ଅକ୍ଷୟ ତୃତୀୟା ଦିନ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ମା ଲକ୍ଷ୍ମୀ କରିବେ ଧନ ବର୍ଷା

ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ରୂପରେ ପାଳନ କରା ଯାଇଥାଏ, ଶାସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ଅକ୍ଷୟ ତୃତୀୟା ଧନ ପ୍ରାପ୍ତି ଉପାୟ ପାଇଁ ବହୁତ ବିଶେଷ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ଅକ୍ଷୟ ତ୍ରିତୀୟା ଦିନ ବିନା କୌଣସି ମୁହୁର୍ଟରେ ଆପଣ କିଛି ବି କିନା କିଣି କରି ପାରିବେ, ତେବେ ଏହି ଦିନ ଆପଣ ଘର, ଗାଡି, ନୂଆ ବସ୍ତ୍ର ଆଭୁଶନ, ସୁନା ଚାନ୍ଦି କିଛି ବି କିଣି ପାରିବେ, ଏହି ଦିନ କିଛି ବି କିଣିବା ପାଇଁ ଅତ୍ୟନ୍ତ ଶୁଭକାରୀ ରହିଥାଏ । ତେବେ ଅକ୍ଷୟ ତୃତୀୟା ଦିନ ଏମିତି କିଛି ଜିନିଷ ଅଛି ଯାହା କିଣିଲେ ଆପଣ ଧନବାନ ହୋଇଯିବେ, ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଅକ୍ଷୟ ତ୍ରିତୀୟା ଦିନ ସୁନା ଆଉ ରୂପା ଛଡା କଣ କିଣିଲେ ଆପଣଙ୍କୁ ଶୁଭ ଲାଭ ପ୍ରାପ୍ତି ହୋଇଥାଏ ତେବେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ବାସ କରିଥାନ୍ତି ।

ଏହି ବର୍ଷ ଅକ୍ଷୟ ତ୍ରିତୀୟା ୧୪ ମଇ, ଶୁକ୍ରବାର ଦିନ ପଡୁଅଛି, ଏହି ଦିନ ସୂର୍ଯ୍ୟ ମେଶରୁ ବୃଷ ରାଶିରେ ଗୋଚର କରିବେ, ଏହି କାରଣରୁ ସୂର୍ଯ୍ୟ ଆଉ ବୁଦ୍ଧଙ୍କ ସଂଯୋଗ ରୁ ବୁଧରାଦିତ୍ୟ ଯୋଗ ହେଉଛି, ତେବେ ଏହି କାରଣରୁ ଚନ୍ଦ୍ର ଶୁକ୍ର ସହ ବୃଷ ରାଶିରେ ଗୋଚର କରିବେ, ଅକ୍ଷୟ ତ୍ରିତୀୟା ଦିନ ଧନ, ବୈଭବ, ଆଉ ସମୃଦ୍ଧି ଯୋଗ ହେଉଛି ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ତାଲା ଖୋଲିଯିବ । ଏହି ଦିନ ସୁକର୍ମା ଧୃତି ଯୋଗ ହେଉଛି, ମାନ୍ୟତା ଅନୁଯାଇ କୁହା ଯାଇଛି ଯେ ଏହି ଦିନ ଶୁଭ ଯୋଗରେ ଘର, ବାଡି ଓ ଭୂମି କିଣିବା ବହୁତ ଶୁଭ ହୋଇଥାଏ । ଏହି ସମୟରେ ନୂଆ ରୋଜଗାର ଆରମ୍ଭ କରି ପାରନ୍ତି ନଚେତ କେଉଁ ଜାଗାରେ ଧନ ନିବେଶ ମଧ୍ୟ କରି ପାରନ୍ତି କିନ୍ତୁ ବିଶେଷ ଧ୍ୟାନ ଡବା ଉଚିତ ରହିଥାଏ ।

୧. ଲକ୍ଷ୍ମୀ ଚରଣ ପାଦୁକା :

ଅକ୍ଷୟ ତୃତୀୟା ଦିନ ସୁନା ରୂପା ଜିନିଷ କିଣିବା ଶୁଭ ହୋଇଥାଏ, ଯଦି ଆପଣ ଏହି ଦିନ ସୁନା ରୂପା ବା ଅନ୍ୟ ଧାତୁ ଦ୍ଵାରା ନିର୍ମିତ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ ଆନୁଛନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ସବୁ ଦିନ ପାଇଁ ରହି ଯାଇଥାନ୍ତି ।

୨. ଶ୍ରୀ ଜନ୍ତ୍ର :

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀଙ୍କୁ ଶ୍ରୀ ଜନ୍ତ୍ର ବହୁତ ପସନ୍ଦ ହୋଇଥାଏ ତେବେ ଅକ୍ଷୟ ତ୍ରିତୀୟା ଦିନ ଯଦି ଆପଣ ଶ୍ରୀ ଜନ୍ତ୍ର ଘରକୁ ଆଣିଥାନ୍ତି ଆଉ ନିୟମିତ ରୂପରେ ପୂଜା କରିଥାନ୍ତି ତେବେ ଆପଣଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

୩. କଉଡି :

ଆପଣ ମାନେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀ ଭଗବାନ ସମୁଦ୍ର ଦେବଙ୍କ ଝିଅ ଅଟନ୍ତି ତେବେ ଅକ୍ଷୟ ତ୍ରିତୀୟା ଦିନ ଘରେ କଉଡି ଆଣିବା ବହୁତ ଶୁଭ ରହିଥାଏ ।

୪. ଏକାକ୍ଷୀ ନଡିଆ :

ଆପଣ ମାନେ ଗୋଟେ ଆଖି ନଡିଆ ଦେଖିଥିବେ ତେବେ ଏହି ଭଳି ନଡିଆ ଅକ୍ଷୟ ତ୍ରିତୀୟା ଦିନ ଘରକୁ ଆଣିଲେ ବହୁତ ଶୁଭ ହୋଇଥାଏ ଆଉ ସବୁ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

ଜ୍ଯୋତିଷ ସମ୍ବନ୍ଧିତ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *