ହାଇ ସିକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ ଆସିଲା ନୂଆ ନିୟମ! ଆପଣଙ୍କ ଗାଡି ନମ୍ବର ୧, ୨ କିମ୍ବା ୩, ୪ ରେ ଶେଷ ହେଉଛି କି ? ତେବେ ଏହି ଖବର ଆପଣଙ୍କ ପାଇଁ… ତୁରନ୍ତ ଦେଖନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କ ଗାଡି ନମ୍ବର ୧,୨ କିମ୍ବା ୩, ୪ ରେ ଶେଷ ହେଉଛି ତେବେ ବ୍ୟସ୍ତ ହୁଅନ୍ତୁ ନାହି । ଯଦି ଆପଣ ସ୍ଲଟ ବୁକ କରିଥିବେ ତେବେ ଫାଇନ ଆଦାୟ କରିପାରିବେ ନାହି ଟ୍ରାଫିକ ପୋଲିସ । ନୂଆ ନମ୍ବର ପ୍ଳେଟକୁ ନେଇ ଏବେ ସମସ୍ତଙ୍କ ମନରେ ଆଶଙ୍କା ପସିଛି । ଅନ ଲାଇନରେ ଠିକ ତାରିଖରେ ଠିକ ସ୍ଲଟ ମିଳୁ ନାହି ଆଉ ଏପଟେ ଫାଇନ ଆଦାୟ ହେବ ବୋଲି ରାଜ୍ୟ ସରକାର କହି ସାରିଲେଣି । ଆଉ ଏହାରି ମଧ୍ୟରେ ଗାଡି ଚାଳକଙ୍କ ପାଇଁ ଆସିଛି ଖୁସି ଖବର ।

ଯଦି ଆପଣ ଡେଡ ଲାଇନ ଭିତରେ ନୂଆ ନମ୍ବର ପ୍ଳେଟ ଲଗାଇ ନାହାଁନ୍ତି ଓ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ପାଇଁ ସ୍ଲଟ ବୁକ କରିଛନ୍ତି ତେବେ ଆପଣଙ୍କ ଠାରୁ କୋଣସି ପ୍ରକାରର ଫାଇନ ଆଦାୟ କରାଯିବ ନାହି । ପରିବହନ ବିଭାଗ ୨୬ରେ ଏହି ଚିଠି ଜାରି କରିଛି ଯେଉଁଥିରେ ଲେଖା ହୋଇଛି ଯଦି ଧାର୍ଯ୍ୟ ତାରିଖ ଭିତରେ ଗାଡି ଚାଳକ ସ୍ଲଟ ବୁକ କରିଥିବେ ତେବେ ତାଙ୍କ ଠାରୁ ଫାଇନ ଆଦାୟ କରାଯିବ ନାହି ।

ଯେଉଁ ଗାଡିର ନମ୍ବର ୧,୨,୩,୪ ରେ ଶେଷ ହେଉଛି ସେହି ଗାଡିରେ ନୂଆ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବାର ଶେଷ ତାରିଖ ହେଉଛି ସେରପ୍ଟେମ୍ବର ୩୦ । ହେଲେ ଆପଣ ଯଦି ଏହି ତାରିଖ ଭିତରେ କେବଳ ସ୍ଲଟ ବୁକ କରି ଦେଇଛନ୍ତି ଆଉ ନମ୍ବର ପ୍ଳେଟ ଲଗାଇ ନାହାନ୍ତି ତେବେ ଆପଣଙ୍କ ଠାରୁ ଫାଇନ ଆଦାୟ କରାଯିବ ନାହି । ଟ୍ରାଫିକ ଚେକିଙ୍ଗ ବେଳେ ଆପଣ ସ୍ଲଟ ବୁକ ହୋଇଥିବା ରସିଦ ଦେଖାଇ ଫାଇନ ଦେବାରୁ ମୁକ୍ତି ପାଇପାରିବେ ।

ସେହି ପରି ଯେଉଁ ଗାଡି ନମ୍ବର ୫ ଓ ୬ ରେ ଶେଷ ହେଉଛି ସେହି ଗାଡିରେ ନୂଆ ନମ୍ବର ପ୍ଳେଟ ଲଗାଇବାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ । ସେହିପରି ନଭେମ୍ବର ୩୦ ସୁଧା ଯେଉଁ ଗାଡିର ନମ୍ବର ପ୍ଳେଟ ୭ ଓ ୮ ରେ ଶେଷ ହେଉଥିବ ସେମାନେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲାଗଇବେ । ଆଉ ଡିସେମ୍ବର ୩୧ ସୁଧା ୯ ଓ ୧୦ ରେ ଶେଷ ହେଉଥିବା ଗାଡି ନମ୍ବର ନିଜ ଗାଡିରେ ନୂଆ ନମ୍ବର ପ୍ଳେଟ ଲଗାଇବେ ।

ନୂଆ ନମ୍ବର ପ୍ଳେଟ ଏବେ ଅନ ଲାଇନ ରେ ଚାଲିଛି ସ୍ଲଟ ବୁକିଙ୍ଗ କିନ୍ତୁ ବହୁତ ଲୋକ ସ୍ଲଟ ବୁକ କରୁ ଥିବାରୁ ଲୋକ ମାନେ ଠିକ ଟାଇମରେ ବୁକିଙ୍ଗ କରିପାରୁ ନାହାନ୍ତି । ତେଣୁ ପରିବହନ ବିଭାଗ ଏହି ନିୟମରେ ସାମାନ୍ଯ ପରିବର୍ତ୍ତନ କରିଛି । ଆପଣ ଯଦି ଧାର୍ଯ୍ୟ ତାରିଖ ଭିତରେ କେବଳ ସ୍ଲଟ ବୁକ କରି ଦେଇଛନ୍ତି ଆଉ ନୂଆ ନମ୍ବର ପ୍ଳେଟ ପାଇଁ ତାରିଖ ମିଳି ସାରିଛି ତେବ ଆପଣଙ୍କୁ ଫାଇନ ଦେବାକୁ ପଡିବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *