ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ନୁହେଁ ତାହା ଠାରୁ ଅଧିକ ନିଜର ବ୍ୟକ୍ତିଗତ ଲାଇଫ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି-ତୃପ୍ତି କି ନେଇ ବିବାଦ ଦେଖା ଯାଇଥିଲା ଯାହା ପାଇଁ ପ୍ରକୃତିଙ୍କୁ ଟ୍ରୋଲ ହେବାକୁ ପଡିଥିଲା । ସୂଚନା ଅନୁଯାୟୀ ତାଙ୍କୁ ନେଇ ଆସିଛି ଆଉ ଏକ ବଡ ଖବର ।
ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିୟାଲିଟି ସୋ ବିଗ ବସ-୧୬ । ଆଜି ରାତି ୯ଟା ୩୦ ରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି । ଏଠି ସୋ ରେ ମୁମ୍ବାଇ ରେ ରହିଥିବା ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନଜର ଆସିବେ ନାହି ବୋଲି କିଛି ଦିନ ହେବ ଚର୍ଚ୍ଚା ରେ ରହିଛି । ଯେଉଁ ଚର୍ଚ୍ଚା ର ଆଜି ଅନ୍ତ ଘଟିଛି । ଯେଉଁ ଚର୍ଚ୍ଚା ଆଜି ଠାରୁ ହେବ ନାହି ।
ହଁ ଦର୍ଶକ ବନ୍ଧୁ ଏଠାରେ କହି ରଖିବାକୁ ଚାହୁଁଛୁ ଭାରତ ବର୍ଷର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିୟାଲିଟି ସୋ ବିଗ ବସ-୧୬ ରେ ଦୂରେଇ ଯାଇଛନ୍ତି ହିରୋଇନ ପ୍ରକୃତି ମିଶ୍ର । ଏମିତି କି ଜାତୀୟ ଗଣ ମାଧ୍ୟମ ରେ ବିଗ ବସ-୧୬ କୁ ନେଇ ଯେଉଁ ଖବର ପ୍ରକାଶ ପାଇଛି ସେଠାରେ ବି ପ୍ରକୃତି ମିଶ୍ର ଙ୍କ ନାଁ ନାହି । କାରଣ ବିଶେଷ ସୂତ୍ର ରୁ ମିଳିଥିବା ଖବର ଅନୁଯାୟୀ କିଛି ବ୍ୟକ୍ତିଗତ କାରଣ ପାଇଁ ଏଥିରେ ପ୍ରକୃତି ସାମିଲ ହେବେ ନାହି । ହୁଏ ତ ଆସନ୍ତା ସୋ ରେ ଭାଗ ନେଇ ପାରନ୍ତି ।
ହୁଏ ତ ପ୍ରକୃତି ମୁମ୍ବାଇ ରେ ରହି କୌଣସି ଫିଲ୍ମ ବା ଅନ୍ଯାନ୍ଯ କାର୍ଯ୍ୟ ରେ ବ୍ୟସ୍ତ ହୋଇ ଥାଇ ପାରନ୍ତି । ଆଗକୁ ଟାଙ୍କର କିଛି ହିନ୍ଦୀ ସିନେମାଆସିବାକୁ ଯାଉଛି ଠିକ ଏତିକି ବେଳେ ସେ ଖୁବ ବ୍ୟସ୍ତ ରହୁଛନ୍ତି । ଯାହା ପାଇଁ ଭାରତ ବର୍ଷ ର ସବୁଠାରୁ ଲୋକପ୍ରିୟ ସୋ ବିଗ ବସ-୧୬ ରୁ ସେ ଦୂରେଇ ରହିଛନ୍ତି । ଖାଲି ହିନ୍ଦୀ ସିନେମା ନୁହେଁ ବରଂ ସେ କିଛି ୱେବ ସିରିଜ ରେ ମଧ୍ୟ କାମ କରୁଥିବା ନେଇ ସୂଚନା ମିଳିଛି ।
ଗତ କିଛି ଦିନ ତଳେ ନିଜର ବ୍ୟକ୍ତିଗତ କାରଣ ପାଇଁ ପ୍ରକୃତି ଚର୍ଚ୍ଚା ର ବିଷୟ ପାଲଟିଥିଲେ ଆଉ ବିବାଦ ଭିତରକୁ ଆସିଥିଲେ । ତେବେ ସେ ଯାହା ବି ହେଉ ନା କାହିଁକି ସମସ୍ତେ ଆଶା କରିଥିଲେ ଏହି ଲୋକପ୍ରିୟ ରିୟାଲିଟି ସୋ ବିଗ ବସ-୧୬ ରେ ଓଡିଆ ହିରୋସିନ ପ୍ରକୃତି ମିଶ୍ର ନିଶ୍ଚୟ ନଜର ଆସିବେ । କିନ୍ତୁ ଏହି ରିୟାଲିଟି ସୋ ରୁ ନିଜେ ଦୂରେଇ ଯାଇଛନ୍ତି ପ୍ରକୃତି ମିଶ୍ର । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।