ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ, କଣ ଏହା ପଛର ରହସ୍ୟ- ପଢନ୍ତୁ ସମ୍ପୂର୍ଣ ଖବର

ଆମ ପୃଥିବୀ ବାହାରେ ମଧ୍ୟ ଅନ୍ୟ ଏକ ଦୁନିଆ ଅଛି ଯାହାକୁ ଆମେ ଖାଲି ଆଖିରେ ଦେଖିପାରୁନା । କିନ୍ତୁ ବେଳେବେଳେ ଆମ ଆଖିକୁ ଏମିତି କିଛି ଦୃଶ୍ୟ ଦେଖାଯାଏ ଯାହାକୁ ଆମେ ବିଶ୍ଵାସ କରିପାରନ୍ତି ନାହିଁ । ଆସନ୍ତୁ ଆମେ ଆଜି ଏମିତି ଏକ ଘଟଣା ବିଷୟରେ ଆଲୋଚନା କରିବା । ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ଆମେରିକାର ଉତ୍ତର କେରୋଲିନାର ସମୁଦ୍ର ମଝିରେ ଆକାଶରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଲା ।

ଯାହାକୁ ନେଇ ସୋସିଆଲ ମେଡିଆରେ ଚର୍ଚା ଜୋର ଧରିଛି ।

୨୮ ସେପ୍ଟେମ୍ବରରେ ବିଲିୟମ ଗାୟ ନାମୀ ବ୍ୟକ୍ତି ୟୁଟ୍ୟୁବ ରେ ୩୦ ସେକେଣ୍ଡର ଭିଡିଓ ଶେୟାର କରିଥିଲେ, ଯାହାର ଶୀର୍ଷ ଥିଲା “ରିଅଲ ୟୁଏଫଓ ସାଇଟିଙ୍ଗ” । ଭିଡିଓ ଟିରେ ୧୪ଟି ଚମକୁଥିବା ବସ୍ତୁ ଦେଖା ଯାଉଥିଲା । WYFF ଅନୁସାରେ ବିଲିୟମ ପମିଶିକୋ ସାଉଣ୍ଡ ଲେଗୁନ ରେ ଗୋଟେ ନୌକାରେ ଥିବା ଅବସ୍ଥାରେ ଏହି ଘଟଣାକୁ ନିଜ କ୍ୟାମେରାରେ ରେକର୍ଡ କରିଥିଲେ ।

ଧ୍ୟାନ କେନ୍ଦ୍ରିତ କରିବାର କଥା ଏହାକି ଭିଡିଓ ଚାଲୁଥିବା ସମୟରେ ଅନ୍ୟ ବ୍ୟକ୍ତିଙ୍କର ଚିତ୍କାର ଶୁଣା ଯାଉଛି କି “କିଏ କହିପାରିବ କି ଇଏ କଣ ? ଆମେ ସମୁଦ୍ର ମଝିରେ ନୌକରେ ଅଛୁ ଓ ଆଖପାଖରେ ମଧ୍ୟ କିଛି ନାହିଁ । “ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ସୋସିଆଲ ମିଡିଆରେ ବହୁମାତ୍ରାରେ ଶେୟାର ହେଉଛି । ଏହି ବସ୍ତୁ କାହାର ଅଂଶ ଏବଂ ଏମିତି ଦୃଶ୍ୟମାନ ହେବାର ଅର୍ଥ କଣ ହେଇପାରେ ।

ଏହି ଭିଡିଓକୁ ଆଧାର କରି ଜଣେ ୟୁଜର ଲେଖିଛନ୍ତି,”ଏକା ସାଙ୍ଗରେ ପ୍ରେରଣ କରିଥିବା ଚୀନର ସାଟେଲାଇଟ ସମୂହର ଦୃଶ୍ୟ । “ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି,”ସମୁଦ୍ର ଓ ବାଦଲ ୟୁଏଫଓର ଲୁଚିବା ସ୍ଥାନ । “ ଏହାକୁ କମେଣ୍ଟ କରି ଡେରିକ ରୋନାଲ୍ଟ ଲେଖିଛନ୍ତି – ମୋତେ ଜଣା ଅଛି ଏହି ଆଲୋକର ରହସ୍ୟ । ମୁଁ ପୂର୍ବରୁ ନୌସୈନିକ ଭାବେ ଚେରୀ ପୟେନ୍ଟ ରେ ରହି ସାରିଛି ।

ସେତେବେଳେ ଆମେ ନିୟମିତ ଭାବେ ସେନା ଅଭ୍ୟାସ ପାଇଁ ସନ୍ଧ୍ୟା ସମୟରେ ନିଜ ବିମାନର ପଛ ପାଖରୁ ଫ୍ଲେୟର୍ସ ଛାଡୁଥିଲୁ । ଏଥିରେ ଏକ ହଜାର ମହମବତୀର ଶକ୍ତି ଥାଏ । ଏହାର କିରଣ ଏତେ ପ୍ରଖର ହେଇଥାଏ ଯେ ଏହା ବହୁତ ଦୂରରୁ ମଧ୍ୟ ଦୃଶ୍ୟମାନ ହୁଏ । ଏହା ଧୀର ଗତିରେ ଭାସେ କାରଣ ଏହା ଆକାଶଛତା ଦ୍ଵାରା ଝୁଲୁଥାଏ ।

Leave a Reply

Your email address will not be published. Required fields are marked *