Aryan ଆଜି ପାଇବେ ସେସନ୍ କୋର୍ଟ ବେଲ୍ ନହେଲେ ଜେଲ୍, NCB ହାତରେ ନୂଆ ପ୍ରମାଣ SRKଙ୍କ ଓକିଲ ଅଡୁଆରେ

ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ ମାମଲାରେ ଆର୍ୟନ ଖାନ ଓ ତାଙ୍କର ସାଥିମାନେ ଗିରଫ ହୋଇ କିଛି ଦିନ ଏନସିବି କଷ୍ଟଡିରେ ରହିବା ପରେ ବର୍ତ୍ତମାନ ମୁମ୍ବାଇର ଆର୍ଥର ଜେଲରେ ବିଚାରଧିନ କଏଦୀ ରୂପରେ ଅଛନ୍ତି । ଅନ୍ୟ ପଟେ ଆର୍ୟନ ଖାନଙ୍କ ପିତା ଶାହାରୁଖ ଖାନ ଓ ମା ଗୌରୀ ଖାନ ପୁଅକୁ ବାହାର କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । କହିଦେଉଛୁ କି ସୋମବାର ଦିନ ଶାହାରୁଖ ଖାନଙ୍କ ଓକିଲ ସତୀଶ ମାନଶିଂଦେ ମୁମ୍ବାଇ ସେସନ କୋର୍ଟରେ ଆର୍ୟନ ଖାନଙ୍କ ବେଲ ପାଇଁ ଆବେଦନ କରିବେ ।

ଏହା ସହିତ ଏନସିବି ବି ନିଜର ପକ୍ଷ ରଖିବ । ମୁମ୍ବାଇର ଏସପ୍ଲାନେଡ କୋର୍ଟ ଆଗରୁ ହିଁ କହିଦେଇ ଥିଲେ କି ସେସନ କୋର୍ଟ ହିଁ ଆର୍ୟନ ଖାନର ବେଲକୁ ମଞ୍ଜୁରୀ ଦେଇ ପାରିବ । କହିଦେଉଛୁ କି ଏନସିବି ଶାହାରୁଖ ଖାନଙ୍କ ଡ୍ରାଇଭର ରାଜେସ ମିଶ୍ରକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ।

ରାଜେସ ମିଶ୍ର ନିଜ ବୟାନରେ କହିଲେ କି ମର୍ସିଡିଜ କାରରେ ଆର୍ୟନ ଖାନ ସହ ଅରବାଜ, ପ୍ରତୀକ ଗବା ଓ ଆଉ ଜଣଙ୍କୁ ସେ ଏହି କ୍ରୁଜରେ ଛାଡି ଥିଲେ । ଏମିତିରେ ଗୋଟିଏ କଥା ସ୍ପଷ୍ଟ ହୋଇଗଲା କି ଆର୍ୟନ, ଅରବାଜ, ପ୍ରତୀକ ଗବା ଓ ଅନ୍ୟ ଜଣେ ମିଶି କ୍ରୁଜରେ ଡ୍ରଗ୍ସ ପାର୍ଟି ଆୟୋଜନ କରିଥିଲେ । ଅର୍ଥାତ ଡ୍ରଗ୍ସ ପାର୍ଟି ବିଷୟରେ ସମସ୍ତେ ପୂର୍ବରୁ ଜାଣି ଥିଲେ । ଏହି ସେସନ କୋର୍ଟରେ କଣ ନିଷ୍ପତି ନିଆଯିବ ତାହା ଆଉ କିଛି ସମୟ ପରେ ଜଣା ପଡିଯିବ ।

କିନ୍ତୁ ଏହି ସେସନ କୋର୍ଟରେ ଏନସିବି ଆଉ ଗୋଟିଏ ଦଫା ସେକ୍ଶନ ୨୯ ଲଗାଇବ । ଏହାର ଅର୍ଥ ପୂର୍ବରୁ ଡ୍ରଗ୍ସ ପାର୍ଟିର ଆୟୋଜନ କରିବା । ଆର୍ୟନ, ଅରବାଜ ଓ ମୁନମୁନ ଏହି ପାର୍ଟିର ଆୟୋଜ କରିଥିଲେ । ଏନସିବିର ଜେରା ସମୟରେ ଆର୍ୟନ ଖାନ କହିଥିଲେ କି ସେ ଶୌକ ହିସାବରେ ଡ୍ରଗ୍ସ ସେବନ କରିଥିଲେ । ସେ କହିଲେ କି ତାଙ୍କ ପାଖରେ ଡ୍ରଗ୍ସ ନ ଥିଲା । କିନ୍ତୁ ସେ ଜାଣି ଥିଲେ କି ଡ୍ରଗ୍ସ ପାର୍ଟି ଅଛି ଓ ତାଙ୍କ ପାଇଁ ଅନ୍ୟମାନେ ଡ୍ରଗ୍ସ ରଖି ଥିଲେ ।

ସେ ଦିନ ରାତିରେ ପାର୍ଟିରେ ଡ୍ରଗ୍ସ ସେବନ କରିବେ ବୋଲି ସମସ୍ତେ ଆସିଥିଲେ । ଏହି ସବୁ ବହୁତ ବଡ ପ୍ରମାଣ ଅଟେ ଯାହାକୁ ସେସନ କୋର୍ଟରେ ଏନସିବି ଉପସ୍ଥାପିତ କରିବ । ଦେଖିବାର ଅଛି ସେସନ କୋର୍ଟ ଆର୍ୟନ ଖାନଙ୍କୁ ନେଇ କଣ ନିଷ୍ପତି ନେଉଛନ୍ତି । ଆର୍ୟନ ଖାନ ଓ ସେମାନଙ୍କ ଉପରେ ଯେଉଁ ସବୁ ଦଫା ଲାଗିଛି ଏହି ସବୁ ଦଫାରେ କମ ରୁ କମ ଏମାନଙ୍କୁ ୩ ବର୍ଷ ଜେଲ ହୋଇପାରେ । ନଚେତ ୬ ମାସ ଜେଲ ଓ ଜୋରିମାନା ଦବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *