ନମସ୍କାର ବନ୍ଧୁଗଣ । ଆକାଶରୁ ବର୍ଷା ହେଲା ମାଛ । ଖୁସି ରେ ନାଚିଲେ ଜନତା ମାନେ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ପ୍ରବଳ ବର୍ଷା ହେଲା ଆକାଶରୁ ମାଛ ଖସିଲା । ହୁଏ ତ ଏହି ଘଟଣା ଜାଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ କି ଆକାଶ ରୁ ମାଛ ବର୍ଷା ହେଲା କେମିତି ? ଆକାଶରୁ ବର୍ଷା ହେଲେ କୁଆ ପଥର ପଡେ ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣିଥିବେ । ହେଲେ ମାଛ ପଡିଲା କେମିତି ଏହା କିପରି ସମ୍ଭବ ଆପଣ ନିଶ୍ଚିତ ଭାବେ ଭାବୁଥିବେ ? ତେବେ ଏହି ଘଟଣା ଟି ଆଶ୍ଚର୍ଯ୍ୟ କର ହୋଇଥିଲେ ମଧ୍ୟ ସତ୍ୟ ଅଟେ ।
ଆଜ୍ଞା ହଁ ବନ୍ଧୁଗଣ ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବା ପରେ ଆକାଶ ରୁ ପ୍ରବଳ ମାତ୍ରା ରେ ମାଛ ପଡିଥିଲା । ଯାହାକୁ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଛି । ତେଲେଙ୍ଗାନା ଆକାଶରେ ଦେଖିବାକୁ ମିଳିଛି ନିଆରା ଘଟଣା । ପ୍ରବଳ ବର୍ଷା ହେବା ସମୟରେ ଆକାଶ ରୁ ବର୍ଷୀଲା କୁଇଣ୍ଟାଲ କୁଇଣ୍ଟାଲ ମାଛ ।
ତେଲେଙ୍ଗାନ ର ଜଗତିଗଲା ସହର ରେ ଆକାଶ ରୁ ବର୍ଷା ସାଥିରେ ମାଛ ପଡୁ ଥିବାର ଦେଖିବାକୁ ମିଳିଛି । ଏହି ସହରର ରାସ୍ତା, ଘର ର ଛାତ ଓ ଗଳି ଗଳି ରେ ମାଛ ଏମିତି ମାତ୍ରା ରେ ପଡିଥିଲା ଯେ ଲୋକ ମାନେ ଏହାକୁ ଦେଖି ସ୍ତବ୍ଧ ହୋଇ ଯାଇଛନ୍ତି । ମାଛ ବର୍ଷାର ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ ରୁ ଆଉ ଗୋଟିଏ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।
ଏଲେ କେଉଁ ପରିସ୍ଥିତି ରେ ମାଛ ଆକାଶରୁ ପଡିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ସାଧାରଣ ଲୋକ ମାନଙ୍କ ମନରେ ଉଙ୍କି ମରୁଛି । ଅନ୍ୟ ପାଖ ରେ ଆକାଶ ରୁ ମାଛ ବର୍ଷା ହେବା ନେଇ ବୈଜ୍ଞାନିକ ମାନେ ମଧ୍ୟ ନିଜର ମତ ରଖିଛନ୍ତି ।
ବୈଜ୍ଞାନିକ ଙ୍କ କହିବା ଅନୁଯାୟୀ ଯେତେବେଳେ ଛୋଟ ଛୋଟ ଜଳୀୟ ଜୀବ ଯେପରିକି ବେଙ୍ଗ, କଙ୍କଡା ଓ ମାଛ ଆଦି ୱାଟର ସାଉଟ ରେ ଉପରକୁ ଯାଇଥାନ୍ତି ଏହି ୱାଟର ସାଉଟ କୁ ବୈଜ୍ଞାନିକ ଭାଷାରେ ଜଳ ବାଉଣ୍ଡର ବୋଲି କୁହାଯାଏ ।
ତେବେ ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହୁଏ ସେହି ସ୍ଥାନରେ ବାଉଣ୍ଡର ସୃଷ୍ଟି ହୋଇଥାଏ । ଯାହା ଦ୍ଵାରା ମାଛ ମାନେ ଆକାଶ କୁ ଉଠି ଯାଇଥାନ୍ତି । ଆଉ ବାଉଣ୍ଡର ହାଲକା ହେବା ପରେ ଜୀବ ଗୁଡିକ ତଳକୁ ଖସିଥାନ୍ତି । ଗତ ବର୍ଷ ଆମେରିକାର ଟେକସାସ ରେ ଏପରି ଘଟଣା ଦେଖିବାକୁ ମିଳିଥିଲା । ସେଠାରେ ମାଛ ବର୍ଷାର ଘଟଣା ଦେଖିବାକୁ ମିଳିଥିଲା ।
ତେବେ ଏହି ମାଛ ବର୍ଷ ଘଟଣା କୁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣ ମାନଙ୍କର ଆକାଶ ରୁ ମାଛ ବର୍ଷା ହେବା ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।