Aishwarya ନୁହେଁ, Abhisekଙ୍କ ପାଇଁ ଏହି ଅଭିନେତ୍ରୀ ଥିଲେ ଅମିତାଭ ଙ୍କ ପ୍ରଥମ ପସନ୍ଦ, କରିବାକୁ ଚାହୁଁଥିଲେ Bacchan Familyର ବୋହୁ

ବଲିଉଡ ର ଯେବେ ବି ଦିଗଜ କଳାକାର ଙ୍କ ବିଷୟରେ କଥା ପଡିଲେ ଅମିତାଭ ବଚ୍ଚନ ଙ୍କ ନାମ ସର୍ବେ ପ୍ରଥମେ ଆସେ । ଅମିତାଭଙ୍କୁ ବଲିଉଡ ର ଶେହନସା ଓ ମହାନୟକ ମଧ୍ୟ କୁହାଯାଏ । ଅମିତାଭ ଏବେ ଯାଏ ବହୁତ ଗୁଡେ ଫିଲ୍ମ କରିଥିବା ବେଳେ ଦେଶ ରେ ନୁହେଁ ବିଦେଶ ରେ ମଧ୍ୟ ନିଜର ନାମ ବନେଇଛନ୍ତି ।

ଆଜି ବିଦେଶ ରେ ମଧ୍ୟ ତାଙ୍କର ବହୁତ ଫ୍ୟାନ ଅଛନ୍ତି । ଛୋଟପିଲା ଙ୍କଠୁ ବଡଲୋକ ଯାଏ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କର ଫିଲ୍ମ ‘102 ନଟ ଆଉଟ’ ଦର୍ଶକ ଙ୍କୁ ବହୁତ ମନୋରଞ୍ଜନ କରିଛି । ଏହି ଫିଲ୍ମ ରେ ଅମିତାଭ ୧୦୨ ବର୍ଷ ର ଏକ ବୃଦ୍ଧ ଭାବେ ଅଭିନୟ କରିଛନ୍ତି । ଯିଏ ଜୀବନ କୁ ମନଭରି ବଞ୍ଚିବାରେ ବିଶ୍ବାସ ରଖିଛନ୍ତି ।

ଏହି ଫିଲ୍ମ ରେ ଅମିତାଭ ଙ୍କ ସହ ରିଷି କପୁର ମଧ୍ୟ ଅଭିନୟ କରିଛନ୍ତି । ସେ ଏହି ଫିଲ୍ମ ରେ ଅମିତାଭ ଙ୍କ ପୁଅ ରୂପ ରେ ଅଭିନୟ କରିଛନ୍ତି । ଏହି ଫିଲ୍ମ କୁ ସବୁବୟସ ର ଲୋକ ପସନ୍ଦ କରିଥିଲେ । ଆଜିକା ଦିନ ରେ ବିଗ ବି ନିଜ ପରିବାର ସହ ଏକ ସୁଖମୟ ଜୀବନଯାପନ କରୁଛନ୍ତି । ସେ ନିଜ ନାତୁଣୀ ଆରାଧ୍ୟ ସହ ବହୁତ ସାରା ଫୋଟ ସେୟାର କରୁଛନ୍ତି ।

ଏକ ସମୟ ଏମିତି ବି ଥିଲା ଯେତେବେଳେ ଅମିତାଭ ବି ଚାହୁନଥିଲେ କି ନିଜ ପୁଅ ଅଭିଷେକ ଙ୍କ ବିବାହ ଐଶ୍ୱର୍ୟା ରାୟ ଙ୍କ ସହ ହେଉ ବୋଲି । ବିବାହ ପାଇଁ ଐଶ୍ୱର୍ୟା ତାଙ୍କ ପ୍ରଥମ ପସନ୍ଦ ନଥିଲେ । ସେ ଆଉ କାହାକୁ ବଚ୍ଚନ ପରିବାର ର ବୋହୁ ବନେଇବାକୁ ଚାହୁନଥିଲେ ।

ଐଶ୍ୱର୍ୟା ଙ୍କ ପୂର୍ବ ରୁ ସେ ଅଭିଷେକ ଙ୍କ ବିବାହ କରିସ୍ମା କପୁର ଙ୍କ ସହ କରିବାକୁ ଚାହୁଁଥିଲେ । ଏମତିକି ଅଭିଷେକ ଙ୍କ କରିସ୍ମା କପୁର ଙ୍କ ସହ ଏନଗେଜମେନ୍ଟ ମଧ୍ୟ ହୋଇସାରିଥିଲା । କିନ୍ତୁ କଥା ବିବାହ ଯାଏ ପହଞ୍ଚି ପାରିନଥିଲା । ଦୁଇଜଣଙ୍କ ଏନଗେଜମେନ୍ଟ ମଧ୍ୟ ଭାଙ୍ଗି ଯାଇଥିଲା । ଏହାର କାରଣ ଆଜି ଯାଏ କାହାକୁ ଜଣା ନାହିଂ । ଖବର ଅନୁସାରେ ଏନଗେଜମେନ୍ଟ କରିସ୍ମା ଙ୍କ ମାତପିତା ଙ୍କ ପାଇଁ ଭାଙ୍ଗିଥିଲା ।

ଏହି ଏନଗେଜମେନ୍ଟ ଭାଙ୍ଗିବା ପରେ ଅମିତାଭ ଚାହୁଁ ଥିଲେ ଅଭିଷେକ ଙ୍କ ବିବାହ ଅଭିନେତ୍ରୀ ରାନୀ ମୁଖାର୍ଜୀ ଙ୍କ ସହ ହେଉ ବୋଲି । କିନ୍ତୁ ଜୟା ବଚ୍ଚନ ଙ୍କୁ ଏହା ପସନ୍ଦ ନଥିଲା । ସେ ଚାହୁଁ ନଥିଲେ ରାନୀ ବଚ୍ଚନ ପରିବାର ର ବୋହୁ ବନନ୍ତୁ ବୋଲି । କରିସ୍ମା ଙ୍କ ସହ ଏନଗେଜମେନ୍ଟ ଭାଙ୍ଗିବା ପରେ ଦୁଇ ପରିବାର ଭିତରେ ଦୂରତା ବଢି ଯାଇଥିଲା । ଏହା ପରେ ଅମିତାଭ ଅଭିଷେକ ଙ୍କ ପାଇଁ ଝିଅ ଖୋଜିବାରେ ଲାଗିପଡିଥିଲେ । ସେ ଅଭିଷେକ ଙ୍କ ପାଇଁ ଏକ ସୁନ୍ଦର ସୁଶୀଳ ଝିଅ ଖୋଜୁଥିଲେ ।

ସେଥିପାଇଁ ରାନୀ ତାଙ୍କ ପ୍ରଥମ ପସନ୍ଦ ଥିଲେ କିନ୍ତୁ ଏହି ପ୍ରସ୍ତାବ ପାଇଁ ଜୟା ରାଜି ନଥିଲେ । ତାଙ୍କ ଅନୁସାରେ ଅଭିଷେକ ଓ ରାନୀ ଙ୍କ ର ହାଇଟ ମ୍ୟାଚ କରୁନଥିଲା । ସେଥି ପାଇଁ ସେ ବିବାହ ପାଇଁ ମନା କରି ଦେଇଥିଲେ । ତା ପରେ ଅଭିଷେକ ଙ୍କୁ ଐଶ୍ଵର୍ଯ୍ୟ ପସନ୍ଦ ଆସିଥିଲେ । ଏବଂ ୨୦୦୭ ମସିହା ରେ ଦୁହେଁ ବିବାହ କରିଥିଲେ । ଆଜିକା ଦିନ ରେ ସେମାନେ ବଲିଉଡ ର ବେଷ୍ଟ କପଲ ବୋଲି ଜଣାଯାନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *