ଅଣ୍ଡା ଖାଇବା ଆମ ଶରୀର ପାଇଁ ଉପକାରୀ ନା ଅପକାରୀ ଜାଣନ୍ତୁ, ସତ୍ୟତା ଜାଣିଲେ ଆଶ୍ଚର୍ଯ୍ୟହେବେ- Health Tips

ଅଣ୍ଡା ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଅତିକମରେ ଗୋଟିଏ ଅଣ୍ଡା ପ୍ରତିଦିନ ଖାଇବା ଆବଶ୍ୟକ । ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ଶରୀର ଆବଶ୍ୟକୀୟ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଏବଂ ମିନେରାଲ୍ସ ପାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଅଣ୍ଡା ଆମ ପାଇଁ କିପରି ଲାଭଦାୟକ ଅଟେ ।

ଯଦି ଆପଣଙ୍କ ଓଜନ କମ ଅଛି ଏବଂ ଆପଣ ନିଜର ଓଜନ ବଢାଇବା ପାଇଁ ଚାହୁଁଛନ୍ତି,ତେବେ ଅଣ୍ଡା ଆପଣଙ୍କ ପାଇଁ ଫାଇଦା ଏବଂ ଲାଭକାରୀ ହୋଇପାରେ । ସକାଳେ ସିଝା ଅଣ୍ଡା ଖାଇବା ସହ କସରତ କିମ୍ବା ଜିମ ଆପଣଙ୍କ ଶରୀରକୁ ହୃଷ୍ଟ ପୃଷ୍ଠ ବନେଇପାରେ ।

ଯଦି ଶୀତଦିନେ ଆପଣଙ୍କ ପାଦ, ଚର୍ମ, ଓଠ ଫାଟୁଛି ତେବେ ଆପଣ ପ୍ରତିଦିନ ସିଝା ଅଣ୍ଡା ଖାଆନ୍ତୁ । ଶୀତଦିନେ ଆପଣଙ୍କ ଏହି ସମସ୍ୟା ଦୁରେଇ ଯିବା ସହ ରୂପି ସମସ୍ୟା ମଧ୍ୟ ଦୁରେଇଯିବେ ।

ଯଦି ଆପଣ ନିଜ ବଡ଼ି ବନେଇବାକୁ ଚାହଁନ୍ତି ଏବଂ ପ୍ରତିଦିନ ଜିମ ଯାଉଛନ୍ତି ତେବେ ଆପଣ ପ୍ରତ୍ୟେକ ଦିନ ଏକ ନିୟମିତ ଡାଏଟ୍ ସହ ସିଝା ଅଣ୍ଡାର ସେବଂ କରନ୍ତୁ ଏହା ଆପଣଙ୍କ ଓଜନ ବଢାଇବା ସହ ମାଂସପେଶୀ କୁ ସଦୃଢ଼ ବନାଇଥାଏ ।

କେଶ ଉପୁଡିବା ସମସ୍ୟା ଥିଲେ ଆପଣ ନିୟମିତ ଅଣ୍ଡାର ସେବନ କରନ୍ତୁ ଏହା ଦ୍ୱାରା ଆପଣଙ୍କ କେଶ ଦୁର୍ବଳତା ମଧ୍ୟ ଦୂର ହୋଇଯିବ ।

ଚାପରୁ ମୁକ୍ତି: ଅଣ୍ଡାରେ ଅନେକ ଭିଟାମିନ୍ ବି -12 ଥାଏ ଯାହା ଟେନସନରୁ ମୁକ୍ତି ଦେଇଥାଏ । ସେହି ସମୟରେ, ଏଥିରେ ଥିବା କିଛି ଉପାଦାନ ଅବସାଦରୁ ମୁକ୍ତି ପାଇଁ ସାହାଯ୍ୟ କରେ ।

ଚର୍ମ ପାଇଁ ଲାଭଦାୟକ: ଅଣ୍ଡା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆପଣ ଅଣ୍ଡାର ହଳଦିଆକୁ ଫେସପ୍ୟାକ୍ କିମ୍ବା ମାସ୍କ ଭାବରେ ବ୍ୟବହାର କରି ଚର୍ମର କୁଞ୍ଚିକୁ ହ୍ରାସ କରିପାରିବେ ।

ଆଖି ପାଇଁ ଲାଭଦାୟକ: ଅଣ୍ଡାରେ ଅନେକ କାରୋଟିନଏଡ୍ ଥାଏ ଯାହା ଆଖି ପାଇଁ ବହୁତ ଲାଭଦାୟକ । ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ମୋତିଆବିନ୍ଦୁ ଭଳି ସମସ୍ୟାରୁ ରକ୍ଷା ପାଇବାରେ ସାହାଯ୍ୟ କରିଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *