ଅଙ୍ଗନବାଡି ଦିଦି ନାଁରେ ଗାଁ ଲୋକେ ଆଣିଲେ ସାଂଘାତିକ ଅଭିଯୋଗ, ହାଣ୍ଡିଆ ପିଇ ଆସୁଛନ୍ତି ଅଙ୍ଗନବାଡି ଆଉ ଯାହା ସବୁ କରୁଛନ୍ତି ନା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ରାଜ୍ୟ ରେ ପ୍ରତେକ ସ୍ଥାନରେ ଛୋଟ ଛୋଟ ପିଲା ମାନଙ୍କ ପାଠ ପଢା ପାଇଁ ଅଙ୍ଗନ ବାଡି କେନ୍ଦ୍ର ରହିଛି । କିନ୍ତୁ ଆଜିର ସମୟରେ ଏଠାରେ ଏମିତି କିଛି ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବେ ଅଙ୍ଗନ ବାଡି ପିଲା ମାନଙ୍କର ଖାଦ୍ୟ ଖାଇ ଯାଉଛନ୍ତି ତ ଆଉ କେବେ ସେମାନଙ୍କ ଅଣ୍ଡା ଭାତ ନେଇ ଘରକୁ ଚାଲି ଯାଉଛନ୍ତି ।

ବର୍ତ୍ତମାନ ସମୟରେ ଅଙ୍ଗନ ବାଡି ଦିଦି ଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହୋଇଥିବା ଭିଡିଓ ରେ ମଦ ପିଉଛନ୍ତି ଅଙ୍ଗନ ବାଡି ଦିଦି । ହଁ ଆଜ୍ଞା କେବେ ଅଙ୍ଗନ ବାଡି ଦିଦି ସମ୍ବଲପୁରୀ ନାଚ ନାଚୁଛନ୍ତି ତ ଆଉ କେବେ ଅଙ୍ଗନ ବାଡି ଆଦି ଦିଦି ମଦ ପିଇ ପୁରା ମାତା ହୋଇ ଯାଉଛନ୍ତି । ପୁରା ମସ୍ତି କରୁଛନ୍ତି ।

ହଁ ଆଜ୍ଞା ଏ କୌଣସ ବାହାର ରାଜ୍ୟର କଥା ନୁହେଁ ଏ ହେଉଛି ନୂଆପଡା ଜିଲ୍ଲା ବୋଦେଇ ବ୍ଲକ ଗୋର ଗାଁ ପଞ୍ଚାୟତ ଅଧିନସ୍ଥ କୋଟିଆପଡା ର ଆମପାଣି ର ଦୃଶ୍ୟ । ଅଙ୍ଗନ ବାଡି ସପ୍ତାହକୁ ଦିନେ କି ଦୁଇ ଦିନ ଖୋଲୁଥିବା ବେଳେ ଗ୍ରାମ ବାସି ଅଙ୍ଗନ ବାଡି ଦିଦି ଙ୍କୁ କଇ କହି ଥକି ଗଲେଣି ରାଜ୍ୟ ସରକାର ପିଲା ମାନଙ୍କୁ ପାଠ ପଢା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , ଛତୁଆ ଠାରୁ ଆରମ୍ଭ କରି ଲଡୁ, ଭାତ, ଅଣ୍ଡା ତଥା ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ହେଲେ ଆମପାଣି ଅଙ୍ଗନ ବାଡି ସେଣ୍ଟର ପାଇଁ ତାହା ସାତ ସପନ ହୋଇ ପଡିଛି । ଅଙ୍ଗନ ବାଡି ଦିଦି ନିଜେ ଦେଶୀ ମହୁଲି ମଦ ପିଇ ଅଣ୍ଡା ସବୁ ଖାଇ ଦେଉଛନ୍ତି । ଏ ବିଷୟରେ ଗାଁ ର ସହାୟକ ଗୋଷ୍ଠୀ ର ମହିଳା ମାନେ ଅନେକ ବାର ଅଭିଯୋଗ କରିଥିଲେ ଶିଶୁ ବିକାଶର ଅଧିକାରିଣୀ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏ ଦୃଶ୍ୟ ରୁ ଜଣା ପଡୁଛି ଅଙ୍ଗନ ବାଡି ଦିଦି, ସୁପର ଭାଇଜର, ସିଡିଓ ଙ୍କ ସଲା ସୁତୁରା ରେ ଉକ୍ତ କାର୍ଯ୍ୟ ଚାଲୁଥିବା ଅନୁମାନ କରା ଯାଉଛି ।

ତେବେ ଆପଣ ମାନେ ବି ଦେଖି ପାରିବେ ଅଙ୍ଗନ ବାଡି ଦିଦି ଜଣକ କେମିତି ଦେଶୀ ମଦ ପିଇ ଝୁଲୁଛନ୍ତି ନିଜେ ସିଧା ହୋଇ ଛିଡା ମଧ୍ୟ ହୋଇପାରୁ ନାହାନ୍ତି । ସତରେ ଏହି ଘଟଣା ଲଜ୍ୟା ଜନକ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *