ଆପଣଙ୍କ ଗାଡିରେ କଟିଛି କି ଚାଲାଣ? କେମିତି ଜାଣିବେ?

ବନ୍ଧୁଗଣ ସାବଧାନ ହୋଇ ଯାଆନ୍ତୁ । କାରଣ ଯଦି ଆପଣଙ୍କର ଗାଡି ଚାଲାଣ କଟିଛି ତେବେ ତୁରନ୍ତ ଇ-ଚାଲାଣ ଯାଞ୍ଚ କରି ନିଅନ୍ତୁ । ନଚେତ ଚାଲାଣ ଭରିବାକୁ ଆପଣଙ୍କୁ କୋର୍ଟ ଯିବାକୁ ପଡିବ । ତେଣୁ ସମୟ ଥାଉ ଥାଉ ଚାଲାଣ ଯାଞ୍ଚ କରି ଦେଲେ ଆପଣଙ୍କୁ ଏଭଳି ଅସୁବିଧାର ସାମନା କରିବାକୁ ପଡିବ ନାହି । ଜାଣତରେ ହେଉ ବା ଅଜାଣତରେ ଅନେକ ଲୋକ ଟ୍ରାଫିକ ନିୟମ ଉଲଙ୍ଘନ କରିଥାନ୍ତି । ହେଲମେଟ ନ ପିନ୍ଧି ଗାଡି ଚଳାଇବା, ଭୁଲ ରୁଟ ରେ ଯିବା ଭଳି ଅନେକ ନିୟମ ଭାନ କରିଥାନ୍ତି । ଏହି ସବୁ ଭୁଲ କରି ଚାଲାକିର ସହ ଖସି ମଧ୍ୟ ଯାଇଥାନ୍ତି ।

କିନ୍ତୁ ଏ ସବୁ ଉଲଙ୍ଘନକାରୀ ଙ୍କୁ ଜଗି ରହିଛି ସିସିଟିଭି କ୍ୟାମେରା ବା ଟ୍ରାଫିକ ପୋଲିସଙ୍କ ମୋବାଇଲ ମ୍ୟାମେରା । ନିୟମ ଭଙ୍ଗ କରୁଥିବା ଗାଡି ଚାଳକଙ୍କା ଗାଡିର ଫୋଟୋ ଉଠାଇ ଚାଲାଣ କାଟି ଦିଆଯାଏ । ଏବେ କଣ ଆପଣ ଅଜାଣତରେ ଟ୍ରାଫିକ ନିୟମର ଉଲଂଘନ କରିଛନ୍ତି କି । ଯଦି କରିଛନ୍ତି ତେବେ କେମିତି ଜାଣିବେ ଆପଣଙ୍କର ଚାଲାଣ କଟିଛି କି ନାହି ।

ବର୍ତ୍ତମାନ ଦେଶରେ ଡିଜିଟାଲ ବ୍ୟବସ୍ଥା ହୋଇ ଗଲାଣି ଯାହା ଫଳରେ ଚାଲାଣ ବଦଳରେ ଇ-ଚାଲାଣ ବ୍ୟବହାର ହେଉଛି । ରାସ୍ତାରେ ଯିବା ସମୟରେ ଯଦି ଆପଣ ନିୟମର ଉଲଂଘନ କରୁଛନ୍ତି ତେବେ ଆପଣଙ୍କ ମୋବାଇଲ୍କୁ ମ୍ଯାସେଜ ଆସିଯିବ । ଅନେକ ସମୟରେ ଏମିତି ହୋଇଥାଏ ମ୍ଯାସେଜ ଆସି ନ ଥାଏ । ଆଉ ଏହା ମଧ୍ୟରେ ଚାଲାଣର ଅବଧି ସରିଯାଏ । ଆଉ ଆପଣଙ୍କୁ କୋର୍ଟ ଦୌଡିବାକୁ ପଡିଥାଏ ।

ଏଣୁ ଏଭଳି କ୍ଷେତ୍ର ରେ ଆପଣ ଅନ ଲାଇନରେ ଆପଣଙ୍କର ଡିଟେଲ୍ସ ଚେକ କରି ଜଣାଇ ପାରିବେ ଆପଣଙ୍କର ଚାଲାଣ କଟିଛି କି ନାହି । ଇ-ଚାଲାଣ ଯାଞ୍ଚ କରିବା ପାଇଁ ଆପଣଙ୍କୁ ପ୍ରଥମେ ୱେବ ସାଇଟକୁ ଯିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଗୁଗୁଲରେ echallan.parivahan.gov.in ସରଚ୍ଚା କରିବାକୁ ପଡିବ । ଏଠାରେ ଆପଣଙ୍କୁ ଚାଲାଣ ଡିଟେଲ୍ସ ନାମରେ ନମ୍ବର ଦେଖାଯିବ ।

ୟୁଜର୍ସ ଚାଲାଣ ନମ୍ବର, ଗାଡି ନମ୍ବର, ଚେଚେସୀ ନମ୍ବର ବା ଇଞ୍ଜିନ ନମ୍ବରର ସେସ ୫ ନମ୍ବର ଦେବେ । ଏହା ପରେ ତଳେ ଦିଆ ଯାଇଥିବା କ୍ୟାପଚା କୁ ଲେଖି କେଟ ଡିଟେଲ୍ସ ଉପରେ କ୍ଲିକ କରିବାକୁ ପଡିବ । ଏହା ପରେ ଆପଣ ଆପଣଙ୍କର ଚାଲାଣ ଡିଟେଲ୍ସ ପାଇ ପାରିବେ । ଏଥରେ ଚାଲାଣ ଭରିବାର ଅପସନ ମଧ୍ୟ ଦିଆଯିବ ।

ଏଭଳି ଭାବେ ଆପଣ ନିଜର ଇ-ଚାଳନର ଡିଟେଲ୍ସ ଜଣାଇ ପାରିବେ । କେଉଁଠି ନିୟମ ଉଲଂଘନ ହୋଇଛି, କେତେ ଟଙ୍କାର ଚାଳନ କଟିଛି ସେ ବାବଦରେ ମଧ୍ୟ ସୂଚନା ଦିଆ ଯାଇଥାଏ । ଏହି ଅଧାରେ ଆପଣ ଚାଳନ ଭାରି ଦେଲେ ଅସୁବିଧାର ସାମନା କରିବାକୁ ପଡିବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *