PM KISAN Yojana: ଏହି ସବୁ ଥିଲେ ଆପଣଙ୍କୁ ବର୍ଷକୁ ମିଳିବ 12,000ଟଙ୍କା, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଭାରତର ସବୁ ଚାଷୀ ମାନକ ପାଇଁ ଆସିଲା ବଡ ଖୁସି ଖବର । ଯଦି ଆପଣ PM KISAN ଯୋଜନାରେ ଏହି ସବୁ ଡକୁମେଣ୍ଟ ଦାଖଲ କରି ନାହାନ୍ତି ତେବେ ତୁରନ୍ତ କରନ୍ତୁ । ନଚେତ ଆପଣଙ୍କୁ ମିଳିବ ନାହି କିସ୍ତି ଟଙ୍କା । ଏପରି କରିବା ଦ୍ଵାରା ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟରେ ୨୦୦୦ଟଙ୍କା ବଦଳରେ ଜମା ହେବ ୪୦୦୦ ଟଙ୍କା । ତେବେ ଆସନ୍ତୁ ଜାଣିବା ୪୦୦୦ଟଙ୍କା ପାଇବାକୁ ହେଲେ କଣ କରିବାକୁ ହେବ । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ସରକାର ୩ଟି କିସ୍ତିରେ ଜମା କରୁଛନ୍ତି ୬୦୦୦ଟଙ୍କା । ଯାହା ଦେଶର କୃଶକ ମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ କରିବାରେ ସହାୟକ ହେଉଛି ।

ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ଚାଷୀ ମାନଙ୍କ ପାଇଁ ଏହି ଉପଲବ୍ଧ ସୁବିଧାକୁ ଦୁଇ ଗୁଣା କରିବା ପାଇଁ ମୋଦୀ ସରକାର ଚିନ୍ତା କରୁଛନ୍ତି । ଯଦି ଏପରି ହୁଏ ତେବେ ଚାଷୀ ମାନେ ପ୍ରତିବର୍ଷ ୬୦୦୦ ଟଙ୍କା ବଦଳରେ ୧୨,୦୦୦ ଟଙ୍କା ପାଇ ପାରିବେ । ଯେଉଁ ଚାଷୀ ମାନଙ୍କ ନାଁ ରେ ଚାଷ ଜମି ଥିବ ସେମାନେ ଏହି ଯୋଜନାର ଲାଭ ପାଇବେ । ଯେଉଁ ମାନଙ୍କର ପୈତୃକ ଜମିରେ ଭାଗ ଅଛି ସେମାନେ ଏହି ଯୋଜନାର ଲାଭ ପାଇ ପାରିବେ ନାହି । ୨୦୧୯ରେ ଆରମ୍ଭ ହୋଇଥିବା କିଶାନ ସମ୍ମାନ ନିଧି ଯୋଜନାରେ ଏହି ସବୁ ତ୍ରୁଟି ଦେଖା ଯିବାରୁ ସରାକର ଏହାର ସଂଶୋଧନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ପିଏମ କିଶାନ ଯୋଜନାରେ ଉନ୍ନତି ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଥିପାଇଁ ଚାଷୀ ମାନେ ନିଜ ଜମିର ପ୍ଲଟ ନମ୍ବର ଆବେଦନ ଫର୍ମରେ ଉଲେଖ କରିବାକୁ ହେବ । ଏହା ସହ ନୂଆ ନିୟମର ପ୍ରଭାବ ପୁରୁଣା ହିତାଧିକାରୀଙ୍କ ଉପରେ ପଡିପାରେ । ଏହି ଯୋଜନାରେ ସେହି ଚାଷୀ ମାନେ ଉପକୃତ ହୋଇଥାନ୍ତି ଯେଉଁ ମାନଙ୍କ ପାଖରେ ୨ହେକ୍ଟର ବା ୫ହେକ୍ଟର ଚାଷ ଜମି ରହିଥାଏ । ଏବେ ସରକାର ହୋଲଡିଙ୍ଗ ସୀମାକୁ ରଦ୍ଦ କରିଦେବା ଫଳରେ ଆୟକର ଋଟର୍ନ ଫାଇଲ କରିବାକୁ ଲୋକଙ୍କୁ ଯୋଜନାରୁ ବାଦ ଦିଆ ଯାଇଛି ।

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ମୁତାବକ ପ୍ରତି ବର୍ଷ ଏପ୍ରିଲ ୧ରୁ ଜୁଲାଇ ୩୧ ମଧ୍ୟରେ ଦିତୀୟ କିସ୍ତି ଅଗଷ୍ଟ ୧ରୁ ନଭମ୍ବର ୩୦ ମଧ୍ୟରେ ତୃରୀୟ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ । ଏହି କିସ୍ତି ଟଙ୍କା ସିଧାସଳଖ ଭାବେ ଚାଷୀଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଯାଇଥାଏ । ଅନେକ ସମୟରେ ଟଙ୍କା ଆକାଉଣ୍ଟକୁ ଆସେ ନାହି । ଆଧାର କାର୍ଡ ଓ ବ୍ଯାଙ୍କ ଆକାଉଣ୍ଟରେ ଥିବା ନମ୍ବରରେ ଥିବା ତ୍ରୁଟି ଏହାର ମୁଖ୍ୟ କାରଣ ହୋଇଥାଏ । ଯାହା ଦ୍ଵାରା ବ୍ଯାଙ୍କ ଆକାଉଣ୍ଟରେ ଟଙ୍କା ଆସିପାରେ ନାହି । ଯଦି ଆପଣ ମାନଙ୍କର ଏହି ଯୋଜନା ରହିଛି ତେବେ ତୁରନ୍ତ ଏହି ସବୁ କାମ କରନ୍ତୁ । ନଚେତ ଆପଣ ସରକାରଙ୍କର ଏହି ଲାଭର ଫାଇଦା ପାଇ ପାରିବେ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *