ସାଂସଦ ଓ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିଛି ବର୍ଷ ହେବ ପାରିବାରିକ କଳହ କାରଣରୁ ଚର୍ଚାରେ ଅଛନ୍ତି । ବର୍ଷା ଓ ଅନୁଭବଙ୍କୁ ନେଇ ମଝିରେ ମଝିରେ ନୂଆ ନୂଆ ଅପଡେଟ ବି ଆସିଥାଏ । କହିଦେଉଛୁ କି ବର୍ତ୍ତମାନ ବର୍ଷା ଓ ଅନୁଭବଙ୍କ କେସ କୋର୍ଟରେ ଚାଲିଛି । ଅନୁଭବ ବର୍ଷାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ।
କିନ୍ତୁ ଏହି ସବୁ ମଧ୍ୟରେ ଅନୁଭବ ଓ ବର୍ଷାଙ୍କ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ କଥା କଟାକଟି ହେଉଛି । ଏହି ବିବାଦ ଦର୍ଶାଉଛି କି ଦୁଇ ଜଣଙ୍କ ମଧ୍ୟରେ ପରସ୍ପର ପ୍ରତି କେତେ ରାଗ ଓ ଘୃଣା ଭାବ ଅଛି ।
କହିବାକୁ ଗଲେ ସଂସାଦ ଓ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିଜର ଫେସବୁକ ପେଜରେ ଏକ ସିସିଟିଭି ଫୁଟେଜ ପୋସ୍ଟ କରିଛନ୍ତି । ଯେଉଁଥିରେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବିବାଦ ହେଉଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କହିଦେଉଛୁ କି ଏହା ଏକ ସିସିଟିଭି ଫୁଟେଜ ।
ଯେଉଁଥିରେ ଆପଣ ଦେଖି ପାରିବେ କି ବର୍ଷା ଓ ତାଙ୍କ ସହ ଜଣେ ମହିଳା କନେଷ୍ଟବଳ ବାହାରେ ଛିଡା ହୋଇଛନ୍ତି । ଅନୁଭବ ଗେଟ ବାହାରକୁ ଆସି ସେମାନଙ୍କୁ ଡାକୁଛନ୍ତି । ଅନୁଭବ ଓ ବର୍ଷାନାକ ମଧ୍ୟରେ କଥା କଟା କାଟି ଆରମ୍ଭ ହୋଇ ଯାଉଛି । ଯେଉଁଥିରେ ଅନୁଭବ କହୁଛନ୍ତି କି ମୋର କାହାକୁ ଅପମାନ କରିବାର ଉଦ୍ଦେଶ୍ୟ ନ ଥିଲା ।
କହିବାକୁ ଗଲେ ଗେଟରେ ତାଲାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହେଉଛି ବୋଲି ଦେଖା ଯାଉଛି । କିନ୍ତୁ ସ୍ପଷ୍ଟ ଜଣ ପଡୁ ନାହିଁ କି ଦୁଇ ଜଣ କେଉଁ କାରଣରୁ ଝଗଡା କରୁଛନ୍ତି । କିନ୍ତୁ ଶେଷରେ ବିବାଦ ସମାପ୍ତ ହେବା ପରେ ବର୍ଷା ଘର ଭିତରକୁ ଯାଉଛନ୍ତି ।
କହିଦେଉଛୁ କି ଅନୁଭବ ଓ ବର୍ଷାଙ୍କ କୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ବି କୋର୍ଟରେ ଛାଇଛି । ପ୍ରଥମେ ଯେଉଁଠି ବର୍ଷା ଅନୁଭବଙ୍କ ଘରେ ରହୁଥିଲେ କିନ୍ତୁ ବର୍ତ୍ତମାନ ବର୍ଷା ଅଲଗା ରହୁଛନ୍ତି । କିନ୍ତୁ କୋର୍ଟ ଏହି ଦୁଇ ଜଣଙ୍କ କେସରେ କଣ ନିଷ୍ପତି ନେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ ଏହି ଭିଡିଓ ଦେଖି ଲାଗୁଛି କି ଦୁଇ ଜଣ ପରସ୍ପରର ମୁହଁ ବି ଦେଖିବାକୁ ଚାହୁଁ ନାହାନ୍ତି ।