ସାତ ଦିନ ସାତ ରାତି ହେବ ଅନ୍ଧାର, Malika Bachana

ବନ୍ଧୁଗଣ, ଆଜି ଆମ୍ଭେ ଯେଉଁ ବିଷୟବସ୍ତୁ ଟି ନେଇ ଆସିଛୁ ତାହା ଏକ ଅଲୌକିକ ବହି ଅଟେ । ବନ୍ଧୁଗଣ ଏହି ବହି ଟି କେବେ ପ୍ରିଣ୍ଟ ହୋଇଛି ତାହା ସଠିକ ଭାବେ ଜଣା ନାହିଁ । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବହି ଟିରେ ଏଭଳି କଣ ଲେଖା ହୋଇଛି ଯାହା ନିମନ୍ତେ ତାହାକୁ ଅଲୌକିକ ବହି କୁହାଯାଏ । ବନ୍ଧୁଗଣ ଏହି ବହିଟି ଦୀର୍ଘ ୩୦ ବର୍ଷ ଧରି ରହିଅଛି । ବନ୍ଧୁଗଣ ଏହି ବହିଟି ଜଣେ ମନ୍ଦିରର ପୂଜାରୀଙ୍କୁ ମିଳିଥିଲା ।

ଆଶ୍ଚର୍ଯ୍ୟର କଥା ଏହା କି ଯେ ଯେତେବେଳେ ପୂଜାରୀ ଙ୍କୁ ଏହି ବହି ଟି ମିଳିଥିଲା ସେତେବେଳେ ଏଥିରେ ମଲାଟ ନଥିଲା । ପୂଜାରୀ ଜଣକ ଏଥିରେ ଗୋଟିଏ ସମାଜ ପେପର ଘୂରାଇ ଦେଇଥିଲେ । ମାତ୍ର ସେ ସମାଜ ପେପର ମଧ୍ୟ ଛାଡି ଯାଇଛି । ବନ୍ଧୁଗଣ ଯେଉଁ ଯୁଗବାଦ ଭିତରେ ସେଥିରେ ଲେଖା ଯାଇଅଛି, ସମସ୍ତେ କହୁଛନ୍ତି କଳିଯୁଗର ଅନ୍ତିମ ସମୟ ଅଥବା ଶେଷ ସମୟ ହେଲାଣି ।

କଳଙ୍କି ମହାପ୍ରଭୁ ଜନ୍ମ ହେଲେଣି । କିନ୍ତୁ ମହାପୁରୁଷ ମାନଙ୍କ କହିବା ଅନୁସାରେ, କଳିଯୁଗର କିଛି ଏ ପର୍ଯ୍ୟନ୍ତ ହୋଇନାହିଁ । ବର୍ତ୍ତମାନ କେବଳ ସ୍ଵୋଳ୍ପ ମାତ୍ରାରେ ଆରମ୍ଭ ହେଉଅଛି । ବନ୍ଧୁଗଣ କଳିଯୁଗ ଶେଷ ହେବାକୁ ଆହୁରି ୪୮୮୯ ବର୍ଷ ଲାଗିବ । ବନ୍ଧୁଗଣ କିଏ କଣ କହୁଛନ୍ତି ଆମ୍ଭର କାହା ଉପରେ ବିଶ୍ଵାସ କରିବାର ନାହିଁ । ମାତ୍ର ଏହି ମାଳିକା ମାନଙ୍କରେ ଯାହା ସବୁ ଉଲ୍ଲେଖ ହୋଇଅଛି ସେ ସବୁ ସମ୍ବନ୍ଧରେ ବିଶ୍ଵାସ କରିବାକୁ ମହାପୁରୁଷ ମାନେ କହିଛନ୍ତି ।

କଳିଯୁଗ ର ଅନ୍ତିମ ସମୟରେ ଭକ୍ତ ମାନଙ୍କର ଏକାକ୍ଷର ପରୀକ୍ଷା ନିଆଯିବ ବୋଲି ମାଳିକା ରେ ଉଲ୍ଲେଖ ହୋଇଅଛି । ମାଳିକାରେ ଏହା ମଧ୍ୟ ଉଲ୍ଲେଖ ହୋଇଅଛି ଯେ, ବିଶ୍ୱରୁ ୬୪ ଯୋଗିନୀ ଙ୍କ ସହିତ ମା ସାରଳା, ମା ବିମଳା, ମା ଚର୍ଚ୍ଚିକା, ମା ବିରଜା ଏବଂ ଅଷ୍ଟ ଚଣ୍ଡୀ ଙ୍କ ସହିତ କଟକ ର ଜୋବ୍ରା ନିକଟରେ ଭକ୍ତ ମାନଙ୍କର ଏକାକ୍ଷର ପରୀକ୍ଷା ନିଆଯିବ ।

