ଅଅଁଳା ଖାଇବାର ସଠିକ ସମୟ, କହିଅବାର ଫାଇଦା, ଖାଇବାର ତରିକା ଏବଂ ଏହାକୁ ଖାଇବାର କ୍ଷତି, ନିଶ୍ଚୟ ଜାଣନ୍ତୁ- Health Tips

ଆପଣ ମାନେ ଅଁଳା ନିଶ୍ଚୟ ଦେଖିଥିବେ । ଏହା ଅଧିକ ଥଣ୍ଡା ହୋଇ ଥିବାରୁ ଆମ ପେଟ ପାଇଁ ବହୁତ ଲାବଡାୟକ ହୋଇଥାଏ । ଅଁଳା ଖାଇବାର ଲାଭ ସେତେବେଳେ ମିଳିଥାଏ ଯେବେ ଆମେ ଏହାର ସଠିକ ଉପଯୋଗ କରିଥାଉ । ଆଜି ଆମେ ଆପଣ ମାନଙ୍କୁ ଅଁଳା ଖାଇବାର ସଠିକ ସମୟ କେବେ, କଣ ଫାଇଦା ଓ କ୍ଷତି ହୋଇଥାଏ ଓ ଅଁଳା ଖାଇବାର ଠିକ ଉପାୟ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଅଁଳାରେ ଭରପୁର ମାତ୍ରାରେ ଭିଟାମିନ-ସି ଓ ଇ ରହିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଛଡା ଏଥିରେ ଜିଙ୍କ, ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ, କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ସକାଳେ ଖାଇବା ପୂର୍ବରୁ ଅଁଳା ଖାଇବା ଉଚିତ । ଏହା ଛଡା ମଧ୍ୟାହ୍ନ ଭୋଜନରେ ମଧ୍ୟ ଏହାର ସେବନ କରି ପାରିବେ ।

୨- ଅଁଳା ସହ କଳା ଲୁଣ ମିଶାଇ ଖାଇଲେ ଏହାର ଖଟା ଅଂଶ କମ ହୋଇଥାଏ । ଏହାର ସେବନର ଏକ ଘଣ୍ଟା ଯାଏଁ ଚାହା, କଫି ବା କ୍ଷୀରର ସେବନ କରିବା ଅନୁଚିତ । ଏହା ଛଡା ଅଁଳାର ଚଟାଣି କରି ଖାଇବା ସମୟରେ ହେଉ ବା କଞ୍ଚା ଅଁଳାର ସାଲାଟ କରି ଖାଇ ପାରିବେ । ଯେଉଁ ମାନଙ୍କୁ କଞ୍ଚା ଅଁଳା ସୁଟ କରିବ ନାହି ସେମାନେ ଏହାର ଜୂସ ପିଇ ପାରିବେ । ଏହା ଛଡା ଅଁଳାର ଯୁସ ସହ ଗାଜର ବା ବିଟ ମିକ୍ସ କରି ପିଇ ପାରିବେ । ଏହା ଛଡା ରାତିରେ ଅଁଳା ଚୁରନର ସେବନ କରି ପାରିବେ ।

୩- ପ୍ରତି ଦିନ ଗୋଟିଏ ରୁ ଦୁଇଟି ଅଁଳାର ସେବନ କରି ଅପରିବେ । ଯଦି ଅଁଳାର ଚୁରନ ଖାଇବେ ତେବେ ଏକ ଚାମଚରୁ ଅଧିକ ଖାଇବେ ନାହିଁ । ଅଁଳା ଅଧିକ ଥଣ୍ଡା ହୋଇ ଥିବାରୁ ଏହାର ସେବନ ଅଧିକ ମାତ୍ରାରେ କରିବା ଅନୁଚିତ । ଏପରି ହେଲେ ଆପଣଙ୍କ ଶରୀରର କ୍ଷତି ହୋଇଥାଏ ।

୪- ଅଁଳା ରେ ଭିଟାମିନ-ସି ଓ ଓ ଥିବାରୁ ଏହା ସ୍କିନକୁ ଗ୍ଲୋ କରିବାରେ ସାହାଜ୍ଯ କରିଥାଏ । ଏହା ଛଡା ଏଥିରେ ଭିଟାମିନ-ଏ ଥିବାରୁ ଆଖିର ରୋଷନି ବୃଦ୍ଧି ପାଇଥାଏ । ଏହା ଦ୍ଵାରା ମୋତିଆ ବିନ୍ଦୁ ମଧ୍ୟ ଭଲ ହୋଇଥାଏ । ଏହା ବ୍ଯତୀତ ଅଁଳା ଖାଇବା ଦ୍ଵାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ । ଏଥିରେ ଭିଟାମିନ-ଇ ଓ ଆଇରନ ଥିବାରୁ ଏହା କେଶ କୁ ମଜବୁତ କରିବାରେ ସାହାଜ୍ୟ କରିଥାଏ ।

ଏହା ଛଡା କେଶ ବଢିବା ଓ ଡ୍ୟାଣ୍ଡଡ୍ରଫ ରୁ ମୁକ୍ତି ପାଇବାରେ ସାହାଜ୍ୟ କରିଥାଏ । ଏହା ଛଡା କବଜ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଯେଉଁ ମାନେ ଅଳ୍ପ ସମୟରେ ଥକି ଯାଉଥିବେ ସେମାନେ ଅଁଳାର ସେବନ କରି ପାରିବେ । ଏହା ଦ୍ଵାରା ଶରୀରରେ ଫୁର୍ତ୍ତି ଆସିଥାଏ । ଏହା ଛଡା ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *