ଯିଏ ବି ଏହି ମୃତ୍ୟୁ ଲୋକରେ ଜନ୍ମ ନେଇଛି ଦିନେ ନା ଦିନେ ତାକୁ ଏହି ଦୁନିଆ ଛାଡି ଯିବାକୁ ପଡିବ । କେତେକ ଲୋକମାନେ ମୃତ୍ୟୁ ପରେ ମୋକ୍ଷ ପାଇବା ପାଇଁ ଜୀବିତ ଅବସ୍ଥାରେ ପୂଣ୍ୟ କର୍ମ କରନ୍ତି ଅଥବା ମରିବା ପରେ କିଇଛି କର୍ମ ଏମିତି ବି ଅଛି ଯାହାକୁ ମୃତକର ପରିବାର ଦ୍ଵାରା ବିଧି ପୂର୍ବକ କରାଯାଏ ତେବେ ମୃତକର ଆତ୍ମାକୁ ମୁକ୍ତି ମିଳିଥାଏ ।

ଏହି କର୍ମ ମଧ୍ୟରେ ଗୋଟିଏ ଅଟେ ଅନ୍ତିମ ସଂସ୍କାର ସମୟରେ କରାଯାଉଥିବା କପାଳ କ୍ରିୟା । ଯେଉଁଥିରେ ଚିତାରେ ଜଳୁଥିବା ଶବର ମୁଣ୍ଡ ଉପରେ ତିନି ଥର ବାଡି ମରାଯାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଏମିତି କାହିଁକି କରାଯାଏ ।
ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ସମୟରେ ଶବକୁ ମୁଖାଗ୍ନି ଦେବା ପରେ ବାଉଁଶରେ ଏକ ମାଟି ବାନ୍ଧି ଶବର ମୁଣ୍ଡ ଉପରେ ଘିଅ ଦିଆଯାଏ ଓ ଏହା ଏଥିପାଇଁ କରାଯାଏ ଯାହା ଦ୍ଵାରା ଅଗ୍ନି ସମୟରେ ଶବର ଶରୀରର ଭଲ ଭାବରେ ଜଳିଯିବ ।

ମନୁଷ୍ୟର ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗ ଠାରୁ ଅଧିକ ମଜବୁତ ହୋଇଥିବାରୁ ତାକୁ ଅଗ୍ନିରେ ଭଲ ଭାବରେ ଜଳିବା ପାଇଁ ମୁଣ୍ଡ ଉପରେ ଘିଅ ଢଳା ଯାଏ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଶବର ମସ୍ତିଷ୍କକୁ ପୂର୍ଣ ରୂପରେ ନଷ୍ଟ କରିବା କାହିଁକି ଆବଶ୍ୟକ । ବାସ୍ତବରେ ଏହାକୁ କରିବା ପଛର କାରଣ ଗରୁଡ ପୁରାଣରେ ବର୍ଣିତ ଅଛି ।
ଯଦି ଶବର ମୁଣ୍ଡ ଜଳିବା ସମୟରେ ସଠିକ ରୂପରେ ଜଳିବ ନାହିଁ ତେବେ ଆସନ୍ତା ଜନ୍ମରେ ତାର ବିକାଶ ସମ୍ପୂର୍ଣ ରୂପରେ ହୋଇ ନ ଥାଏ ଓ ସେ ଅବିକଶିତ ହୋଇ ରହିଯାଏ । ଏହା ବି କୁହାଯାଏ ଯଦି ମୁଣ୍ଡରେ ତିନି ଥର ବାଡି ନ ମରାଯାଏ ତେବେ ମୃତକର ପ୍ରାଣ ସମ୍ପୂର୍ଣ ରୂପରେ ମୁକ୍ତି ପାଏ ନାହିଁ ଓ ତାର ନୂଆ ଜନ୍ମ ମାର୍ଗରେ ବାଧା ଉତ୍ପନ୍ନ କରିଥାଏ ।

ଯାହାକୁ ତାଙ୍କର ପ୍ରିୟଜନମାନେ ଚାହିଁବେ ନାହିଁ । ସେଥିପାଇଁ ଅନ୍ତିମ ସଂସ୍କାର ସମୟରେ ସମସ୍ତ ନିୟମର ପାଳନ କରାଯାଏ । ଅନ୍ୟ ଏକ ଗ୍ରନ୍ଥ ଅନୁସାରେ ମୁଣ୍ଡରେ ବ୍ରହ୍ମାଙ୍କ ବାସ ହୋଇଥାଏ । ସେଥିପାଇଁ ଶରୀରରକୁ ପୂର୍ଣ ରୂପରେ ମୁକ୍ତି କରିବା ପାଇଁ ଏହିଭଳି କାର୍ଯ୍ୟ କରାଯାଏ । ଏହା ଛଡା ଆପଣ ଜାଣିଥିବେ କି କିଛି ଅଘୋରୀ ଓ ତାନ୍ତ୍ରିକ ନିଜର ସିଦ୍ଧି ପୁରା କରିବା ପାଇଁ ଶବର ମୁଣ୍ଡ ହାଡକୁ ବ୍ୟବହାର କରିଥାନ୍ତି ।
ଏହା ଦ୍ଵାରା ସେହି ବ୍ୟକ୍ତିକୁ ମୁକ୍ତି ପାଇବା ବହୁତ କଷ୍ଟକର ହୋଇଯାଏ । ସେଥିପାଇଁ ବି ମୁଣ୍ଡରେ ବାଡି ମରାଯାଏ । ଶାସ୍ତ୍ର ଅନୁସାରେ ଯେତେବେଳେ ମନୁଷ୍ୟ ଶରୀରରୁ ଆତ୍ମା ବାହାରିଥାଏ ତେବେ ତାହା ମସ୍ତିଷ୍କକୁ ଭାଙ୍ଗି ବାହାରି ଥାଏ ଓ ଏହା ବେଳେ ବେଳେ ହୋଇଥାଏ । ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ସମୟରେ ମନକୁ ମନ ମସ୍ତିଷ୍କ ଫାଟି ଯାଉଛି ତେବେ ସେ ସାଧାରଣ ବ୍ୟକ୍ତି ନୁହେଁ ଓ ସେ ନିଶ୍ଚିତ ରୂପରେ ମୋକ୍ଷ ପ୍ରାପ୍ତ କରିବ ।
