ଥରି ଥରି ଯୋଗ ବ୍ୟାୟାମ କରି ଖୁସି ହେଉଛନ୍ତି ବୋଲି ମତ ଦେଇଛନ୍ତି । ତେବେ ଶୀତର ଲହର ଏମିତି ଆଉ ଦୁଇ ତିନି ଦିନ ରହିବ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଜାରି କରା ଯାଇଛି । ଓଡିଶାର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଶୀତର ଲହର ବୃଦ୍ଧି ପାଇଛି ଯାହା ପାଇଁ ଜଣ ଜୀବନ ବ୍ୟସ୍ତ ହୋଇ ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *