ବନ୍ଧୁଗଣ ଅଭିନେତା ଅମ୍ଳାନ ଓ ତାଙ୍କ ସାନ ଭାଇ ଅକ୍ଲାନ୍ତ ଦାସ ଖୁବ ଛୋଟ ହୋଇଥିଲେ । ଆଉ ସେହି ସମୟରେ ତାଙ୍କ ମା ତାଙ୍କୁ ପରଲୋକ କରି ଚାଲି ଯାଇଥିଲେ । ଅମ୍ଳାନ ବଡ ହୋଇ ଯାଇଥିଲେ କିନ୍ତୁ ଅକ୍ଲାନ୍ତ ବୟସରେ ଖୁବ ଛୋଟ ଥିଲେ । ଆଉ ସେତେବେଳେ ମିହିର ଦାସ ଯେବେ ପୁରୁଣା କଥା ଭୁଲି ସିନେମା ଆରମ୍ଭ କରିଲେ ସାନ ପୁଅକୁ କିନ୍ତୁ ପାଖରୁ ଛାଡି ନ ଥିଲେ ।
ଯେଉଁଠି ଯେତେବେଳେ ସିନେମା ଶୁଟିଙ୍ଗ ହେଉଥିଲେ ଅକ୍ଲାନ୍ତ ବାପାଙ୍କ ସହ ଯାଇଥିଲେ । ଆଉ ସେହି ସମୟରେ ମିହିରଙ୍କ ସହ ଅଭିନୟ କରଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି । ଆଉ ସେତେବେଳେ ମିହିର ଦାସ ଓ ଉତ୍ତମ ମହାନ୍ତିଙ୍କ ପରିବାର ଭିତରେ ଥିଲା ଅତି ଉତ୍ତମ ସମ୍ପର୍କ । କାରଣ ସେତେବେଳେ ଉତ୍ତମ ମହାନ୍ତି ଅନେକ ଗୁଡାଏ ସୁପର ସିଟ ସିନେମା ଇଣ୍ଡଷ୍ଟ୍ରିକୁ ଭେଟି ଦେଇଥିଲେ ।
ଆଉ ସେଥିପାଇଁ ଉତ୍ତମ ଓ ମିହିରଙ୍କ ଭିତରେ ଥିଲା ନିବିଡ ସମ୍ପର୍କ । ଆଉ ସେହି ସମୟରେ ମା ଛେଉଣ୍ଡଙ୍କ ପିଲାଙ୍କୁ ମା ର ସ୍ନେହ ମମତା ଦେଇଥିଲେ ଅପରାଜିତା । ସମୟ ପାଇଲେ ହସ ଖୁସି ଓ ଭୋଜି ଭାତ କରନ୍ତି ଦୁଇ ପରିବାର । ଏ ଯେମିତି ଅକ୍ଳାନ୍ତଙ୍କ ଜନ୍ମ ଦିନ ହେଉ ବା ବାବୁସାନ ଙ୍କ ଜନ୍ମ ଦିନ କିମ୍ବା ଅକ୍ଲାନ୍ତ ବା ବାବୁସାନ ଙ୍କ ବାହାଘର ହେଉ । ସବୁଠି ସବୁ ସମୟରେ ଦୁଇ ପରିବାର ଏକାଠି ହେଉଥିଲେ ।
ହଁ ଦର୍ଶକ ବନ୍ଧୁ ମା ଛେଉଣ୍ଡ ଅକ୍ଲାନ୍ତ ଯେବେ ମିହିରଙ୍କ ସହ ଶୁଟିଙ୍ଗକୁ ଯାଏ ସେତେବେଳେ ଅପରାଜିତା ଓ ବାବୁସାନଙ୍କ ସହ ଦେଖା ହୁଏ । ଖୁବ ଭଲ ପାଆନ୍ତି ବାବୁସାନ ଓ ଅପରାଜିତା ଅକ୍ଲାନ୍ତ ଙ୍କୁ । ଖୁବ କମ ବଯସରୁ ମା ଙ୍କୁ ହାରାଇଥିବା ଅକ୍ଲାନ୍ତଙ୍କୁ ସମସ୍ତଙ୍କର ଭଲ ପାଇବା ଥିଲା । ଆଉ ତା ଠାରୁ ବଡ କଥା ଥିଲା ଅକ୍ଲାନ୍ତ ଦେଖିବାକୁ ପୁରା ଡଉଲ ଡାଉଲ ଥିଲା । ପୁରା ବାପା ମିହିର ଦାସଙ୍କ ଭଳି ।
ତାକୁ ଧରି ଗେଲ କରିବାକୁ ସମସ୍ତେ ଭଲ ପାଉଥିଲେ । ଅକ୍ଲାନ୍ତ ସବୁ ସିନେମାର କଳାକାରଙ୍କ ସହ ମିସିଛନ୍ତି । କିନ୍ତୁ ମା ଅପରାଜିତା ଓ ଭାଇ ବାବୁସାନ ଫୋଟୋ ନିଜ ଫେସବୁକ ଆକାଉଣ୍ଟରେ ସେୟାର ବି କରିଛନ୍ତି ଯାହା ଏବେ ଦେଖିବାକୁ ମିଳିଛି । ଅକ୍ଲାନ୍ତଙ୍କର ହଠାତ ମୃ-ତ୍ୟୁକୁ ନେଇ ସମ୍ଭାଳିପାରି ନାହାନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି ଓ ବାବୁସାନ ।
ଏମିତିକି ବାପା-ମା ଚାଲିଯିବା ପରେ ଛୋଟ ମୋଟ ଖୁସିରେ ଉଭୟ ପରିବାର ମିଶନ୍ତି । କିନ୍ତୁ ସେ ସବୁ ଖୁସି, ମଜା ଅଧିକ ଦିନ ଯାଏଁ ରହିଲା ନାହି । ଆଉ ଅକ୍ଲାନ୍ତଙ୍କ ଯିବା ପରେ ଯଦି କୌଣସି ପରିବାର ଅଧିକ ଭାଙ୍ଗି ପଡିଛି ତେବେ ସେ ହେଉଛି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।