ବାହାଘର ପାଇଁ ସମସ୍ତେ ଖୁସିରେ ଥିଲେ । ମାଉସୀ ଝିଅ ବାହାଘର ପାଇଁ ଖୁସି ଥିଲା ୧୦ ବର୍ଷର ଝିଅ ବିଜୟଲକ୍ଷ୍ମୀ । ମାମୁଁ ଘରେ ପହଞ୍ଚି ମାଉସୀ ଘରକୁ ଯାଇ ସେଠାରେ ଭଉଣୀ ବାହାଘର ରେ ଖୁବ ମଜାମସ୍ତି କରିଥାନ୍ତି ବିଜୟଲକ୍ଷ୍ମୀ । ଏହି ଖୁସି ନେଇ ମା ଓ ବଡ ଭଉଣୀ ଭାଗ୍ୟଲକ୍ଷ୍ମୀ ସହ ମାମୁଁ ଘରକୁ ଆସୁଥିଲା କୁନି ଝିଅ । ହେଲେ କିଏ ଜାଣିଥିଲା କୁନି ଝିଅର ଖୁସି ନିମିଷକ ମାତ୍ରେ ଶେଷ ହୋଇଯିବ ।

ମାମୁଁ ଘରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ବାଟ ମଝିରେ ମାଡି ବସିବ ବୋଲି କିଏ ଜାଣିଥିଲା । ଆଉ ବାହାଘର ରେ ହସ ଖୁସି କରିବା ବଦଳରେ କୁନି ଝିଅ ଟି ସବୁ ଦିନ ପାଇଁ ବିଦାୟ ନେଇଯିବ ବୋଲି କିଏ ଜାଣିଥିଲା । ସ୍ଵର କୁରୁଡା ବିଦ୍ୟୁତ ଛକର ଛାତିଥରା ବସ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇ ଥିବା ବେଳେ ମୃତକଙ୍କ ମଧ୍ୟରେ ଥିଲା ୧୦ ବର୍ଷର କୁନି ଝିଅ ବିଜୟଲକ୍ଷ୍ମୀ । ଯିଏ ନିଜର ମାଉସୀ ଝିଅର ବାହାଘର ପାଇଁ ମାମୁଁ ଘରକୁ ଯାଉଥିଲା ।
ରବିବାର ବାହାଘର ଥିବାରୁ ଶନିବାର ଦିନ ଉଦୁଳାରୁ ଶାନ୍ତିଲତା ବସରେ ବସି ସ୍ଵରକୁରୁଡା ଆସିଥିଲେ ମା ଓ ଦୁଇ ଝିଅ । ଷ୍ଟପେଜ ପରେ ଷ୍ଟପଜେ ଯାଉଥିଲା ଓ ମାମୁଁ ଘର ପାଖେଇ ଆସୁଥିଲା । ଆଉ ମନରେ ମାମୁଁ ଘରେ ପହଞ୍ଚିବାର ଉଶ୍ଚାହ ରହିଥିଲା । ଆଉ କିଛି ସମୟ ପରେ ସମସ୍ତର ବସରୁ ଓଲହାଇ ମାମୁଁ ଘରେ ପହଞ୍ଚି ଥାନ୍ତେ । ମାମୁଁ ଘରର କିଛି ଦୂରରୁ ହିଁ ସବୁ କିଛି ଓଲଟ ପାଲଟ ହୋଇଗଲା ।

ବିଦ୍ୟୁତ ଛକରେ ଛିଡା ହୋଇଥିବା ଶାନ୍ତିଳତା ବସ କୁ କୋଇଲା ବୋଝେଇ ଟ୍ରକ ଅଚାନକ ଧକ୍କା ମାରିଲା । ଘଟଣା ସ୍ଥଳ ରେ କୁନି ଝିଅ ବିଜୟଲକ୍ଷ୍ମୀଙ୍କର ପ୍ରାଣ ଚାଲିଗଲା । ଡ୍ରାଇଭର ପାଖ କ୍ୟାବିନରେ ମା ଓ ଦୁଇ ଝିଅ ବସିଥିବା ବେଳେ ଦୁର୍ଘଟଣା ପରେ ଗୋଟିଏ ସିଟ ଚିତକୀ ଆସି ବିଜୟଲକ୍ଷ୍ମୀଙ୍କ କାନ ପାଖରେ ଶକ୍ତ ଆଘାତ ଦେଇଥିଲା । ଆଉ ସେଠାରେ ହିଁ ମା ଆଗରେ ଗୋଟେ ନିଜର ପ୍ରାଣ ହରାଇଲା ।
ମୃତ୍ୟୁ ମା ର ତା ଝିଅକୁ ଛଡାଇ ନେଲା । ଆଖି ଆଗରେ ନିଜ ସାନ ଝିଅକୁ ହରାଇ ମା ବାହୁନି ବାହୁନି କାନ୍ଦୁଛି । ଆଉ ଏ ଅଘଟଣ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି । ତେବେ ହସ ଖୁଶିର ମାହୋଲରେ ମୃତ୍ୟୁ ଏମିତି କୋଳାହଳ ଭରି ଦେବ ତାହା କେହି କେବେ ଭାବି ନ ଥିବେ । ମାମୁଁ ଘର ଯିବା ବାଟରେ ମୃତ୍ୟୁ କୁନି ଝିଅର ଜୀବନ ନେଇଯିବ ତାହା ସମସ୍ତଙ୍କୁ ହତଭାଗ କରିଛି । ସତରେ ଏମିତି ଦୁଖ କାହାରି ଜୀବନରେ ଆସୁ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
