ଆସନ୍ତା କାଲୀ ରାମ ନବମୀରେ ବନୁଛି ଦୁର୍ଲଭ ସଂଯୋଗ କରନ୍ତୁ ଏହି ୨ ଉପାୟ, ବର୍ଷ ବର୍ଷର ପୁରୁଣା ଇଛା ପୂରଣ ହେବ 

ରାମ ନବମୀ ହିନ୍ଦୁ ମାନଙ୍କର ଗୋଟିଏ ପବିତ୍ର ପର୍ବ ଅଟେ । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ତ୍ରେତୟା ଯୁଗର ଚୈତ୍ର ଶୁକ୍ଲ ପକ୍ଷ ନବମୀ ତିଥିରେ ଜନ୍ମ ଗ୍ରହ କରିଥିଲେ । ପୁରୁଷତମ ରାମଚନ୍ଦ୍ରଙ୍କ ଜନ୍ମ ଦିନ ରାମନବମୀ ସମସ୍ତ ଭାରତ ବର୍ଷରେ ଅତି ଆଦର ଆଉ ଭକ୍ତିର ସହିତ ପାଳନ କରାଯାଏ । ରାମଚନ୍ଦ୍ରଙ୍କ ଜନ୍ମ ତିଥିରେ ବା ରାମନବମୀ ଦିନ ରାମଚନ୍ଦ୍ରଙ୍କର ପୂଜାର୍ଚନା କରାଯାଏ । ମନ୍ଦିର ମାନଙ୍କରେ ବାଲ୍ମୀକ ରାମାୟଣ ପଠିତ ହୁଏ । ଏହି ଦିନ ସାରା ମନ୍ଦିରରେ ସବୁଆଡେ ଦୀପ ଜଳାଜାଇ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଗ୍ରାମ ମାନଙ୍କରେ ପଢାଯାଏ ।


ଭଗବାନ ରାମ ଶ୍ରୀକୃଷ୍ଣଙ୍କର ସପ୍ତମ ଅବତାର ଥିଲେ । ଜିଏକି ଧରିତ୍ରୀ ଉପରେ ଜନ୍ମ ନେଇ ଅନ୍ୟାୟର ବିନାଶ କରି ନ୍ୟାୟ ଓ ଧର୍ମର ସ୍ଥାପନ କରିଥିଲେ । ଶ୍ରୀ ରାମନବମୀ ଦିନ ଅଷ୍ଟମ ପ୍ରହରରେ ଉପବାସ ରଖିବା ବହୁତ ଭଲ ବୋଲି କୁହାଯାଇଥାଏ । ଏହି ଦିନ ସକାଳୁ ଉଠିକି ସ୍ନାନ ସାରି ସୁଧ ବସ୍ତ୍ର ପିନ୍ଧିବା ଉଚିତ । ଏହାପରେ ପୂଜା ସ୍ଥାନକୁ ଟିକେ ଭଲରେ ସଫା କରିଦେବେ ।ସବୁ ପୂଜା ସାମଗ୍ରୀ ଏକାଠି କରି ତାକୁ ଭଲରେ ସଜାଡି ନେବେ । ଗୋଟେ ଖଟୁଲି ନେବେ ସେଥିରେ ନାଲି କିମ୍ବା ହଳଦିଆ ରଙ୍ଗର ଗୋଟେ ବସ୍ତ୍ର ପକାଇ ଦେବେ ।


ତା ଉପରେ ଭଗବାନ ରାମଙ୍କ ମୂର୍ତି ବା ଫୋଟୋକୁ ସ୍ଥାପନ କରିବେ । ସ୍ଥାପନ କରି ସାରିବା ପରେ ଜଳ, ଚନ୍ଦନ , ସିନ୍ଦୁର, ଫୁଲହାର ଅର୍ପଣ କରିବେ । ଏହି ଦିନ ଭଗବାନ ଶ୍ରୀ ରାମଙ୍କର ଝୁଲାରେ ଝୁଲାଇବାର ପ୍ରଥା ମଧ୍ୟ ରହିଛି । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ପରେ ଭଗବାନ ଶ୍ରୀ ରାମଙ୍କର ପୂଜା କରିବା ସମୟରେ ତୁଲସୀ ପତ୍ର ଓ ପଦ୍ମ ଫୁଲ ନେଇ ଭଗବାନଙ୍କ ପାଖରେ ରଖିବେ । ତାପରେ ଶ୍ରୀ ରମାନବମୀର ପୂଜା ବିଧି ଆରମ୍ଭ କରିବେ ।

ଏହା ଭଗବାନ ଶ୍ରୀ ରାମଙ୍କ କ୍ଷୀର, ପଞ୍ଚାମୃତ, ପିଠାପଣା ଓ ଫଳମୂଳ ସହ ଛେନାର ମଧ୍ୟ ଭୋଗ ଲଗାଇବେ । ଧୂପ ଓ ଦୀପ ଜଳାଇ ସମସ୍ତଙ୍କୁ ଆରତୀ କରନ୍ତୁ । ରାମଙ୍କର ଭଜନ ଗାଈ ତାଙ୍କର ଆରତୀ କରନ୍ତୁ । ଏହା ପରେ ରାମାୟଣର ପାଠ କରିବେ । ଆଉ ଗୋଟେ ଅଖଣ୍ଡ ଦୀପ ଜଳାଇବେ ।କାରଣ ସମ୍ପୂର୍ଣ ରାମାୟଣ ପାଠ କରିବା ପର୍ଯ୍ୟନ୍ତ ଯେମିତି ଦୀପଟି ଜଳୁଥିବା ଦରକାର ।

Leave a Reply

Your email address will not be published. Required fields are marked *