ଏପ୍ରିଲ 1 ରୁ UPI ପେମେଣ୍ଟରେ ହେବ ସବୁ ପରିବର୍ତ୍ତନ, UPI ପେମେଣ୍ଟ ପାଇଁ ଏବେ ଗଣିବାକୁ ପଡିବ ଏକ୍ସଟ୍ରା ଚାର୍ଜ

ନମସ୍କାର ବନ୍ଧୁଗଣ । ଆପଣ ଯଦି ଅନଲାଇନ ରେ ଟଙ୍କା ଲେନଦେନ କରୁଛନ୍ତି ଫୋନପେ, ଗୁଗୁଲ ପେ ଓ ପେଟିଏମ ଭଳି ଆପ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଜରୁରୀ ଖବର । ଆସନ୍ତା ଏପ୍ରିଲ 1 ତାରିଖ ରୁ ମହଙ୍ଗା ହେବାକୁ ଯାଉଛି ୟୁପିଆଇ ପେମେଣ୍ଟ । ଏଣିକି ଆଉ ମାଗଣା ନୁହେଁ ବରଂ ୟୁପିଆଇ ଏମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ୟୁପିଆଇ ପେମେଣ୍ଟ କୁ ନେଇ ଏକ ସରକୁଲାର ଜାରି କରିଛି । ଏଥିରେ ଏପ୍ରିଲ 1 ତାରିଖ ରୁ ୟୁପିଆଇ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ କରିବାକୁ ସୁପାରିସ କରା ଯାଇଛି । ଏବେ ଏହି PPI ଚାର୍ଜ ହେଉଛି ଏକ ପ୍ରକାରର ଏକ୍ସଟ୍ରା ଚାର୍ଜ । ଯାହା ଏବେ ୟୁଜର୍ସ ମାନଙ୍କୁ ୟୁପିଆଇ ପେମେଣ୍ଟ ବେଳେ ଦେବାକୁ ପଡିବ ।

ଲାଗୁ କରା ଯାଇଥିବା ନୂଆ ସରକୁଲାର ମୁତବାକ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ୟୁପିଆଇ ପେମେଣ୍ଟ ଉପରେ 0.5% ରୁ 1.1% bpi ଚାର୍ଜ ଲାଗୁ କରିବାକୁ ଯୋଜନା କରୁଛି । କେବଳ 2000 ଟଙ୍କା ରୁ ଅଧିକ ପେମେଣ୍ଟ ଉପରେ ଏହି PPI ଚାର୍ଜ ଲାଗୁ ହେବ । ତେଣୁ ସରଳ ଭାଷାରେ କହିବାକୁ ଗଲେ ଆପଣ ଯଦି ଏପ୍ରିଲ 1 ରେ 2000 ଟଙ୍କା ରୁ ଅଧିକ ଟଙ୍କାର ୟୁପିଆଇ ପେମେଣ୍ଟ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ 1.1% ଅଧିକ ଟଣକ ଦେବାକୁ ପଡିପାରେ ।

ବର୍ତ୍ତମାନ ସମୟରେ ହେଉଥିବା ୟୁପିଆଇ ପେମେଣ୍ଟ ର ଅଧିକାଂଶ ଲେନଦେନ 2000 ଟଙ୍କା ରୁ ଅଧିକ ରହୁଛି । ପାଖା ପାଖି 70% ଟ୍ରାଞ୍ଜାକସନ 2000 ଟଙ୍କା ରୁ ଅଧିକ ଥିବାରୁ ଏହା ଉପରେ PPI ଚାର୍ଜ ଲଗାଇବାକୁ ଯୋଜନା କରୁଛି NPCI । ଫୋନ ପେ, ଗୁଗୁଲ ପେ, ଏ ଟିଏମ ଭଳି ଆପ ରେ ବର୍ତ୍ତମାନ ୟୁପିଆଇ ପେମେଣ୍ଟ କରିଲେ କୌଣସି ପ୍ରକାରର ଏକ୍ସଟ୍ରା ଚାର୍ଜ ଦେବାକୁ ପଡୁ ନାହି ।

ହେଲେ ଗତ କିଛି ବର୍ଷ ଧରି ଏହି କମ୍ପାନୀ ମାନେ ଅଧିକ ଟଙ୍କା ର ଟ୍ରାଞ୍ଜାକସନ ଉପରେ PPI ଚାର୍ଜ ଲଗାଇବାକୁ ଦାବି କରି ଆସୁଥିଲେ । PPI ଚାର୍ଜ ନ ଲାଗିଲେ କମ୍ପାନୀ ମାନଙ୍କର ରାଜସ୍ଵ ହାନି ହେଉଥିବା ସେମାନେ ଅଭିଯୋଗ କରିଥିଲେ । ଏଣୁ ଏପ୍ରିଲ 1 ରୁ ୟୁପିଆଇ ପେମେଣ୍ଟ ଉପରେ PPI ହାର୍ଜ ଲାଗିବା ଖବର କମ୍ପାନୀ ମାନଙ୍କ ପାଇଁ ଏକ ପ୍ରକାରର ଆଶ୍ଵସ୍ତି ଆଣିଛି । ଅନ୍ୟ ପଟେ ଯୁଜର୍ଷ ମାନେ ଏହି ନିୟମ ଦ୍ଵାରା ୟୁପିଆଇ ପେମେଣ୍ଟ ଉପରେ ଅଧିକ ଟଙ୍କା ଗଣି ପାରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ୟୁପିଆଇ ପେମେଣ୍ଟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *