ଆମେରିକାରୁ ଆସି ଓଡିଶାରେ ସାଜିଲେ କୃଷ୍ଣ ଭକ୍ତ, ବିଦେଶିନୀ ହୋଇ ଓଡିଆଙ୍କୁ ଦେଖାଇଲେ ଭକ୍ତିର ମାର୍ଗ… ଦେଖନ୍ତୁ Video

ଭୁବନେଶ୍ବର ବିମାନ ବନ୍ଦରରେ ହରେ କୃଷ୍ଣ ହରେ ରାମ ନାମ ଜପ ଭିତରେ ଛୋଟ ପିଲାଟିଏ ମଧ୍ୟ ରହିଛି । ଯାହାଙ୍କର ପରିବାର ବିମାନ ବନ୍ଦରରେ ତାଙ୍କ ଗୁରୁମା’ ଙ୍କୁ ଅପେକ୍ଷା କରିଛନ୍ତି । ଆପଣ ମାନେ ଦେଖି ପାରୁଥିବେ ଏ ପୁରା ପରିବାର ତାଙ୍କ ଗୁରୁଙ୍କୁ ଅପେକ୍ଷା କରି ରହିଛନ୍ତି । କେତେ ବେଳେ ତାଙ୍କ ଗୁରୁ ମା ଆସିବେ ? ସେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ‘ଆଜି ଆମ ଗୁରୁମା’ ଆସୁଛନ୍ତି । ସେ କାଲିଫର୍ଣ୍ଣିଆ ର ଅଟନ୍ତି ।

ସେ ଏବେ କଲିକତାରୁ ଆସୁଛନ୍ତି । ମାୟାପୁର ଧାମ ରେ ଅଛନ୍ତି । ମାୟାପୁର ଏବେ ପୁରୀ ଧାମ ଆସିବେ । ପୁରୀ ଧାମରେ ଆମର 7 ଦିନିଆ ଯାତ୍ରା ରହିଛି । 7 ଦିନ ପୁରୀରେ ରହିବେ । ପୁରୀରେ ଯେତେକ ପ୍ରମୁଖ ଜାଗା ରହିଛି ସେଠାକୁ ଆମେ ଯିବୁ । ପୁରୀରେ ଶ୍ରବଣ କୀର୍ତ୍ତନ ବି ହେବ । ପ୍ରସାଦ ଖିଆ ବି ହେବ । ଏହା ସହିତ ଆମେରିକାରୁ ଆହୁରି 100 ଲୋକ ବି ଆସୁଛନ୍ତି । ସେମାନେ ଆମେରିକା ଓ ବିଭିନ୍ନ ଦେଶରୁ ଆସୁଛନ୍ତି ।

ଆମ ପରିବାର ପୁରା ବୈଷ୍ଣବ ଧର୍ମ ଆପଣେଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ‘ମୁଁ ଓଡିଆ ହେଲେ ମୋ ସ୍ତ୍ରୀ ଜଣେ ଆମେରିକାନ ଅଟନ୍ତି । ମୁଁ ଆମେରିକା ପାଠ ପଢିବାକୁ ଯାଇଥିଲି ମାଷ୍ଟରର୍ଷ କରିବାକୁ । ସେହିଠାରେ ହିଁ ଆମର ସାକ୍ଷାତ ହୋଇଥିଲା । ସେ ବି ଭକ୍ତି ମାର୍ଗରେ ଥିଲା ମୁଁ ବି ଭକ୍ତି ମାର୍ଗରେ ଥିଲି, ସେହିଠାରେ ହିଁ ଆମେ ମିଶିଗଲୁ । ଆମ ବାହା ଘରକୁ 8 ବର୍ଷ ହେଇ ଗଲାଣି ।

ଭୁବନେଶ୍ଵର ରେ ଆମର ବିବାହ ହୋଇଥିଲା । ଏବେ ଛୁଟିରେ ଏଠାକୁ ଆସିଛୁ ମାଏ ଦୁଇ ମାସ ପାଇଁ । ଯାତ୍ରା ସରିଲେ ଆମେରିକା ପଳେଇବୁ । ବ୍ୟକ୍ତି ଜଣକ ଆଗକୁ କହୁଛନ୍ତି ‘ଆମେରିକା ରେ ରହିଲେ ମଧ୍ୟ ତାଙ୍କୁ ଧୋତି ପଞ୍ଜାବୀ ପିନ୍ଧିବାକୁ ଭଲ ଲାଗୁଛି, ଆମ ଝିଅକୁ ମଧ୍ୟ ଆମେ ସେହି ଶିକ୍ଷା ଦେଉଛୁ । ମୋ ଝିଅକୁ ଏବେ 3 ବର୍ଷ । ତା ମା ଇଂରାଜୀ ଜାଣିଛି ତେଣୁ ସେ ଏବେ ଓଡିଆ ଟିକେ ଟିକେ ଶିଖୁଛି ।

ମୁଁ ଆମେରିକାରେ ସଫ୍ଟ ୱେୟାର ଇଞ୍ଜିନିୟର ଭାବେ କାମ କରୁଛି । ନିଜ ବୋହୂକୁ ନେଇ ଶାଶୁ କହିଛନ୍ତି ଯେ “ଓଡିଆ ପୁଅ ହେଇ ଅଣଓଡିଆ ବୋହୁ ପାଇ ମୁଁ ବହୁତ ଖୁସି । ସେ ଏବେ ଓଡିଆ ଟିକେ ଟିକେ ବୁଝୁଛି ହେଲେ କହି ପାରୁନି, କିନ୍ତୁ ସେ ବହୁତ ଭଲ ଝିଅଟେ, ଏପରି ବୋହୁ ପାଇ ମୁଁ ବହୁତ ଖୁସି” । ତେବେ ଦର୍ଶକ ବନ୍ଧୁ ମନରେ ଭକ୍ତି ଥିଲେ ସେ ଦେଶ ହେଉ ବା ଦେଶ ବାହାରେ ହେଉ ଭକ୍ତି ସବୁବେଳେ ରୁହେ ।

ତେଣିକି ଓଡିଆ ହୁଅନ୍ତି କି ଅଣଓଡିଆ ହୁଅନ୍ତୁ । କିନ୍ତୁ ଭକ୍ତି ସବୁବେଳେ ହୃଦୟରୁ ଥାଏ । ଯାହା ଏହି ପରିବାରରୁ ସ୍ପଷ୍ଟ ହେଉଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *