Arindam Dasଙ୍କ ଘର, ପରିବାର ଓ ସମ୍ପତ୍ତି, ଦେଖନ୍ତୁ ସମ୍ପୁର୍ଣ୍ଣ Biography

ଶୁକ୍ରବାର ଦିନ ମୁଣ୍ଡୁଳି ବ୍ରିଜରେ ଯେଉଁ ଘଟଣା ଘଟିଥିଲା ସେହି ଘଟଣା ବିଷୟରେ ଆପଣ ସମସ୍ତେ ଅବଗତ ଅଛନ୍ତି । ଅରବିନ୍ଦ ଦାସ ଓଟିଭିରର ସବୁଠୁ ଲୋକପ୍ରିୟ ଓ ମୁଖ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ଜଣେ ଥିଲେ । କିନ୍ତୁ ବର୍ତ୍ତମାନ ସେ ଆଉ ଏହି ଦୁନିଆରେ ନାହାନ୍ତି । ଭଗବାନଙ୍କ ନିକଟରେ ଆମେ ତାଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ । ଆଜି ଆମେ ଆପଣଙ୍କୁ ତାଙ୍କର ପରିବାର ଓ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବୁ । ଯାହା ବିଷୟରେ ଆପଣ ସମସ୍ତେ ଅଜଣା ଅଛନ୍ତି ।

ଓଟିଭିର ମୁଖ୍ୟ ସାମ୍ବାଦିକ ଅରବିନ୍ଦ ଦାସଙ୍କ ମୃ-ତ୍ୟୁ ଘଟଣା ପ୍ରାୟତଃ ଲୋକମାନେ ଟିଭିରେ ଦେଖିଛନ୍ତି ଓ ଏହି ଦୃଶ୍ୟ ବହୁତ ହିଁ ଭ-ୟ-ଙ୍କ-ର ଥିଲା । ମୁଣ୍ଡୁଳି ବ୍ରିଜ ନିକଟରେ ବନ୍ୟା ପାଣିରେ ଫସି ଯାଇ ଥିବା ହାତୀକୁ ଉଦ୍ଧାର କରିବା ପାଇଁ ଏକ ଅପରେସନ ଆରମ୍ଭ ହୋଇଥିଲା ।

ଏହି ଅପରେସନରେ ଅରବିନ୍ଦ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ଲାଇଭ କଭରେଜ ପାଇଁ ODRF ଟିମର ୫ ଜଣ ବ୍ୟକ୍ତିଙ୍କ ସହ ଏକ ବୋର୍ଟରେ ଯାଉ ଥିଲେ । କିନ୍ତୁ ନଦୀରେ ବନ୍ୟା ପାଣିର ଅତ୍ୟଧିକ ଶ୍ରୋତ କାରଣରୁ ବୋର୍ଟଟି ଓଲଟି ଯାଇ ଥିଲା । କିନ୍ତୁ ସଙ୍ଗେ ସଙ୍ଗେ କ୍ୟାମେରା ମ୍ୟାନ ପ୍ରଭାତକୁ ଉଦ୍ଧାର କରା ଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଯେଉଁଠି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । କିନ୍ତୁ ଅରବିନ୍ଦ ଦାସଙ୍କୁ ବଞ୍ଚାଇବାରେ ଅସଫଳ ହେଲେ ସେଠି ଥିବା କର୍ମଚାରିମାନେ ।

ଯେଉଁ କାରଣରୁ ଅରବିନ୍ଦ ଦାସଙ୍କ ମୃ-ତ୍ୟୁ ହୋଇଥିଲା । ଯଦି ଅରବିନ୍ଦ ଦାସଙ୍କ ବିଷୟରେ କହିବା ତେବେ ତାଙ୍କ ଘର ହେଉଛି କେନ୍ଦୁଝର ଜିଲ୍ଲାରେ । ତାଙ୍କ ପିତା ଜଣେ ସ୍ଟେଟ ବ୍ୟାଙ୍କ କର୍ମଚାରୀ ଥିଲେ । କିନ୍ତୁ ବଡ ସଂଯୋଗର କଥା ଏହା ଅଟେ କି କିଛି ବର୍ଷ ତଳେ ମୁଣ୍ଡୁଳି ବ୍ରିଜରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପିତାଙ୍କ ମୃ-ତ୍ୟୁ ହୋଇଛି । କହିଦେଉଛୁ କି ଅରବିନ୍ଦ ଦାସ ୧୯୮୨ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ସେ ଶିଶୁ ଦିବସ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ମଧ୍ୟ ଅଛି । ଅରବିନ୍ଦଙ୍କ ବିୟୋଗରେ ଓଟିଭିର ଏମଡ଼ି ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରିଛନ୍ତି । କହିଦେଉଛୁ କି ଅରବିନ୍ଦ ଦାସ ଓଡିଶାରେ ସମସ୍ତ ସାମ୍ବାଦିକମାନଙ୍କ ମଧ୍ୟରେ ବହୁତ ପପୁଲାର ଥିଲେ ଓ ତାଙ୍କୁ ଓଡିଶାର ପ୍ରାୟତଃ ସବୁ ସାମ୍ବାଦିକ ଚିହ୍ନିଥିଲେ । ଓଡିଶାର କେତେକ ଗଣମାନ୍ୟ ବ୍ୟକ୍ତି ବି ତାଙ୍କୁ ଚିହ୍ନି ଥିଲେ ।

Leave a Reply

Your email address will not be published. Required fields are marked *