ଅନୁଭବ ଓ ବର୍ଷାଙ୍କ ବିବାଦ ନେଲା ନୂଆ ରୂପ 

ଅଲିଉଡ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯାଇ ନିଜ କଳା ଓ ସୁନ୍ଦରତା ଦ୍ଵାରା ଅଭିନେତା ଓ ଅଭିନେତ୍ରୀ ମାନେ ପରିଶ ହୋଇଥାନ୍ତି ଓ ଦର୍ଶକ ମାନଙ୍କ ମନରେ ନିଜର ଗୋଟେ ଚିହ୍ନ କରିଥାନ୍ତି । ଆପଣ ମାନେ ବର୍ଷା ଓ ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ଦୁହେଁ ଭଲ ପାଇ ବିବାହ କରିଥିଲେ । ତେବେ ପ୍ରେମ ଦୁନିଆର ବହୁତ ସୁନ୍ଦର ମନର ଭାବ ଯାହା ଥରେ କାହାକୁ ହେଲେ ତା ଜୀବନ ବଦଳି ଯାଇଥାଏ କିନ୍ତୁ ଯଦି ଭୁଲ ବୁଝା ମଣା ହୋଇଥାଏ ତେବେ ନର୍କ ଠାରୁ ବି ହିଁ ଲାଗିଥାଏ ଜୀବନ ।

ତେବେ କଣ ଆପଣ ଜାଣିଛନ୍ତି ଅନୁଭବ ଓ ବର୍ଷା ଭଲ ପାଇ ବିବାହ କଲେ କିନ୍ତୁ ଦୁହିଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢି ବଢି ଚାଲିଛି ତେବେ ଆସନ୍ତୁ ଜାଣିବା କଣ ହୋଇଛି । ଅନୁଭବ ଅଲିଉଡ ଦୁନିଆରେ ଯେତେବେଳେ ନୂଆ ଆସିଥିଲେ ସେ ବହୁତ ଅଧିକ ଆକର୍ଷକ ନଥିଲେ ଏହା ଛଡା ତାଙ୍କୁ ଭଲ ଫିଲ୍ମ ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା । ଏହା ପରେ ତାଙ୍କ ଜୀବନରେ ବର୍ଷା ଆସିଲେ ବର୍ଷା ଓ ଅନୁଭବଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କଲେ ଦୁହିଙ୍କ ଚଳଚିତ୍ର ସୁପର ଡୁପର ହିଟ ଚାଲୁଥିଲା ଏହା ଛଡା ଅନୁଭବ ବହୁତ ଅନ୍ୟ ଫିଲ୍ମ ମଧ୍ୟ କରୁଥିଲେ ଯାହା ପରେ ତାଙ୍କୁ ନେତା ହବା ପାଇଁ ସୁଯୋଗ ମିଳିଲା ଆଉ ସେ ବର୍ତମାନ ସାଂସଦରେ ଅଛନ୍ତି ।

ତେବେ ଅନୁଭବ ବହୁତ ଭଲ ନେତା ଆଉ ସେ ବର୍ଷାଙ୍କ ସହ ସେତେବେଳେ ବିବାହ କରିଥିଲେ ଯେତେବେଳେ ସେ କେବଳ ଅଭିନେତା ଥିଲେ ଆଉ ତାଙ୍କ ସହ ବିବାହ କରିବା ପରେ ସେ ନେତା ହେଲେ କିଛି ବର୍ଷ ସବୁ ଭଲ ଥିଲା କିନ୍ତୁ କିଛି ବର୍ଷ ପରେ ଦୁହିଙ୍କ ସମ୍ପର୍କ ଖରାପ ହବାକୁ ଲାଗିଲା । ବର୍ତମାନ ସ୍ଥିତି ଏହା ହୋଇଯାଇଛି ଯେ ଦୁହିଙ୍କ କେସ କଟକ ଫ୍ୟାମିଲି କୋର୍ଟରେ ଚାଲିଛି ଆଉ ଦୁହିଙ୍କ ମଧ୍ୟରେ ବିବାଦ ଧାରା ବହି ଚାଲିଛି ।

ଖବର ଅନୁଯାଇ କେସ ଦିଲି ପଟିଆଲା କୋର୍ଟରେ ଚାଲୁଥିଲା କିନ୍ତୁ ଗତ କିଛି ସମୟରେ ବର୍ଷାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପାଇଁ ଅସୁବିଧା ବଢି ଯାଇଥିଲା କାହିଁକିନା ତାଙ୍କ ମାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ଆଉ ଦୁଇ ଭଉଣୀ ବିବାହିତା ଅଛନ୍ତି ସେଥିପାଇଁ ବର୍ଷା ନିଜ ମାଙ୍କୁ ଏକୁଟିଆ ଛାଡି ଦିଲି କୋର୍ଟରେ ଯାଇ ପାରୁ ନଥିଲେ ଯାହା ପାଇଁ ଦିଲି କୋର୍ଟରୁ ଏହି କେସକୁ କଟକ ଫ୍ୟାମିଲି କୋର୍ଟରେ ଟ୍ରାନ୍ସଫର କରା ଯାଇଛି । ଦୁହିଙ୍କ ମଝିରେ ବାଦ ବିବାଦ ବଢି ବଢି ଯାଉଛି ତେବେ ବର୍ତମାନ କିଛି ନିଷ୍ପତ୍ତି କରା ଯାଇ ନାହିଁ ଦେଖିବା ଆଗକୁ କଣ ହାଉଛି ଦୁହେଁ ଏକାଠି ରହୁଛନ୍ତି କି ଛାଡପତ୍ର ହେଉଛି ।

Leave a Reply

Your email address will not be published. Required fields are marked *