ଦେଖନ୍ତୁ Anubhabଙ୍କ ସହ ବିବାଦ ଲାଗି ରହିଥିବା ବେଳେ ବି କେମିତି ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ Varsha Priyadarshini

ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନେ ବେଶ ସୁନ୍ଦର ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବିଶେଷ କରି ଓଡିଆ ହିରୋଇନ ମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ବ୍ୟକ୍ତିଗତ ହିସାବ ରେ ଦେଖିବାକୁ ଗଲେ ବିବାହ କରିଥିବା କପଲ ମାନେ ନିଜର ବ୍ୟକ୍ତିଗତ ଜୀବିନୀ ବିଷୟରେ ଦର୍ଶକ ମାନଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆରେ ଅନେକ ଫୋଟୋ ଓ ଭିଡିଓ ପୋଷ୍ଟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଲିଉଡ ହିରୋଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଛନ୍ତି । ତେବେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ମ୍ୟାରେଜ କରିବା ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଯାଇଥିଲା । ଯାହା ପାଇଁ ଅନେକ ବିବାଦ ସୃଷ୍ଟି ହେବା ସହ ଦୁହିଙ୍କର ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା ।

ଯାହା ଫଳରେ ଦୁହେଁ ବର୍ତ୍ତମାନ ଅଲଗା ଅଲଗା ରହୁଛନ୍ତି । ତେବେ ସବୁଠାରୁ ଖୁସି ଖବର ହେଉଛି ଆଜି ଅଭିନେତ୍ରୀ ବର୍ଷାଙ୍କର ଜନ୍ମ ଦିନ । ଆଉ ସେ ନିଆରା ଢଙ୍ଗ ରେ ନିଜର ଜନ୍ମ ଦିନ ପାଳନ କରିବାର ନଜର ଆସିଛନ୍ତି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ବର୍ଷା ବୁଲି ବୁଲି ଗରିବ ଲୋକଙ୍କୁ ସାହାଜ୍ଯ କରିବା ସହ ନିଜେ ରୋଷେଇ କରି ଗରିବ ଲୋକ ମାନଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି ।

ଏମିତିକି ମିଠା ମଧ୍ୟ ଲୋକ ମାନଙ୍କୁ ନିଜ ଜନ୍ମ ଦିନ ଅବସରେ ବାଣ୍ଟିଛନ୍ତି । ତେବେ ଲୋକ ମାନେ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେବାର ଏହି ଭିଡିଓ ରେ ନଜର ଆସୁଛି । ଏହା ବ୍ଯତୀତ ବର୍ଷା ଏକ ରେଷ୍ଟୁରାଣ୍ଟ କୁ ଯାଇଛନ୍ତି ଯେଉଁ ଠାରେ ତାଙ୍କ ଜନ୍ମ ଦିନ ରେଷ୍ଟୁରାଣ୍ଟ ର ମାଲିକ କ କର୍ମଚାରୀ ମାନେ ମିଶି ସେଲିବ୍ରେସନ କରିବାର ନଜର ଆସୁଛନ୍ତି ।

ସେଠାରେ ସେ ଦୁଇ ଟି କୁନି ପିଲାଙ୍କ ସହ କେକ କଟିବାର ମଧ୍ୟ ନଜର ଆସୁଛନ୍ତି । ବର୍ଷା ନନିଜ ଜନ୍ମ ଦିନ ଏଭଳି ନିଆରା ଢଙ୍ଗ ରେ ପାଳନ କରୁଛନ୍ତି ଯାହା ପାଇଁ ସେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ଆଜି ତାଙ୍କ ସ୍ଵାମୀ ଅନୁଭବ ତାଙ୍କ ପାଖରେ ନାହାନ୍ତି ସତ କିନ୍ତୁ ସେ ଗରିବ ଦୁଖି ଲୋକଙ୍କୁ ସାହାଜ୍ଯ କରି ତାଙ୍କୁ ଖାଇବାକୁ ଦେଇ ଏପରି ଭାବେ ଜନ୍ମ ଦିନ ପାଳନ କରୁଛନ୍ତି ।

ସତରେ ଏହା ବହୁତ ବଡ କଥା । ଏତେ ଦୁଖ ଭିତରେ ବି ବର୍ଷାଙ୍କର ହସ ହସ ମୁହଁ ସମସ୍ତଙ୍କ ହୃଦୟ କୁ ଜିଣି ନେଉଛି । ବନ୍ଧୁଗଣ ବର୍ଷା ନିଜ ଜନ୍ମ ଦିନକୁ ଏଭଳି ସେଲିବ୍ରେସନ କରିଛନ୍ତି ତାହାକୁ ନେଇ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *