Anubhav-Varsha ବିବାଦରେ କୋର୍ଟ ବର୍ଷାଙ୍କ ଆବେଦନକୁ କରିଲେ ଖାରଜ, ଦେଖନ୍ତୁ କଣ ଦେଲେ ଆଦେଶ

ଅନୁଭବ ଓ ବର୍ଷା ଏହି ଦୁଇ ଜଣ ଗତ କିଛି ଦିନ ହେବ ନ୍ୟୁଜ ଚ୍ୟାନେଲରେ ହେଡଲାଇନ ହୋଇ ଅଛନ୍ତି । ଆପଣ ସମସ୍ତେ ଏମାନଙ୍କର ବିବାଦ ବିଷୟରେ ଅବଗତ ବି ଅଛନ୍ତି । ପ୍ରାୟତଃ ଲୋକମାନେ ଏହା ଚାହୁଁଛନ୍ତି କି ଏମାନେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ । କିନ୍ତୁ ଏହିଭଳି କୌଣସି ବି କଥା ନଜର ଆସୁ ନାହିଁ । ଓଲଟା ଦୁଇ ଜଣ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟରେ ଆବେଦନ ମଧ୍ୟ କରିସାରିଛନ୍ତ ।

କୋର୍ଟ ମଧ୍ୟ ଶୁଣାଣି କରିବା ପାଇଁ ତାରିଖ ନିର୍ଧାରିତ କରୁଛି । କିନ୍ତୁ ଏହି କେସର କୌଣସି ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନାହିଁ । ଅନ୍ୟ ପଟେ କୋର୍ଟ ତାରିଖ ଉପରେ ତାରିଖ ଦେଇ ଚାଲିଛି । ଏହି ବିବାଦ କେତେ ଦୂର ପର୍ଯ୍ୟନ୍ତ ଯିବ ଏହା କେବଳ ସମୟ ହିଁ କହିବ ।

କହିବାକୁ ଗଲେ କିଛି ଦିନ ତଳେ ଅନୁଭବ କୋର୍ଟରେ ଏକ ଆବେଦନ କରି ଥିଲେ । ଯାହାକୁ କୋର୍ଟ ଖାରାଜ ବି କରି ଦେଇଥିଲେ । ଏହା ପରେ ଗତ କିଛି ଦିନ ତଳେ ବର୍ଷା ପୁଣି ଥରେ କୋର୍ଟରେ କିଛି ଆବେଦନ କରିଛନ୍ତି । ତେବେ ଚାଳନ୍ତୁ ଏହା ବିଷୟରେ ସମ୍ପୂର୍ଣ ତଥ୍ୟ କଣ ଜାଣିବା । କହିବାକୁ ଗଲେ ଅନୁଭବ ଓ ବର୍ଷାଙ୍କ ବିବାଦ ଦିନକୁ ଦିନ ଆହୁରି ବଢିବାରେ ଲାଗିଛି । ଏହି କ୍ରମରେ କଟକର ପରିବାର କୋର୍ଟରେ ବର୍ଷାଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇ ଥିଲା ।

କିନ୍ତୁ କଟକ ଫ୍ୟାମିଲି କୋର୍ଟ ଏହି ଦାୟରକୁ ଖାରଜ କରାଯାଇଛି । ବର୍ଷାଙ୍କ ଦ୍ଵାରା ଦାୟର କରାଯାଇଥିବା ମାମଲାଟି ହେଲା ବର୍ଷାଙ୍କ ଅନୁସାରେ ଅନୁଭବଙ୍କ ପକ୍ଷରୁ ଛାଡପତ୍ର ପାଇଁ ଆବେଦନ କରାଯାଇଥିବା ମିଥ୍ୟା ବୋଲି ବର୍ଷା ଅଭିଯୋଗ କରିଥିଲେ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଛି । ଏହା ସହ ଏହି ମାମଲାର ଶୁଣାଣି କାରିବା ପାଇଁ ସେପ୍ଟେମ୍ବର ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି ।

କହିଦେଉଛୁ କି ଅନୁଭବ ନିଜ ମାମଲାରେ କହିଥିଲେ କି ତାଙ୍କ ବିବାହ ଦିଲ୍ଲୀରେ ହୋଇଛି ବୋଲି ପିଟିସନ ଦାଖଲ କରିଥିଲେ । କିନ୍ତୁ ପରେ ଏହା ଟାଇପ ସମୟରେ ତ୍ରୁଟି ଥିଲା ବୋଲି ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ର କହିଛନ୍ତି । କହିବାକୁ ଗଲେ ଦିନକୁ ଦିନ ଏହି କେସ ଆହୁରି ଜଟିଳ ହୋଇ ଯାଉଛି । ବର୍ଷାଙ୍କ ଓକିଲ ଓ ଅନୁଭବଙ୍କ ଓକିଲ କିଛି କିଛି ଦିନ ମଧ୍ୟରେ ନୂଆ ନୂଆ ପିଟିସନ ଦାଖଲ କରୁଛନ୍ତି ।

Leave a Reply

Your email address will not be published. Required fields are marked *