ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତରେ ମିଶିଯିବ POK ! ଏନେଇ କିଛି ଏମିତି ମନ୍ତବ୍ୟ ଦେଲେ କେନ୍ଦ୍ରମନ୍ତ୍ରୀ Kapil Patil, ଦେଖନ୍ତୁ କଣ କହିଲେ ସେ ?

ନମସ୍କାର ବନ୍ଧୁଗଣ । ଭାରତରେ ମିଶିଯିବ POK । ଆଗାମୀ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ରେ ପିଓକେ ଭାରତର ଏକ ଅଂସ ହୋଇଯିବ । ଏମିତି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କପିଲ ପାଠେକ । ଏହା ସହ ଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେମିତି କାମ କରୁହକନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।

ମହାରାଷ୍ଟ୍ର ଥାନେ ସ୍ଥିତ କଲ୍ୟାକ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି କପିଲ । କେବଳ ଏମିତି ନୁହେଁ ବରଂ ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଆଳୁ, ପିଆଜ ଦାମ କମାଇବା ପାଇଁ ମନ୍ତ୍ରୀ ହୋଇ ନାହାନ୍ତି । ପିଆଜ ଦାମ ବୃଦ୍ଧି ହେଲେ ଲୋକ ମାନେ ଅଭିଯୋଗ କରୁଛନ୍ତି । କିନ୍ତୁ ଲୋକ ମାନେ ମାଂସ ବା ପିଜାକୁ ଅଧିକ ଦାମ ଦେଇ କିଣିବା ପାଇଁ ସଙ୍କୋଚ କରନ୍ତି ନାହି ।

ହେଲେ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଲେ କେହି ସମର୍ଥନ କରନ୍ତି ନାହି । ଏହା ସହ କପିଲ କହିଛନ୍ତି ଯେ ଦେଶର ନାଗରିକ ସଂଶୋଧନ ଅଧିନିୟମ ଜାମୁ କାଶ୍ମୀର ର ଧାରା ୩୭୦ ଓ ୩୫-A ଭଳି ଉଚ୍ଛେଦର ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଆସନ୍ତା ୨୦୨୨୪ରୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ସମ୍ଭବତ ଭାରତର ଅଂସ ହୋଇଯିବ ।

ପାକ ଅଧୀକୃତ କାଶ୍ମୀରକୁ ନେଇ କେନ୍ଦ୍ର ମନ୍ତ୍ରୀ ଦେଇଥିବା ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ୍ତ୍ରୀ ଆହୁରି ମହଦୟା କହିଛନ୍ତି ଯେ ଲୋକ ଏ ମାନେ ୧ କିଲୋ ମାଂସ ଓ ପିଜା ୭୦୦ ଟଙ୍କା ଦର ଦେଇ କିଣୁଛନ୍ତି । କିନ୍ତୁ ୧୦ ଟଙ୍କାରେ ପିଆଜ ଓ ୪୦ ଟଙ୍କାରେ ବିଲାତି କିଣିବା ଲୋକ ମାନଙ୍କୁ ମହଙ୍ଗା ପଡି ଯାଉଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୌଣସି ଜିନିଷର ମୂଲ୍ୟ କଣ ପାଇଁ ବୃଦ୍ଧି ପାଇଛି ତାହାର କାରଣ ନ ଜାଣି ମୋଦୀଙ୍କୁ ଦାୟୀ କରିବା ଉଚିତ ନୁହେଁ । ଏହା ସହ କେନ୍ଦ୍ର ମନ୍ତ୍ରୀ କପିଲ POK ଭାରତରେ ମିଶିବା କଥା ବାରମ୍ବାର ଦୋହରାଇ ଥିଲେ । ତେବେ ତାଙ୍କ କଥା ରୁ ସ୍ପଷ୍ଟ ଜଣା ପଡୁଛି କି ମୋଦୀ ସରକାର ପୀଓକେ କୁ ନେଇ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *