ବନ୍ଧୁଗଣ ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ଡିପ୍ରେସନ । ଆଜି ସୃଷ୍ଟି ହେବ ଡିପ- ଡିପ୍ରେସନ । ଆସନ୍ତା କାଲି ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ଘଣ୍ଟା ପ୍ରତି ୧୮କିମି ବେଗରେ ଆଗକୁ ବଢୁଛି ଅବପାତ । ପୋର୍ଟ ଲେୟାର ଠାରୁ ଉତ୍ତର-ପଶ୍ଚିମ ଦିଗରେ ୪୭୫ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୧୨ ଘଣ୍ଟା ଭିତରେ ସୃଷ୍ଟି ହେବ ଗଭୀର ଅବପାତ । ଏହା ପରେ ଧୀରେ ଧୀରେ ଡି-କଳ୍ଫ କରି ଉତ୍ତର-ପୂର୍ବ ଦିଗରେ ଗତି କରିବ ।
ଅଧିକ ଘନୀଭୂତ ହୋଇ କାଲି ସକାଳେ ବାତ୍ୟାର ରୂପ ନେବ ଡିପ ଡିପ୍ରେସନସ । ଏହା ପରେ ବାଙ୍ଗାଲଦେଶ ଅଭିମୁଖେ ମୁହାଁଇବ ବାତ୍ୟା । ସମୁଦ୍ର ଭିତରେ ସିଭିୟର ସାଇକ୍ଳୋନିକ ଷ୍ଟ୍ରମ ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ସ୍ଥଳ ଭାଗ ଛୁଇଁବା ବାତ୍ୟା ସିତରଙ୍ଗ । ଅଜଯ ଠାରୁ ପ୍ରଭାବ ଦେଖାଇବା ଆରମ୍ଭ କରିବା ସମ୍ଭାବ୍ୟ ବାତ୍ୟା । ଆଜିଠୁ ପ୍ରବଳ ବର୍ଷା ଓ ପବନ ହେବ । ପବନର ବେଗ ୫୫ରୁ ୬୫ କିମି ଓ ଏହା ବଢି ୭୫ କିମି ବଢିପାରେ ।
କାଲି ଘଣ୍ଟାପ୍ରତି ପବନର ବେଗ ୮୦ରୁ ୯୦ କିମି ଓ ଝଟକା ପବନର ବେଗ ୧୦୦କିମି ରହିପାରେ । ୨୫ ତାରିଖ ସକାଳେ ସ୍ଥଳ ଭାଗ ଛୁଇଁବା ବେଳେ ୮୦-୯୦ କିମି ବେଗରେ ପବନ ବୋହିପାରେ । ସ୍ଥଳ ବିଶେଷରେ ପବନର ବେଗ ୧୦୦କିମି ଛୁଇଁପାରେ । ବାତ୍ୟା ପ୍ରଭାବରେ ଆଜିଠୁ ଓଡିଶା ଉପକୁଳରେ ଆରମ୍ଭ ହେବ ବର୍ଷା ପବନ । ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, ପୁରୀ, ଜଗତସିଙ୍ଘପୁର ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଏସବୁ ଜିଲ୍ଲାରୁ ଗୋଟିଏ କି ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବ ।
ଆଜି ଓ କାଲି ବର୍ଷାର ପରିମାଣ ବଢିବ । ଆସନ୍ତା କାଲି ପାଇଁ ୬ ଜିଲ୍ଲା ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡା, ଜଗତସିଙ୍ଘପୁର, କଟକ କୁ ୟେଲୋ ୱାର୍ନିଙ୍ଗ ଦିଆଯାଇଛି । ଓଡିଶା ଉପକୂଳରେ ଆଜିଠୁ ୩୫ରୁ ୪୫ କିମି ଓ ଝଟକା ପବନରେ ବେଗ ୫୫କିମି ରହିପାରେ । କାଲି ପବନର ବେଗ ୪୦ରୁ ୫୦ କିମି ଓ ସ୍ଥଳ ବିଶେଷରେ ଏହା ବଢି ୬୦ କିମି ରହିବାର ସମ୍ଭାବନା ରହିଛି ।
କାଲି ବାଲେଶ୍ଵର ଜିଲ୍ଲା ଉପକୂଳରେ ୪୫ କିମିରେ ବୋହିବ ପବନ ଓ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୫ କିମି ଛୁଇଁପାରେ । ତିନି କୋଣୀ ଦ୍ଵିପ ସାଣ୍ଡୱିପ ମଝିରେ ଲ୍ୟାଣ୍ଡଫଲ କରିବା ବାତ୍ୟା । ବର୍ତ୍ତମାନ ବଙ୍ଗୋପସାଗର ରେ ଅଧିକ ସକ୍ରିୟ ନେଉଛି ବାତ୍ୟା ସିତରଙ୍ଗ । ହୋଇପାରେ ବାତ୍ୟା ର ପ୍ରଭାବ ଓଡିଶାରେ ବିଶେଷ ଭାବେ ପ୍ରଭାବ ପଡିବ ନାହି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାତ୍ୟା ସିତରଙ୍ଗ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।