ଅନ୍ଧାର ହୋଇଯିବ କି ଓଡିଶା ? କଣ ପାଇଁ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ବିଜୁଳି ସମସ୍ୟା ଭାରତ ପାଇଁ କୌଣସି ନୂଆ କଥା ନୁହେଁ । ଆଜି ବି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ବିଜୁଳି ଯାଇ ନାହିଁ । କୁହାଯାଉଛି କି ବର୍ତ୍ତମାନ ଓଡିଶାରେ ବି ବିଜୁଳି ସ-ଙ୍କ-ଟ ଦେଖା ଯାଇ ପାରେ । ସେଥିପାଇଁ ପାୱାର କ-ଟ ବି ହୋଇପାରେ । ସରକାର ନ ଚାହିଁଲେ ବି ଏଥରର ସ୍ଥିତି ବହୁତ ହିଁ ସ୍ଵଚନୀୟ ଅଟେ । କହିବାକୁ ଗଲେ ଏଥରର ସ୍ଥିତି ପୁରା ଅଲଗା ଅଟେ । ବର୍ତ୍ତମାନ ଦେଶରେ କୋଇଲା ସ-ଙ୍କ-ଟ ଦେଖା ଦେଇଛି । ଓଡିଶାରେ ବି ସମାନ ସ୍ଥିତି ଅଛି ।

ସେପ୍ଟେମ୍ବର ମାସରେ ଓଡିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବର୍ଷା ଅଧିକ ମାତ୍ରାରେ ହୋଇଥିବା କାରଣରୁ ଓ କ-ରୋ-ନା କାରଣରୁ କୋଇଲା ଉତ୍ପାଦନରେ ବହୁତ ବା-ଧା ଉତ୍ପନ୍ନ ହୋଇଛି । ଅକ୍ଟୋବର ମାସରେ ଦେଶର କିଛି ରାଜ୍ୟରେ ବିଜୁଳି ସ-ଙ୍କ-ଟ ଦେଖା ଯାଇ ପାରେ ।

କୋଇଲାର ଡି-ମା-ଣ୍ଡ ବି ବଢିବାରେ ଲାଗିଛି । ପ୍ରଥମେ ଗୋଟିଏ ମାସ ପାଇଁ ପୂର୍ବରୁ ହିଁ କୋଇଲା ରହୁଥିଲା । କିନ୍ତୁ ବର୍ତ୍ତମାନ ୪ ଦିନ ପାଇଁ ହିଁ କୋଇଲା ରହୁଛି । ଯାହାକି ଦେଶର କୋଇଲା ସ-ଙ୍କ-ଟ ହେଉଛି ବୋଲି ଦର୍ଶାଉଛି । ଯଦି ଓଡିଶାର ବିଦ୍ୟୁତ ଉତ୍ପାଦନ କଥା କହିବା ତେବେ ସେପ୍ଟେମ୍ବରରେ ଓଡିଶାରେ ପିକ ଡି-ମା-ଣ୍ଡ ୫୦୬୬ ମେଗାୱାଟ ରହିଥିବା ସମୟରେ ଅକ୍ଟୋବର ୧୦ ତାରିଖ ମଧ୍ୟରେ ଏହା ୫୩୪୪ ମେଗାୱାଟକୁ ବୁଦ୍ଧି ପାଇଛି ।

ପର୍ବ ପର୍ବାଣି ଆଗକୁ ଆସୁଥିବା ଯୋଗୁ ବର୍ତ୍ତମାନ ବିଜୁଳିର ଚାହିଦା ଦିନକୁ ଦିନ ବଢିପାରେ ଲାଗିଛି । କିନ୍ତୁ ଗ୍ରିଡକୋ ଅନୁସାରେ ବର୍ତ୍ତମାନ ସ୍ଥିତି ସ୍ଵଭାବିକ ଅଛି । ଆସନ୍ତା ସମୟରେ କୋଇଲା ସ-ଙ୍କ-ଟ ବିଜୁଳି ସ-ଙ୍କ-ଟ ଆଣିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ୮୫୯୪ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ବ୍ୟବସ୍ଥା ରହିଥିବା ସମୟରେ କେବଳ ତାପଜ ବିଦ୍ୟୁତରୁ ୬୮ ପ୍ରତିଶତ ବିଜୁଳି ଉତ୍ପାଦନ କରାଯାଉଛି । ବିଶେଷଜ୍ଞମାନଙ୍କ କହିବା ଅଟେ କି କୋଇଲା ଉତ୍ପାଦନ କମିଲେ ବିଜୁଳି ଉତ୍ପାଦନ ମଧ୍ୟ କମିପାରେ ।

କମଳାଙ୍ଗ ତାପଜ ବିଦ୍ୟୁତ କେନ୍ଦ୍ରରେ ଗୋଟିଏ ଦିନ ପାଇଁ କୋଇଲା ଅଛି । ଠିକ ସେହିଭଳି ଝାରସୁଗୁଡା ଇବ ଭାଲିରେ ୩ ଦିନ ପାଇଁ, ତାଳଚେର ଥର୍ମାଲରେ ୧୦ ଦିନ ଓ ଦର୍ଲିପାଲିରେ ୬ ଦିନ ପାଇଁ କୋଇଲା ଅଛି । କେବଳ ଡେରାଙ୍ଗରେ ୩୮ ଦିନ ପାଇଁ କୋଇଲା ମହଜୁଦ ଅଛି । ରାଜ୍ୟରେ କୋଇଲା ସ-ଙ୍କ-ଟ ଯୋଗୁ ଶିଳ୍ପ ସଂଘ ୟୁସିସିଆଇ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖା ଯାଇଛି । ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ଏହା ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *