ଓଡିଆ ସିରିଏଲ ସେଲିବ୍ରେଟି Anisha ଓ Subhasis ଙ୍କ ଘରକୁ ଆସିଲା ଖୁସି ଖବର

ଟେଲିଭିଜନ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଅଲଗା ପରିଚୟ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି । ଆଜିକା ଡେଟରେ ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ କେବଳ ଅଭିନୟ ପାଇଁ ନୁହେ ବରଂ ନିଜର ସୁନ୍ଦରତା, ଷ୍ଟାଇଲିସ, ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହୁଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଅନିଶା ଶର୍ମା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସେହି ବିଷୟରେ କଣ ରହିଛି ସୂଚନା କହିବାକୁ ଯାଉଛୁ । ଟିଭି ଜଗତରେ ଅଭିନେତା ଶୁଭାଶିଷ ଶର୍ମା ଓ ଅଭିନେତ୍ରୀ ଅନିଶା ଶର୍ମାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ କିଛି ଦିନ ତଳେ ଅନିଶା ପ୍ରେଗନେଣ୍ଟ ଥିଲେ ବୋଲି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ ।

ବର୍ତ୍ତମାନ ସୂଚନା ଅନୁସାରେ ଅନିଶା ଶର୍ମାଙ୍କର ଏକ କନ୍ୟା ସନ୍ତାନ ହୋଇଛି ଯାହାକୁ ତାଙ୍କ ସ୍ଵାମୀ ଶୁଭାଶିଷ ଶର୍ମା ସୋସିଆଲ ମିଡିଆରେ ପରି ପ୍ରକାଶ କରିଛନ୍ତି । ଅନିଶା କେବଳ ଟିଭି ସିରିଏଲ ନୁହେଁ ବରଂ ଅନେକ ଓଡିଆ ଫିଲ୍ମରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ଦେଇହକନ୍ତି । ଏହା ଛଡା ଅଭିନେତା ଶୁଭାଶିଷ ଶର୍ମା ମଧ୍ୟ ସିରିଏଲ ବ୍ଯତୀତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଧାରାବାହିକ ଜଗତରେ ଦୁହିଙ୍କ ଯୋଡି ଏତେ ପପୁଲାର ହୋଇଥିଲା ଯେ ଦର୍ଶକ ମାନେ ବେଶ ପସନ୍ଦ କରୁଥିଲେ ।

ଦୁହେଁ ନିଜର ଟିଭି ପରଦାର ଯୋଡିକୁ ରିୟଲ ଲାଇଫରେ ଆଣି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଶୁଭାଶିଷ ଶର୍ମା ତାଙ୍କ ସ୍ତ୍ରୀ ଅନିଶା ଶର୍ମା ମା ହୋଇଛନ୍ତି ବୋଲି ଖୁସି ଖବର ନିଜ ସୋସିଆଲ ଆକାଉଣ୍ଟ ରେ ତାଙ୍କର ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ଝିଅ ହେବା ନେଇ ଶୁଭାଶିଷ ଓ ଅନିଶା ଦୁହେଁ ବହୁତ ଖୁସିରେ ଅଛନ୍ତି । ଏହା ସହ ତାଙ୍କ ପରିବାର ଲୋକ ମାନେ ବେଶ ଖୁଶିର ଥିବା ଶୁଭାଶିଷ ଜଣାଇଛନ୍ତି । ଅନିଶା କନ୍ୟା ସନ୍ତାନ ଜନ୍ମ ଦେଇ ଥିବାରୁ ତାଙ୍କ ଘରକୁ ଲକ୍ଷ୍ମୀ ଆସିଥିବାର ଖୁସି କୁ ଦୁହେଁ ସେଲିବ୍ରେଟ କରୁଛନ୍ତି ଯାହା ଶୁଭାଶିଷ ନିଜ ସୋସିଆଲ ଆକାଉଣ୍ଟ ରେ ଶେୟାର କରିଛନ୍ତି ।

ଏହା ଛଡା ଦୁହିଙ୍କ ପରିବାର ଲୋକେ ତାଙ୍କ ନବଜାତ କନ୍ୟା କୁ ଆଶୀର୍ବାଦ ଦେବା ସହ ତାର ମଙ୍ଗଳ କାମନା କରିଛନ୍ତି । ଶେଷରେ ଏତିକି କୁହା ଯାଇପାରେ ଯେ ଅନିଶା ଓ ଶୁଭାଶିସଙ୍କ ଯୋଡି ଆଗକୁ ଏମିତି ରହୁ ଓ ଦୁହେଁ ନିଜର ନୂଆ ବେବି ସହ ଅଧିକ ଟାଇମ ସ୍ପେନ୍ଡ କରି ଖୁସିରେ ଜୀବନ ଅତିବାହିତ କରନ୍ତୁ । ଦୁହିଙ୍କ ଯୋଡି ଟିଭି ଇଣ୍ଡଷ୍ଟ୍ରିରେ ଆଗକୁ ଏମିତି ଲୋକପ୍ରିୟ ହେଉ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *