ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବହୁ ଚର୍ଚ୍ଚିତ ଚେହେରା ତଥା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସତ କିନ୍ତୁ ଏବେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ତେବେ ଦୁହିଙ୍କର ସମ୍ପର୍କ କୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି । କେବେ ଅନୁଭବଙ୍କୁ ନେଇ ତ ଆଉ କେହି ବର୍ଷା ଙ୍କୁ ନେଇ ।
ବର୍ତ୍ତମାନ ସମୟରେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଙ୍କ ବାହାଘର ଭିଡିଓ ବା ଫୋଟୋ ସବୁ ଯେଉଁ ଭାଇରାଲ ହେଉଛି ତାହାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଣ ପ୍ରତିକ୍ରୟା ଦେଇଛନ୍ତି ଆସନ୍ତୁ ଜାଣିବା ସବିଶେଷ ବିବରଣୀ । ଦର୍ଶକ ବନ୍ଧୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କ ପାରିବାରିକ ବିବାଦ ଚାଲିଥିବା ବେଳେ କଣ ଆଉ ଥରେ ବିବାହ କରିଲେ କି ଅନୁଭବ ମହାନ୍ତି ? ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଅନୁଭବ ଙ୍କର ଏକ ବର ବେଶ ର ଫୋଟୋ କୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି କିଛି ଚର୍ଚ୍ଚା ଦେଖିବାକୁ ମିଳିଛି । ତେବେ ଅନୁଭବ ବର ବେଶ ରେ ଥିବା ବେଳେ ଜଣେ ଯୁବତୀ ଙ୍କୁ ତାଙ୍କ କନ୍ୟା ବେଶ ରେ ଦେଖିବାକୁ ମିଳିଛି ଭାଇରାଲ ହୋଇଥିବା ଭିଡିଓ ରେ । ଭାଇରାଲ ଫୋଟୋ ଓ ଭିଡିଓ ରୁ ସ୍ପଷ୍ଟ ହେଉଛି କି ଏହା ଏକ ବିବାହ ଉଶ୍ଚବର ପରିବେଶ ମନେ ହେଉଛି । ଏଠାରେ ଅନେକ ଲୋକଙ୍କ ଉପସ୍ଥିତି ଜଣା ପଡୁଛି । ତେବେ ଏହା ଏକ ଫିଲ୍ମ ଶୁଟିଙ୍ଗ ବୋଲି ଚର୍ଚ୍ଚା ହେଉଛି ।
ଅନୁଭବ ଙ୍କ ଫ୍ୟାନ୍ସ ମାନଙ୍କ କହିବା ଅନୁଯାୟୀ ସେ ତାଙ୍କ ବାହାଘରକୁ ନିମନ୍ତ୍ରଣ ରେ ଡ଼ାକିଥିଲେ ଆଉ ସେ ସମସ୍ତଙ୍କୁ ସସପେନ୍ସ ରେ ପକାଇ ଦେଇଛନ୍ତି । ସେ ତାଙ୍କ ସୋସିଆଲ ସାଇଡ ରେ ଏହି ଫୋଟୋ ଛାଡି ଲେଖି ଦେଇଥିଲେ ଅଭିନନ୍ଦନ ଭାଇ । ଏବେ ଦର୍ଶକ ବନ୍ଧୁ ଏଠାରୁ ଆରମ୍ଭ ହୋଇଥିଲା ସସପେନ୍ସ । ଆଉ ସମସ୍ତେ ଭାବିଲେ ସତରେ କଣ ଅନୁଭବ ମହାନ୍ତି ଆଉ ଥରେ ବାହା ହୋଇଗଲେ ।
ଏ ନେଇ ବର୍ଷା ପ୍ରିୟାଦର୍ଶିନୀ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ “ଅନୁଭବ ଙ୍କ ରିୟଲ ଲାଇଫ ସହ ମୋ ରିୟଲ ଲାଇଫ ଜମା ବି ଯୋଡନ୍ତୁ ନାହି । ତାଙ୍କର ରିୟଲ ଲାଇଫ ରେ ଯାହା ବି କରନ୍ତୁ ମୋର କିଛି ବି ଯାଏ ଆସେ ନାହି । ଆମର ବ୍ୟକ୍ତିଗତ କଥାକୁ ନେଇ ଏତେ କେହି ବିଚାର କରନ୍ତୁ ନାହି । ଆମ ଫିଲ୍ମ ରେ ଯାହା ହେଉଛି ତାହା କୁ ନେଇ କୁହନ୍ତୁ” । ଏଭଳି କିଛି କହିଛନ୍ତି ଅନୁଭବ ଙ୍କ ବାହାଘରକୁ ନେଇ ବର୍ଷା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ଅନୁଭବ ଙ୍କ ବାହାଘରକୁ ନେଇ ଦେଇଥିବା ପ୍ରତିକ୍ରିୟା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।