ଅକ୍ଷୟା ତୃତୀୟା(15 May)ଦିନ ସୁନା କିଣି ନପାରିଲେ କରନ୍ତୁ ଏହି ୪ ଟି କାମ ମିଳିବ ଶୁଭଫଳ

ପବିତ୍ର ଅକ୍ଷୟ ତୃତୀୟା ଦିନ ସୁନା କିଣିବା ବଦଳରେ କେଉଁ ସବୁ କାମ କରିବା ଦ୍ଵାରା ସମାନ ପରିମାଣର ଶୁଭ ଫଳ ମିଳିଥାଏ । ବୈଶାଖ ମାସକୁ ହିନ୍ଦୁ ଧର୍ମରେ ଏକ ଅତି ପବିତ୍ର ମାସ ଭାବରେ ବିବେଚନା କରାଯାଏ ।ଏହି ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ  ଶୁଭର ପର୍ବ ଅକ୍ଷୟ ତୃତୀୟା ପାଳନ କରାଯାଏ । ତେବେ ଇଂରାଜୀ କ୍ଯାଲେଣ୍ଡର ହିସାବରେ ଚଳିତ ବର୍ଷ ମେ ମାସ ୧୫ ତାରିଖ ଦିନ ଏହି ପର୍ବ ପାଳନ କରାଯିବ । କୁହାଯାଏ ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।


ବିଶ୍ଵାସ କରାଯାଏକି ଯଦି ଆମେ ଏହି ଦିନ ସୁନା କିଣି ଥାଉ ତେବେ ଘରେ କେବେବି ଟଙ୍କା ପଇସାର ଅଭାବ ହୁଏ ନହିଁ । କିନ୍ତୁ ଯଦି ଆପଣ ସୁନା କିଣିପାରୁ ନାହାନ୍ତି ତେବେ ଆପଣ ଏହି ଚାରୋଟି କାମ କରିବା ଦ୍ଵାରା ଅନେକ ଶୁଭ ଫଳା ଫଳ ପାଇପାରିବା । ତେବେ ଆସନ୍ତୁ ଜାଣିବା ସେହି ସବୁ କାମ ବିଷୟରେ । ଜଳ ସମ୍ବନ୍ଧୀୟ ଜିନିଷ ଗୁଡିକର ଦାନ କରନ୍ତୁ, ଶାସ୍ତ୍ରରେ କୁହାଯାଇଚିକି ଅକ୍ଷୟ ତୃତୀୟା ଦିନ କୌଣସି ଥଣ୍ଡା ଜଳ ସମ୍ବନ୍ଧୀୟ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ ।


କାରଣ ଅକ୍ଷୟ ତୃତୀୟା ଗ୍ରୀଷ୍ମ ଋତୁରେ ଆସିଥାଏ । ତେଣୁ ଆପଣ ଯଦି ଏହି ଦିନ ମାଠିଆ, ଗ୍ଲାସ, ପାଣି ଇତ୍ୟାଦି ଦାନ କରନ୍ତି ତେବେ ଆପଣ ଭଲ ଫଳା ଫଳ ପାଇପାରିବେ ।  ଦିତୀୟରେ ହେଉଛି ଗୋ ମାତାଙ୍କର ସେବା କରନ୍ତୁ । ପ୍ରତେକ ବ୍ୟକ୍ତିଙ୍କୁ ସର୍ବଦା ଗୋ ମାତାଙ୍କର ସେବା କରିବା ଉଚିତ । କିନ୍ତୁ ଏହି ଦିନ ସେବା କରିବା ଦ୍ଵାରା ବିଶେଷ ଫଳ ମିଳିଥାଏ । ତେବେ ଆପଣ ମାନେ ଏହି ଦିନ ଗଇକୁ ପାଣିରେ ଗୁଡ ମିଶାଇ ଖାଇବାକୁ ଦିଅନ୍ତୁ ।


ଏହା ବ୍ଯତୀତ ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଚିକି ଗୋ ମାତାଙ୍କର ସେବା କରିବା ଦ୍ଵାରା ବ୍ଯକ୍ତିର ରୋଗ ମୁକ୍ତ ରହିବା ସହିତ ଧନ ସମ୍ପତିରେ ପରିପୂର୍ଣ ହୋଇଥାଏ । ପ୍ରତେକ ବ୍ୟକ୍ତିଙ୍କ ପାଇଁ ଏହି ଦିନ ସୁନା କିଣିବା ସମ୍ଭବ ହୋଇପାରିନଥାଏ । ତେଣୁ ଆପଣ ସୁନା ପରିବର୍ତେ ଯଉ କିନ୍ତୁ ଏହାକୁ ଭଗବାନ ବିଷ୍ନୁଙ୍କ ପାଖରେ ସମର୍ପିତ କରି ଦିଅନ୍ତୁ । ତା ପରେ ଶ୍ରୀ ହାରୀଙ୍କୁ ପୂଜା କରନ୍ତୁ ଏହାକୁ ଲାଲ ରଙ୍ଗର କପଡାରେ ଗୁଡାଇ ଆଲମାରୀରେ ରଖୀ ଦିଅନ୍ତୁ ।


ଅକ୍ଷୟ ତୃତୀୟାରେ ଏହି ପ୍ରତିକ୍ରିୟା କରି ଆପଣ ଶୁଭ ଫଳା ଫଳ ପାଇପାରିବେ । ଚତୁର୍ଥରେ ଖାଦ୍ଯ ଦାନ କରନ୍ତୁ । ଖାଦ୍ଯ ବା ଅର୍ଣ୍ଣ ଦାନ କରିବା ଦ୍ଵାରା ବ୍ଯକ୍ତିର ସାତ ଜନ୍ମର ପାପ କର୍ମ  ପୂଣ୍ୟ କର୍ମରେ ପରିଣତ ହୋଇଯାଇଥାଏ । ଅକ୍ଷୟ ତୃତୀୟା ଦିନ ଖାଦ୍ଯ ଦାନ କରିବା ଦ୍ଵାରା ଶହେ ଗୁନା ଅଧିକା ପୂଣ୍ୟ ଫଳ ମିଳିଥାଏ । ଶେଠୀ ଲାଗି ଏହି ଦିନା ଆପଣଙ୍କ ପାଖରେ ଥିବା ଗରିବ ଲୋକଙ୍କୁ ଅଟା, ଚାଉଳ କୌଣସି ଶସ୍ଯ ଆଦି ଦାନ କରି ପାରିବେ ।

Leave a Reply

Your email address will not be published. Required fields are marked *