Anubhav-Varsha ବିବାଦ: ବର୍ଷାଙ୍କ ଜନ୍ମଦିନରେ ବର୍ଷାଙ୍କୁ ଏମିତି କାହିଁକି କହିଲେ Anubhav, ଟ୍ୱିଟ୍ କରି ଲେଖିଲେ “ଆମେ ଭଲ ସ୍ୱାମୀ-ସ୍ତ୍ରୀ …”

ଆଜି ହେଉଛି ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ । ଏହି ଉପଲକ୍ଷେ ତାଙ୍କର ସ୍ଵାମୀ ଅଭିନେତା ଅନୁଭବ ମହାନ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆପଣ ସମସ୍ତେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ଜାଣିଛନ୍ତି । ଏହି ବିବାଦ ମଧ୍ୟରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଅନୁଭବ ମହାନ୍ତି ଟ୍ଵିଟରରେ ଜନ୍ମ ଦିନର ଶୁଭେଚ୍ଛା ଦେଇ ଲେଖିଛନ୍ତି କି ଭଲ ସ୍ଵାମୀ ସ୍ତ୍ରୀ ନ ହୋଇ ପାରିଲେ ବି, ସବୁଦିନ ପାଇଁ ଆମେ ଭଲ ବନ୍ଧୁ ହୋଇ ରହିବା । ସେ ନିଜର ପରିବାର, ଫ୍ୟାନ ତରଫରୁ ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବର୍ଷାଙ୍କ ସୁଖ ସମୃଦ୍ଧି ଓ ସୁଖର କାମନା ମଧ୍ୟ କରିଛନ୍ତି ଅନୁଭବ । ବର୍ତ୍ତମାନ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଅଛି ।

କୋର୍ଟରେ କେତେବେଳେ ବର୍ଷା ଆସୁଛନ୍ତି ତ କେତେବେଳେ ଅନୁଭବ ଆସୁଛନ୍ତି ଓ ଅନ୍ୟ କେଉଁ ସମୟରେ ଦୁଇ ଜଣ ହିଁ ଅନୁପସ୍ଥିତ ରହୁଛନ୍ତି । ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଚର୍ଚିତ ଯୋଡି ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଯେତେବେଳେ ଦିଲ୍ଲୀ କୋର୍ଟରେ ଆସିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ପରେ ସୁପ୍ରିମକୋର୍ଟର ନିର୍ଦେଶ ପରେ ଏହା କଟକର ଫ୍ୟାମିଲି କୋର୍ଟରେ ଏହି କେସ ଚାଲିଛି । ଏହା ମଧ୍ୟରେ ଦୁଇ ଜଣ ହିଁ ହାଇକୋର୍ଟର ଶୁଣାଣୀକୁ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଏହା ମଧ୍ୟରେ ଆଜି ବର୍ଷାଙ୍କ ଜନ୍ମଦିନ ଓ ଜନ୍ମଦିନ ଉପଲକ୍ଷେ ଅନୁଭବଙ୍କ ଶୁଭେଛା ଦେବା ସମସ୍ତଙ୍କୁ ଅଳ୍ପ ଅଡୁଆରେ ପକାଇ ଦେଇଛି । ଅନୁଭବ ଲେଖିଛନ୍ତି ସେ ଭଲ ସ୍ଵାମୀ ସ୍ତ୍ରୀ ହୋଇ ନ ରହି ପାରିଲେ ବି ଭଲ ବନ୍ଧୁ ହୋଇ ରହିବେ ।

ମାମଲା ଯାହା ବି ହୋଇ ଥାଉ ନା କାହିଁକି ଉଭୟଙ୍କ ଫ୍ୟାନମାନେ ଚାହୁଁଛନ୍ତି କି ଦୁଇ ଜଣ ଏକାଠି ହୋଇ ରୁହନ୍ତୁ । କୁହାଯାଉଛି କି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ପୁଣି ଠାରେ କିଛି ଚାଲିଛି । ବର୍ଷା ଓ ଅନୁଭବଙ୍କ ଯୋଡିକୁ ସବୁବେଳେ ଦର୍ଶକମାନେ ଦେଖିବାକୁ ଚାହାନ୍ତି ।

ଯେତେବେଳେ ଜନ୍ମଦିନରେ ଶୁଭେଛା ଜଣାଇବା ଓ ଜଗନ୍ନାଥଙ୍କ ନିକଟରେ ବର୍ଷାଙ୍କ ପାଇଁ ପ୍ରାର୍ଥନା କରିବା, ସମସ୍ତେ ଚିନ୍ତା କରୁଛନ୍ତି କି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଯେଉଁ ବିବାଦ ଦେଖା ଯାଉଛି ତାହାର ଅନ୍ତ ହେବ ଓ ପୁଣି ଥରେ ଦୁଇ ଜଣ ମିଶି ଯିବେ ।

କିନ୍ତୁ ଯଦି କୋର୍ଟ ମାମଲା କଥା କହିବେ ତେବେ ଏଥିରେ କୌଣସି ବି ପ୍ରକାରର ଉନ୍ନତି ଆସି ନାହିଁ । ଆସନ୍ତା ସମୟ ହିଁ କହିବ କି ଦୁଇ ଜଣ ଅଲଗା ହେବେ ନା ଏକାଠି ହୋଇଯିବେ ।

Leave a Reply

Your email address will not be published. Required fields are marked *