Anubhabଙ୍କ ଚ୍ୟାଲେଞ୍ଜର ଜବାବ୍ ଦେଲେ Barsha, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟାଦର୍ଶିନୀଙ୍କୁ ତାଙ୍କ ସ୍ଵାମୀ ଅନୁଭବ ମହାନ୍ତି ଚ୍ୟାଲେଞ୍ଜ ଦେବା ପରେ କିଛି ଘଣ୍ଟା ପରେ ବର୍ଷାଙ୍କର ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ସାମନାକୁ ଆସିଛି । ଉଭୟ ଫେସବୁକ ଓ ଇଂଷ୍ଟାଗ୍ରାମରେ ବର୍ଷା ଲେଖିଛନ୍ତି ଯେ ସମସ୍ଯା ଉପରେ ତୁମେ ସୁଦୃଢ, ନିଜ ଉପରେ ବିଶ୍ଵାସ ରଖି ଆଗକୁ ବଢି ଚାଲନ୍ତୁ ।

ବର୍ଷା ଏହି ପୋଷ୍ଟ କାହା ଉଦେଶ୍ୟରେ ଲେଖିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଅନୁଭବ ଟିଭି କ୍ଯାମେରା ଆଗରେ ବୟାନ ଦେବା ପରେ ବର୍ଷା ଏଭଳି ପୋଷ୍ଟ କରି ଲେଖିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ବର୍ଷା ପାସ୍ପୋର୍ଟ ଓ ପ୍ୟାନ କାର୍ଡ ଭଳି ସରକାରୀ ଦସ୍ତାବିଜ ହାସଲ କରିବା ପାଇଁ ସ୍କାଉଚ କାର୍ଡର ଅନୈତିକ ଫାଇଦା ନେଇଛନ୍ତି ବୋଲି ଅନୁଭବ ଅଭିଯୋଗ କରିଥିଲେ ।

ବର୍ଷା କିପରି ସ୍କାଚ କାର୍ଡର ଅପବ୍ଯବହାର କରିଛନ୍ତି ତାହା ଜଣାଇବାକୁ ଅନୁଭବ ବର୍ଷାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଅନୁଭବ କହିଛନ୍ତି ଯେ କୌଣସି ସୂତ୍ରରୁ ସେ ଜାଣିବାକୁ ପାଇଲେ କି ବର୍ଷା ସ୍କାଚ କାର୍ଡର ଅନୈତିକ ବ୍ୟବହାର କରୁଛନ୍ତି ଯାହା ଆଇନଗତ ଅପରାଧ ଅଟେ । ଏମିତି କୋଣସି ବ୍ୟକ୍ତି କରିବା ଉଚିତ ନୁହେଁ ବୋଲି ଅନୁଭବ କହିଛନ୍ତି । ସେ ଏହି କଥା ପାର୍ଲିୟାମେଣ୍ଟ ଓ ଲୋକସଭା ସେକ୍ରେଟାରୀଙ୍କୁ ମଧ୍ୟ ଜଣାଇ ସାରିଛନ୍ତି ବୋଲି ଅନୁଭବ କହୁଛନ୍ତି ।

ବର୍ଷାଙ୍କ ନାଁ ରେ ଯେଉଁ ଅଭିଯୋଗ ଅନୁଭବ ଆଣିଛନ୍ତି ତାହାର ସତ୍ୟତା କଣ ବର୍ଷା ନିଜେ କ୍ୟାମେରା ଆଗକୁ ଆସି କହିବା ଦରକାର ବୋଲି ଅନୁଭବ ମତ ଦେଇଛନ୍ତି । ଗୋଟିଏ ମଣିଷ ଗୋଟିଏ ପରିଚୟ ସହ ବଞ୍ଚିପାରେ ଅଧିକ ପ୍ରମାଣ ପତ୍ର ସହ ସହ କେହି ମଣିଷ ବଞ୍ଚି ପାରିବେ ନାହି ବୋଲି ଅନୁଭବ କହିଛନ୍ତି । ଏଭଳି ଯଦି ଭାରତରେ କୌଣସି ବ୍ୟକ୍ତି କରୁଥିବେ ତାହା ବିପଦ ଜନକ ବୋଲି ଅନୁଭବ କହିଛନ୍ତି ।

ଏଭଳି ଗର୍ଜରି କାମ ନ କରିବା ପାଇଁ ଅନୁଭବ ସମସ୍ତଙ୍କୁ ନିଜର ବୟାନ ଦେଇଛନ୍ତି । ଏହି ବୟାନ ପରେ ବର୍ଷା ନିଜର ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପୁରା ଘଟଣା ଥିଲା ଠିକ ଏହିଭଳି । ଅନୁଭବ ଲୋକସଭାକୁ ଲେଖିଥିବା ଚିଠିରେ ବର୍ଷାଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସରକାରି ଦସ୍ତାବିଜ ହାସଲ କରିବା ପାଇଁ ବର୍ଷା ଜାଲ ଓ ଭୁଲ ସୂଚନା ଦେଇଛନ୍ତି ବୋଲି ଅନୁଭବ ଆଭିଯୋଗ କରିଥିଲେ ।

ପରେ ଲୋକସଭା ସଚିବାଳୟ ବର୍ଷା ପ୍ରିୟାଦର୍ଶିନୀଙ୍କ ସ୍କାଉଚ ବା ପତ୍ନୀ ପ୍ରମାଣ ପତ୍ର କୁ ବାତିଲ କରି ଦେଇଛନ୍ତି । ତେବେ ଆଗକୁ ଦୁହିଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦ କେବେ ଶେଷ ହେବ ତାହା ସମୟ କହିବ । ଅନୁଭବ ବର୍ଷାଙ୍କ ନାଁ ରେ ଲଗାଇଥିବା ଅଭିଯୋଗ କେତେ ଦୂର ଯୁକ୍ତିଯୁକ୍ତ ତାହା ସ୍ପଷ୍ଟ କରିବାକୁ ବର୍ତ୍ତମାନ ବର୍ଷାଙ୍କ ବୟାନ ବହୁତ ଜରୁରୀ ହୋଇ ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କ ର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *