ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କିଛି ସହଜ ଏକ୍ସରସାଇଜ- Dr. Sibanisankar Tripathy

ଆଜିକାଲି ସମସ୍ତେ ଏକ ବ୍ୟସ୍ତପୂର୍ଣ ଜୀବନଶୈଳୀରେ ନିଜର ସମୟ ବ୍ୟତିତ କରୁଛନ୍ତି । ସକାଳେ ଉଠିବା ମାତ୍ରେ ହିଁ ଅଫିସ ଓ ଅଫିସରୁ ଆସିବା ପରେ ଘରର କୌଣସି କାମ ପୁଣି ରାତିରେ ଶୋଇବା ପରେ ସକାଳୁ ଉଠି ପୁଣି ଅଫିସ । ଏହା ଛଡା କେତେକ ଲୋକମାନଙ୍କ ପୁରା ଦିନ ଅଫିସରେ ହିଁ ବିତିଯାଏ । ବ୍ୟକ୍ତିକୁ ନିଜ ପାଇଁ ବି ପାଖରେ ସମୟ ନ ଥାଏ । ବ୍ୟକ୍ତି ନା ହିଁ ନିଜ ଶରୀର ପ୍ରତି ଧ୍ୟାନ ରଖି ପାରେ ଓ ନା ହିଁ ନିଜ ଖାଦ୍ୟ ପ୍ରତି ।

ଏମିତିରେ ବ୍ୟକ୍ତି ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାଏ । ଶେଷରେ ତାକୁ ଡାକ୍ତରଙ୍କ ନିକଟକୁ ଯିବାକୁ ପଡେ ଓ ବିଭିନ୍ନ ପ୍ରକାରର ଔଷଧର ବି ସେବନ କରିବାକୁ ପଡିଥାଏ ।

କହିଦେଉଛୁ କି ଯେଉଁମାନେ ଶାରୀରିକ କାର୍ଯ୍ୟ କରନ୍ତି ତାଙ୍କ ପାଇଁ ବିଶେଷ କୌଣସି ଏକ୍ସରସାଇଜ କରିବାକୁ ପଡି ନ ଥାଏ । କିନ୍ତୁ ଯେଉଁମାନେ ବସି ବସି ଅଧିକ ସମୟ କାମ କରନ୍ତି ତାଙ୍କୁ ଦିନକୁ ୧ – ୨ ଘଣ୍ଟା ନିଶ୍ଚିତ ରୂପରେ ଏକ୍ସରସାଇଜ କରିବା ଉଚିତ । ନଚେତ ସେମାନଙ୍କୁ ଆହୁରି ଭୟଙ୍କର ରୋଗ ମଧ୍ୟ ହୋଇପାରେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି ।

ଆଜିକାଲି ଅଣ୍ଟା ବିନ୍ଧା ବହୁତ ସାଧାରଣ ରୋଗ ହୋଇ ଯାଇଛି । ଯେଉଁମାନେ ଅଫିସରେ ଅଧିକ ସମୟ ବସି କାମ କରୁଛନ୍ତି କିମ୍ବା ଯେଉଁମାନଙ୍କର ବସିବା କାମ ସେମାନଙ୍କର ଅଣ୍ଟା ବିନ୍ଧା ସମସ୍ୟା ଅଧିକ ହୋଇଥାଏ । ସେମାନଙ୍କର ଅଣ୍ଟାର ତଳ ଭାଗ ଯେମିତି L1, L2, L3, L4, L5 ଭଟିବ୍ରା ଗୁଡିକ ଅଧିକ ଯନ୍ତ୍ରଣା ହୋଇଥାଏ । କାରଣ ଅଧିକ ବସି କାମ କରିଲେ ସେହି ମାଂସପେଶୀ ଗୁଡିକ ଟାଣ ହୋଇଯାଏ ।

general spinal muscles stretching exercises ଓ core strengthening and stability exercises କରିବା ଉଚିତ । ଯେମିତି plank exercises, spinal extension exercises କରାଇଥାଉ । ଯାହା ଦ୍ଵାରା ବ୍ୟକ୍ତିର ଅଣ୍ଟା ବିନ୍ଧାରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ । ଏହା ସହିତ ଭବିଷ୍ୟତରେ ପୁଣି ଥରେ ଯନ୍ତ୍ରଣା ନ ହେବା ପାଇଁ abdomen muscle ଓ spinal back muscles କୁ strengthening କରାଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *