ଆଜିଠାରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ, ଶୀଘ୍ର ଜାଣିରଖାନ୍ତୁ ଏହି ଜରୁରୀ ସୂଚନା

୨୦୨୧ ମସିହା ଜାନୁଆରୀ ୧ ତାରିଖରୁ ନୂଆବର୍ଷର ଆରମ୍ଭ ହେବାକୁ ଯାଉଛି । ନୂଆବର୍ଷ ଆରମ୍ଭ ସହିତ କିଛି ନୂଆ ନିୟମ ଓ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହିସବୁ ନିୟମର ପ୍ରଭାବ ସିଧାସଳଖ ବ୍ୟାଙ୍କ ଟ୍ରାଞ୍ଜକ୍ସନ, ବୀମା ଓ କାର କିଣାରେ ଦେଖାଦେବ । ଏଥିସହ କିଛି ନିୟମ ପରିବର୍ତ୍ତନ ହେବ ଯାହାର ପ୍ରଭାବ ଦେଖାଦେବ ନାହିଁ କିନ୍ତୁ ଜାନୁଆରୀ ପ୍ରାରମ୍ଭରୁ ଏହାର ଲାଗୁ ହୋଇଯିବ ।

କଣ୍ଟ୍ରାକ୍ଟଲେସ କାର୍ଡ଼ ଟ୍ରାଞ୍ଜକ୍ସନର ସମୟସୀମା ବଢ଼ିଲା:-

ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ମୁତାବିକ, କଣ୍ଟ୍ରାକ୍ଟଲେସ କାର୍ଡ଼ ଟ୍ରାଞ୍ଜକ୍ସନର ସମୟସୀମା ବଢାଇଦିଆଯିବ। ଗ୍ରାହକ ଏଥିରେ 2000 ଟଙ୍କା ବଦଳରେ 5000 ଟଙ୍କା ଟ୍ରଞ୍ଜକ୍ସନ କରିପାରିବେ । ଏହି ନିୟମ 1 ଜାନୁଆରୀ 2021 ରୁ ଲାଗୁହେବ ।

ଚେକ ଦ୍ୱାରା ପେମେଣ୍ଟ ରେ ନୂଆ ନିୟମ :-

କିଛିଦିନ ପୂର୍ବରୁ ଆରବିଆଇ ଚେକ ଦ୍ୱାରା ଟଙ୍କା ଡିପୋଜିଟ କରାଇବା ନେଇ କହିଥିଲା । ଏହି ପେମେଣ୍ଟରେ ୫୦ ହଜାର ରୁ ଉର୍ଦ୍ଧ୍ବ ଡିପୋଜିଟରେ ଡିଟେଲସ କନଫର୍ମ କରାଯିବ । ଏହି ସୁବିଧା ଜାନୁଆରୀ ୧ ତାରିଖରୁ ଲାଗୁ କରାଯିବ ।ପଜିଟିଭ ପେ ସିଷ୍ଟମ ଦ୍ୱାରା ଯଦି କେହି ଚେକ ଜାରି କରିବ ତାହେଲେ ତାକୁ ନିଜର ବ୍ୟାଙ୍କ ଡିଟେଲସ ଦେବାକୁ ହେବ । ଏଥିରେ ଚେକ ଜାରି କରିଥିବା ଲୋକଙ୍କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ଇଲେକ୍ଟ୍ରୋନିକାଲି ଚେକର ଡେଟ, ବେନିଫିସିଆରୀର ନାମ, ଆକାଉଣ୍ଟ ନମ୍ବର୍ ଓ ଅନ୍ୟ ଡିଟେଲସ ବ୍ୟାଙ୍କକୁ ଦେବାକୁ ହେବ ।

ଯାନବାହନ ମୂଲ୍ୟ ବୃଦ୍ଧି :-

ଜାନୁଆରୀ ମାସରୁ କାରର ଦାମ 5 ପ୍ରତିଶତ ବଢିଯିବ । ମାରୁତି ସୁଜୁକି ଇଣ୍ଡିଆ, ନିସାନ, ରେନାଲ୍ଟ ଇଣ୍ଡିଆ, ହୋଣ୍ଡା କାର, ମହିନ୍ଦ୍ରା ଏବଂ ମହିନ୍ଦ୍ରା, ଫୋର୍ଡ ଇଣ୍ଡିଆ, ଇସୁଜୁ, ବିଏମଡବ୍ଲୁ ଇଣ୍ଡିଆ, ଅଡି ଇଣ୍ଡିଆ, ଫୋଲ୍ସୱେଗେନ କାର କମ୍ପାନୀ ଜାନୁଆରୀରୁ ଗାଡି ଦର ବଢ଼ାଇବ । ଜାନୁଆରୀ 1 ତାରିଖରୁ ହିରୋ ମୋଟକାର୍ପ ନିଜର ବାଇକ ଓ ସ୍କୁଟି ଦର ବୃଦ୍ଧି କରିବ ।

ଯାନବାହନ ପାଇଁ ଫାସ୍ ଟ୍ୟାଗ ଜରୁରୀ:-

ସମସ୍ତ ନୂଆ ଯାନବାହନ ଓ ୨୦୧୭ ମସିହା ପୂର୍ବରୁ କିଣାଯାଇଥିବା ବାହାନରେ ଫାସଟ୍ୟାଗ ଲାଗିବା ଜରୁରୀ ଅଟେ। ଏହି ସୂଚନା ରାଜମାର୍ଗ ଦ୍ୱାରା ଜାରି ହୋଇଛି । କୌଣସି ଟ୍ରାନ୍ସପୋର୍ଟ ବେହିକିଲର ରିନୁଆଲ ଏହାଉପରେ ଫାସଟ୍ୟାଗ ଲାଗିବାପରେ ହୋଇପାରିବ । ନୂଆ ଥାର୍ଡ ପାର୍ଟି ଇନ୍ସୁରାନ୍ସ କରିବାପାଇଁ ମଧ୍ୟ ଏହି ଫାସଟ୍ୟାଗ ଆବଶ୍ୟକ ।

ସରଳ ଜୀବନ ବୀମା :-

IRDAI ସମସ୍ତ ବୀମା କମ୍ପାନୀକୁ ଜାନୁଆର 1 ତାରିଖରୁ ସରଳ ବୀମା ଯୋଜନା ଲାଗୁ କରିବାପାଇଁ କହିଛନ୍ତି । ଏହାଏକ ଷ୍ଟାଣ୍ଡର୍ଡ ଇନ୍ସୁରାନ୍ସ ହେବ ଏବଂ ଗ୍ରାହକଙ୍କୁ କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନାର ଫଇସଲା ନେବାକୁ ପଡିଥାଏ । 18 ରୁ 65 ବର୍ଷ ବ୍ୟକ୍ତି ଏହି ସରଳ ଜୀବନ ବୀମା ନେଇପାରିବେ।

GST ସିଷ୍ଟମ ରେ ପରିବର୍ତ୍ତନ ;-

ଜାନୁଆରୀ 1 ତାରିଖରୁ B2B ବିଜନେସ ଟ୍ରାଞ୍ଜକ୍ସନ ପାଇଁ 100 କୋଟିରୁ ଉର୍ଦ୍ଧ୍ବ ଟର୍ନ ଓଭର ହେଲେ ଇଂଭୟାନ୍ସ ଜରୁରୀ ହେବ । ସେହିପରି ଏପ୍ରିଲ 1 ତାରିଖରୁ ସମସ୍ତ ଟ୍ୟାକ୍ସପେୟର୍ସଙ୍କ ପାଇଁ B2B ଟ୍ରାଞ୍ଜକ୍ସନ ଉପରେ ଇ-ଇଂଭୟାନ୍ସ ଆବଶ୍ୟକତା ହେବ ।

ଛୋଟ ବ୍ୟାପାରି ହେବେ ଲାଭବାନ ;-

ଛୋଟ କାରବାରୀଙ୍କୁ ବାର୍ଷିକ 5 କୋଟି ଟଙ୍କାର କାରବାର କରୁଥିଲେ ଆଗାମୀ ବର୍ଷ ଜାନୁଆରୀରେ କେବଳ ଚାରୋଟି ବିକ୍ରି ରିଟର୍ଣ୍ଣ ଦାଖଲ କରିବାକୁ ହେବ । ଏହିସମୟରେ ଏହି କାରବାରୀଙ୍କୁ ବାର୍ଷିକ 12 ରିଟର୍ଣ୍ଣ ଦାଖଲ କରିବାକୁ ହେବ ।

UPI ପେମେଣ୍ଟ ରେ ପରିବର୍ତ୍ତନ :-

ୟୁପିଆଇ ପ୍ରୋସେସଡ଼ ଟ୍ରାଞ୍ଜକ୍ସନର ମୋଟ ଭଲ୍ୟୁମ ଉପରେ 30 ପ୍ରତିଶତ ସୀମା କରିଛି, ଯାହା ସମସ୍ତ ଥାର୍ଡ ପାର୍ଟି ଆପ୍ ପ୍ରଦାନକାରୀଙ୍କ ପାଇଁ ପ୍ରଯୁଜ୍ୟ । ଏହି ନିୟମ ଜାନୁଆରୀ 1 2021 ରୁ ଲାଗୁ ହେବ ଗତ ତିନିମାସ ମଧ୍ୟରେ UPI ପ୍ରୋସେସଡ଼ ଟ୍ରାଞ୍ଜକ୍ସନର ମୋଟ ଭଲ୍ୟୁମ ଆଧାରରେ ଯୋଡ଼ାଯିବ ।

କେତେକ ଫୋନ ରେ ଚାଲିବ ନାହିଁ ହୁଆଟସପ ;-

ନୂଆବର୍ଷରୁ କିଛି ଆଣ୍ଡ୍ରଏଡ଼ ଓ ସ୍ମାର୍ଟଫୋନରେ ହ୍ଵାଟ୍ସଆପ ଚାଲିବ ନାହିଁ । ଏହି ଚାଟିଂ ଆପ ସେହି ମୋବାଇଲରେ କାମ କରିବନାହିଁ ଯେଉଁ ମୋବାଇଲରେ ଆଣ୍ଡ୍ରଏଡ଼ ଲୋଲିପପ ନାହିଁ । ହ୍ଵାଟ୍ସଆପକୁ ବିନା କୌଣସି ବାଧାରେ ଜାରି ରଖିବା ପାଇଁ ଏହା ଜରୁରୀ ଅଟେ ।

ମୋବାଇଲ କଲ ରେ ନୂଆ ପରିବର୍ତ୍ତନ :-

15 ଜାନୁଆରୀରୁ ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ପ୍ରଣାଳୀ ବଦଳିଯିବ । 15 ଜାନୁଆରୀ ରୁ ଯେକୌଣସି ମୋବାଇଲ ନମ୍ବରକୁ କଲ କରିବାପାଇଁ ନମ୍ବର୍ ପୂର୍ବରୁ “0” ଲାଗିବା ଅନିର୍ବାଯ୍ୟ ହେବ।

ଆମେ ଆପଣଙ୍କ ପାଇଁ ଏଭଳି ଖବର, ଜରୁରୀ ସୂଚନା,ରାଶିଫଳ,ସ୍ୱାସ୍ଥ୍ୟ ଟିପ୍ସ,ଶିକ୍ଷଣୀୟ କଥା ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *