ପୁଅ Aryan ଙ୍କୁ କେତେ ଟଙ୍କା ପକେଟ ମନି ଦେଉଥିଲେ Shahrukh Khan ? ଜାଣିଲେ ଆପଣଙ୍କ ହୋସ ଉଡିଯିବ!

ମୁମ୍ବାଇରେ କୃଜ ଡ୍ର-ଗ ପା-ର୍ଟି-ରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ୟନ ଗି-ର-ଫ ହେବା ପରେ ତାଙ୍କ ଲାଇଫ ଷ୍ଟାଇଲକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଆର୍ୟନ କଣ କରନ୍ତି ଓ ବାପା ଶାହରୁଖଙ୍କ ଠାରୁ ମାସକୁ କେତେ ପକେଟ ମନି ନିଅନ୍ତି ଏମିତି ବହୁ କଥା ଉଠୁଛି । ଆପଣ ବି ଭାବୁଥିବେ ଶାହରୁଖଙ୍କ ପୁଅ କୃଜରେ ପାର୍ଟି ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ରିସୋର୍ଟ ଓ ବଡ ବଡ ରେସ୍ତୋରାଁରେ ଖାଇବା, ପାର୍ଟି କରିବା ଆଦି ପାଇଁ ଏତେ ଟଙ୍କା କେଉଁଠୁ ଆଣନ୍ତି ?

ଲକ୍ସରି ଲାଇଫ ଷ୍ଟାଇଲ ଆଜିକାଲି ଯୁବପିଢିଙ୍କ ବଡ ଆଶା । ଯାହା ପାଇଁ ପିତାମାତାଙ୍କ ଅଜାଣତରେ ଏହି ସବୁ ହାସଲ କରିବା ପାଇଁ କିଛି ଯୁବାମାନେ ଅବାଟକୁ ବି ଚାଲି ଯାଆନ୍ତି । କିନ୍ତୁ ଶାହରୁଖଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ । ସେଥିପାଇଁ ଆର୍ୟନ ଯେମିତି ଲାଇଫ ଷ୍ଟାଇଲ ଚାହିଁବେ ସେମିତି ବଞ୍ଚି ପାରିବେ । ୨୦୧୪ ମସିହାର ମି-ଡି-ଆ ରି-ପୋ-ର୍ଟ ଅନୁଯାୟୀ ଶାହରୁଖ ଖାନ ବିଶ୍ଵର ଦ୍ଵିତୀୟ ଧନୀ ଅଭିନେତା ଥିଲେ । ଏହି ଲିଷ୍ଟରେ ସେ ହଲିଉଡର ବଡ ବଡ ଅଭିନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ ।

ଏପଟେ ଶାହରୁଖଙ୍କ ପାଖରେ ଅପର୍ଯ୍ୟାପ୍ତ ଟଙ୍କା ଆଉ ସେପଟେ ଆର୍ୟନଙ୍କ ବିଳାସପୂର୍ଣ୍ଣ ସଉକ । ଇଣ୍ଡିଆ ଟିଭି ନାମକ ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆର୍ୟନ ଖାନ ମାସିକ ୧୫ ରୁ ୨୦ ଲକ୍ଷ ଖର୍ଚ୍ଚ କରନ୍ତି । N-C-B ରିପୋର୍ଟ ଅନୁସାରେ ଯେଉଁ ସବୁ ଡ୍ର-ଗ ସେ-ବ-ନ ମା-ମ-ଲା ଆର୍ୟନଙ୍କ ଉପରେ ଲାଗିଛି ସେହି ସବୁ ସେବନ ପାଇଁ ସେତିକି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।

Loading...

କିନ୍ତୁ ଏପଟେ ଶାହରୁଖ ଖାନ ପୁଅ ଆର୍ୟନଙ୍କୁ ମାସକୁ ୫ ଲକ୍ଷରୁ ୧୦ ଲକ୍ଷ ପକେଟ ମନି ଦିଅନ୍ତି ବୋଲି ଜଣାପଡିଛି । ଆଉ କେତେକ ରିପୋର୍ଟରେ ଆର୍ୟନ ମାସକୁ ୫୦ ଲକ୍ଷ ମଧ୍ୟ ଖର୍ଚ୍ଚ କରୁଥିବା କୁହାଯାଉଛି । ତେବେ ଆର୍ୟନଙ୍କ ଲାଇଫ ଷ୍ଟାଇଲ ପାଇଁ ୫ ଲକ୍ଷ ଟଙ୍କା ଯଥେଷ୍ଟ ନୁହେଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଆର୍ୟନଙ୍କ ପକେଟ ମନି ଠାରୁ ତାଙ୍କ ମାସିକ ଖର୍ଚ୍ଚ ଅଧିକ ହେଉଛି ତେବେ କଣ ଆର୍ୟନ ଏହିଭଳି ଲାଇଫ ଷ୍ଟାଇଲ ବଞ୍ଚିବା ପାଇଁ ଡ୍ର-ଗ୍ସ କା-ର-ବା-ର-ରେ ସାମିଲ ଥିଲେ କି ?

ତେବେ ଏହିସବୁ ପ୍ରଶ୍ନ ଉଠିବାର କାରଣ ହେଉଛି ଏତେ ସବୁ ଟଙ୍କା ଖର୍ଚ୍ଚ କରିବା ପାଇଁ ଆର୍ୟନଙ୍କ ପାଖେ ସେମିତି କିଛି ଆୟର ଉତ୍ସ ମଧ୍ୟ ମଧ୍ୟ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *