Special Story: ଅଜିଠୁ ବଦଳିଲା ଏହି ସବୁ ନିୟମ

କହିବାକୁ ଗଲେ ସରକାର ବେଳେ ବେଳେ କିଛି ସରକାରୀ କିମ୍ବା ବେସରକାରୀ କମ୍ପାନୀର ନିୟମରେ କିମ୍ବା ରନ୍ଧନ ଗ୍ୟାସ ଓ ବ୍ୟାଙ୍କ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ ଆଣିଥାନ୍ତି । ଏମିତିରେ ଏହି ପରିବର୍ତ୍ତନ ଦ୍ଵାରା ବେଳେ ବେଳେ ସମସ୍ତଙ୍କୁ ଲାଭ ମିଳିଥାଏ ତ ବେଳେ ବେଳେ କ୍ଷତି ବି ସହିବାକୁ ପଡିଥାଏ ।

ଏମିତିରେ ସରକାର ପୁଣି ଥରେ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କହିବାକୁ ଗଲେ ଆଜି ଅର୍ଥାତ ଜୁନ ୧ ରୁ କିଛି ଖାସ ନିୟମ ଗୁଡିକରେ ପରିବର୍ତ୍ତନ ଆସିବ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ନିୟମ ବିଷୟରେ । ସରକାର ଜୁନ ୧ ରୁ ଏହି ୫ ଟି ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏମିତିରେ ସାଧାରଣ ଗ୍ରାହକମାନଙ୍କ ଉପରେ ଏହାର ସିଧା ପ୍ରଭାବ ପଡିପାରେ ।

ରନ୍ଧନ ଗ୍ୟାସ

ଆଜି ଠାରୁ ରନ୍ଧନ ଗ୍ୟାସ ଦରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ନିଶ୍ଚିତ ରୂପରେ ଜଣା ପଡି ନାହିଁ କି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ହେବ ନା ବଢିବ । କାରଣ ପ୍ରତି ମାସରେ ସମସ୍ତ ତେଲ କମ୍ପାନୀ ନିଜର ଏଲପିଜି ଗ୍ୟାସ ସିଲିଣ୍ଡରରେ କିଛି ନା କିଛି ପରିବର୍ତ୍ତନ ଆଣିଥାନ୍ତି । ଏମିତିରେ ବେଳେ ବେଳେ ରନ୍ଧନ ଗ୍ୟାସର ମୂଲ୍ୟ ସମାନ ରହିଥାଏ ତ ବେଳେ ବେଳେ ଏହା ବଢିଥାଏ ନଚେତ କମ ହୋଇଥାଏ । ବେଳେ ବେଳେ ମାସକୁ ଦୁଇ ଥର ବି ରନ୍ଧନ ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ ଆସିଛି । ଏମିତିରେ ଏହି ମାସରେ ରନ୍ଧନ ଗ୍ୟାସର ମୂଲ୍ୟ ବଢିପାରେ ବୋଲି କୁହାଯାଉଛି ।

ସେଭିଙ୍ଗ ସ୍କିମ

ଜୁନ ୧ରୁ ସେଭିଙ୍ଗ ସ୍କିମ ସୁଧ ହାରରେ ବି କିଛି ପରିବର୍ତ୍ତନ ହୋଇପାରେ । ଯେମିତି କି PPF, NSC, KBP ଓ ସୁକନ୍ୟା ସମୃଦ୍ଧି ଭଲି ସ୍ମଲ ସେଭିଙ୍ଗ ସୁଧ ହାର କମ କିମ୍ବା ଅଧିକ ହୋଇପାରେ । ପ୍ରତି ତିନି ମାସରେ ସରକାର ଏହିଭଳି କିଛି ନିୟମ କରୁଥିବାରୁ ଜୁନରେ ବି ଏହିଭଳି ପୁଣି ଥରେ ଅର୍ଥାତ ପୁଣି କିଛି ନୂଆ ନିୟମ ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟାଙ୍କ ଅଫ ବରୋଦା

ଠିକ ସେହିଭଳି ଆଜି ଠାରୁ ବ୍ୟାଙ୍କ ଅଫ ବରୋଦାରେ ପଜିଟିବ ପେ ସିଷ୍ଟମ ଲାଗୁ ହେବ । ବ୍ୟାଙ୍କ ଅଫ ବରୋଦା ନିଜର ଗ୍ରାହକମାନଙ୍କ ପାଇଁ ଜୁନ ୧ ତାରିଖରୁ ଚେକ ପେମେଣ୍ଟ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଦ୍ଵାରା ଗ୍ରାହାକମାନେ ଠକାମିରେ ଶିକାର ହୋଇ ପାରିବେ ନାହିଁ । ବ୍ୟାଙ୍କ ଅଫ ବରୋଦା ପଜିଟିବ ପେ କଂଫରେନ୍ସ କେବଳ ୨ ଲକ୍ଷରୁ ଅଧିକ ଚେକ ପେମେଣ୍ଟ ଉପରେ ଲାଗୁ ହେବ ବୋଲି କୁହାଯାଇଛି ।

କାନାରା ବ୍ୟାଙ୍କ

କେବଳ ବ୍ୟାଙ୍କ ଅଫ ବରୋଦା ନୁହେଁ କାନାରା ବ୍ୟାଙ୍କ ବି ନିଜର କିଛି ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛି । ଜୁନ ୩୦ ରୁ କାନରା ବ୍ୟାଙ୍କର ଆଇଏଫସି କୋଡ ଚେଞ୍ଜ ହୋଇଯିବ । ଜୁନ ୧ ରୁ ନୂଆ ଆଇଏଫସି କୋଡରେ ଗ୍ରାହକମାନେ କାମ କରି ବୋଲି କାନାରା ବ୍ୟାଙ୍କ ୱେବସାଇଟରେ ସୂଚନା ଜାରି କରାଯାଇଛି । ନୂଆ ଆଇଏଫସି କୋଡ ଜାଣିବାକୁ ହେଲେ ଗ୍ରାହକମାନେ କାନାରା ବ୍ୟାଙ୍କର ୱେବସାଇଟକୁ ଯାଇ ନିଜ ବ୍ୟାଙ୍କ ଶାଖା କୋଡ ଜାଣି ପାରିବେ ।

ଗୁଗଲ ଷ୍ଟୋରେଜ

ଜୁନ ୧ ରୁ ସବୁଠୁ ବଡ ପରିବର୍ତ୍ତନ ହେଉଛି କି ଗୁଗଲ ନିଜର ଷ୍ଟୋରେଜ ପଲିସିରେ କିଛି ପରିବର୍ତ୍ତନ କରୁଛି । ବର୍ତ୍ତମାନ ଗୁଗଲ ଫଟୋରେ ଆପଣ ଅଂଲିମିଟେଡ ଫଟୋ ଅପ୍ଲୋଡ କରି ପାରିବେ ନାହିଁ । ବର୍ତ୍ତମାନ ପ୍ରତି ଜିମେଲକୁ ୧୫ ଜିବିର ସ୍ପେସ ମିଳିବ । ଏମିତିରେ ଯଦି ୧୫ ଜିବିରୁ ଅଧିକ ସ୍ପେସ ଆପଣଙ୍କୁ ଦରକାର ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କହିଦେଉଛୁ କି ପୂର୍ବରୁ ଆସିମୀତ ସ୍ଟୋରେଜ ମାଗଣା ଥିଲା । ରନ୍ଧନ ଗ୍ୟାସ ମୂଲ୍ୟ ଓ ସେଭିଙ୍ଗ ସ୍କିମ ସୁଧା ହାରରେ ଯଦି କୌଣସି ବଡ ପରିବର୍ତ୍ତନ ହୁଏ ତେବେ ଏହା ସମସ୍ତଙ୍କର ପକେଟ ଉପରେ ପ୍ରଭାବ ପକାଇ ପରେ ।

Leave a Reply

Your email address will not be published. Required fields are marked *