ବନ୍ଧୁଗଣ ମହାପୁରୁଷ ଅଚ୍ୟୁତ ମାଳିକା ରେ ଉଲ୍ଲେଖ କରିଛନ୍ତି ଯେ, “ବ୍ରାହ୍ମଣ ଗାୟତ୍ରୀ ଛାଡି ଗାରଡି ପଢିବେ, ଗ୍ରାମେ ଗ୍ରାମେ ବେଦ ବିଦ୍ୟା ବୁଲିଣ ବିକିବେ, ବଣା ହେବେ, ବିପ୍ର ମାନେ ସନ୍ଧ୍ୟା କୁ ତେଜୀବେ” । ବନ୍ଧୁଗଣ ମହାପୁରୁଷ ଆଗରୁ କହିଛନ୍ତି ବେଦବିଦ୍ୟା କୁ ଛାଡିଦେବେ । ସାଧୁ ସମାଜ ମଧ୍ୟ ତାଙ୍କର ଜପ, ତପ ଇତ୍ୟାଦି କୁ ଛାଡିଦେବେ । ବନ୍ଧୁଗଣ ମହାପୁରୁଷ ଏଭଳି କାହିଁକି କହିଥିଲେ ?

ମହାପୁରୁଷ ମାନଙ୍କର ଏଭଳି କହିବାର ଅର୍ଥ,- ସତ୍ୟ ଯୁଗରେ ମୁନି ରୁଷି ମାନେ ଅନେକ ଗୁଡିଏ ଜାଗ ଯଜ୍ଞ କରି ସେମାନେ ମୁକ୍ତି ପାଉଥିଲେ । ବନ୍ଧୁଗଣ ତ୍ରେତୟା ଯୁଗରେ ଆସିଲେ କପି ମାନେ, ସେମାନେ ଶ୍ରୀ ରାମ ଙ୍କ ସାନିଧ୍ୟ ପାଇ ମୁକ୍ତି ପାଇଗଲେ । ଏହାପରେ ଦ୍ଵାପର ଯୁଗରେ ଆସିଲେ ଗୋପୀମାନେ ଏମାନଙ୍କୁ ବହୁତ ଗୁଡିଏ କଷ୍ଟ କରିବାକୁ ହେଲା ତଥା ସତ୍ୟ, ତ୍ରେତା, ଦ୍ଵାପର ଯୁଗରେ । ମାତ୍ର କଳିଯୁଗରେ ଗଲେ ଆଉ ଜପ, ତପ, ଅଗ୍ନି ପୂଜନ କରିବାକୁ ହେବ ନାହିଁ । କେବଳ ପ୍ରଭୁ ଙ୍କ ନାମ ଟିକେ ନେଲେ ଆମ୍ଭେ ମୁକ୍ତି ପାଇଯିବା ।

ମାତ୍ର କଳିଯୁଗରେ ଆମ୍ଭେ ଏଭଳି ନର ମାନେ ଜନ୍ମ ନେଲୁ ଯେ, ଆମ୍ଭ ମାନଙ୍କ ପାଖରେ ପ୍ରଭୁଙ୍କ ନାମ ଜପ କରିବାକୁ ଆଉ ସମୟ ନାହିଁ । ବନ୍ଧୁଗଣ ମହାପୁରୁଷ କହିଥିଲେ “ବାରଣ ଚାରଣ ବରଣ କରିବେ ଜନ, ପ୍ରେରଣ ଜନ୍ତ୍ର ରେ ମନ ବଳିଥିବ ଦୁଷ୍ଟଭାବ ନିରକ୍ଷିଣ” । ବନ୍ଧୁଗଣ ଏହାର ଅର୍ଥାତ ସମସ୍ତ ଘରେ ଟିଭି ଲାଗିବ ଘରେ ବସି ସବୁ ଦେଖିବେ ଏ କଥା ମହାପୁରୁଷ ୬୦୦ ବର୍ଷ ତଳେ କହିଛନ୍ତି ଯାହାକି ବର୍ତ୍ତମାନ ସତ ହେଉଅଛି । ବନ୍ଧୁଗଣ ଏହି ଅଲୌକିକ ମାଳିକା ବଚନ କେବେମଧ୍ୟ ମିଥ୍ୟା ହେବ ନାହିଁ । ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *