ଅକାମି ହୋଇଗଲା ପ୍ରେମିକାର 2ଟି ଗୋଡ କିନ୍ତୁ ହାତ ଛାଡ଼ିଲାନି ପ୍ରେମିକ, ହୁଇଲ ଚେୟାର ରେ ବସାଇ… ଦେଖନ୍ତୁ Video

ମୁଁ ଚାଲି ପାରୁନି କଣ ହୋଇଗଲା ମୋର ଦୁଇ ଟି ଗୋଡ କୁ । ମୋ ଗୋଡ ଅକାମି ହୋଇଗଲା । ତୁମେ ଚିନ୍ତା କର ନାହି ମୁଁ ତୁମକୁ ହିଁ ବାହା ହେବି । ଯାହା ବି ହୋଇଯାଉ । ହଁ ଦର୍ଶକ ବନ୍ଧୁ ପ୍ରେମ ଚାଲିଥିଲା ଆଉ ଯେବେ ବାହାଘର ସମୟ ଆସିଲା ସେତେ ବେଳକୁ ପ୍ରେମିକା ନିଜ ଗୋଡ ରେ ଆଉ ଛିଡା ହୋଇ ପାରିଲା ନାହି । ଗୋଡ ଦୁଇ ଟି ହଠାତ ଏଭଳି ଅକାମି ହୋଇଗଲା । ଆଉ ତା ପରେ ପ୍ରେମିକା କାନ୍ଦି କାନ୍ଦି ପ୍ରେମିକ କୁ ଜଣାଇଲା । ଆଉ ପ୍ରେମିକ କହିଥିଲା ତୁମେ ଚିନ୍ତା କର ନାହି ମୁଁ ତୁମକୁ ଭଲ ପାଉଛି ତୁମକୁ ହିଁ ବାହା ହେବି ।

ଆଉ ତମର ହାତ ଧରିବି । ଆଉ ଆଜି ସତରେ ପ୍ରେମିକାର ହାତ ଧରି ବାହା ହୋଇଛି ପ୍ରେମିକ । କଥାରେ ଅଛି ପ୍ରେମ ଯଦି ହୃଦୟରୁ ଥାଏ ତ ଦୁନିଆରେ କେହି ତାଙ୍କୁ ଅଲଗା କରି ପାରିବେ ନାହି । ତେବେ ଏହି ଦୃଶ୍ୟ ଠିକ ସେହିପରି କିଛି ରହିଛି । ପ୍ରେମିକା ୱ୍ହିଲଚେୟାର ବସିଛି ଆଉ ପ୍ରେମିକ ସାତ ଫେରା ନେଇ ପ୍ରେମିକା ଙ୍କୁ ବାହା ହୋଇଛି । ସାତ ଜନ୍ମ ପାଇଁ ଦୁହେଁ ଏକାଠି ହୋଇଛନ୍ତି । ଏ କାହାଣୀ ଫିଲ୍ମ ପରି ମନେ ହେଉଥିବ କିନ୍ତୁ ଏହା ରିୟଲ ଲଭ ଷ୍ଟୋରି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଫତପୁର ଅଞ୍ଚଳ ର । ଫତପୁର ଅଞ୍ଚଳ ର ଅବସର ପ୍ରାପ୍ତ ସେନା କର୍ମଚାରୀ ବିଶୁଣୁ ଚରଣ ମହାପାତ୍ର ଙ୍କ ପୁଅ ଶୁଭ୍ରାଂଶୁ ମହାପାତ୍ର । ଏବେ ତାଙ୍କର ସ୍ଵତନ୍ତ୍ର ପ୍ରେମ କାହାଣୀ କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ଦୀର୍ଘ ୮ ବର୍ଷର ପ୍ରେମକୁ ଶେଷରେ ସିନ୍ଦୁର ପିନ୍ଧାଇ ଉଭୟ ହୋଇଛନ୍ତି ସ୍ଵାମୀ ସ୍ତ୍ରୀ । ୨୦୧୫ ରୁ ଶୁଭ୍ରାଂଶୁ ସେରଗଡ ଗଡପଦା ଅଞ୍ଚଳ ର ଦେବସ୍ମିତା ପଣ୍ଡା ଙ୍କୁ ଭଲ ପାଉଥିଲେ ।

ଅନେକ ଝଡ ଝଞ୍ଜା ଦେଇ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ହଠାତ ଜୀବନରେ ନୂଆ ମୋଡ ଆସିଲା । ଯେଉଁଥିରେ ଦେବସ୍ମିତା ନିଜ ଗୋଡରେ ଠିଆ ହୋଇ ପାରିଲେ ନାହି । ଆଉ ଗଟ ଦୁଇଟି ଅକାମି ହୋଇଗଲା । ପକ୍ଷାଘାତର ଶିକାର ହୋଇଥିଲେ ଦେବସ୍ମିତା । ତେବେ ଗୋଡରେ ଠିକ ଭାବେ ଠିଆ ହୋଇପାରୁ ନ ଥିବା ଦେବସ୍ମିତାଙ୍କୁ ଜୀବନସାଥି ଭାବେ ଗ୍ରହଣ କରିବାକୁ ଶୁଭ୍ରାଂଶୁ ସ୍ଥିର ମନସ୍ଥ ଥିଲେ ।

ଏହାକୁ ନେଇ ଉଭୟ ଗତ ନଭେମ୍ବର ୪ ତାରିଖରେ ଏକ ମନ୍ଦିର ରେ ବିବାହ କରିଛନ୍ତି । କିଭଳି ସାତ ଫେରା ନେଇ ବାହାଘର ସାରିଛି । ଆଉ ଏହି ବିବାହକୁ ନେଇଏ ଏବ ସମସ୍ତେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି । ଏ ପ୍ରେମ ସତରେ ଲାଗୁଛି କେତେ ପବିତ୍ର । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମ କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *