ଆସନ୍ତାକାଲି ଠାରୁ ଏହି ୪ଟି ରାଶିର ଆସିଲା ବହୁତ ଖରାପ ସମୟ, ରୁହନ୍ତୁ ସତର୍କ- ନଚେତ…

ବନ୍ଧୁଗଣ ରାଶିଚକ୍ର ରେ ୧୨ଟି ରାଶି ରହିଛି ଓ ୧୨ଟି ରାଶିର ରାଶିଫଳ ଗ୍ରହ ମାନଙ୍କର ପରିଚାଳନା ରୁ ନିର୍ଧାରିତ ହୋଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତି ର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ । ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ ।

ପ୍ରତ୍ୟେକ ଦିନ ଗ୍ରହରେ କିଛି ନା କିଛି ପରିବର୍ତନ ଘଟୁଛି । ସେହିପରି ୪ଟି ରାଶି ଉପରେ ଆଜିଠାରୁ ଗ୍ରହ ମାନଙ୍କର କୁପ୍ରଭାବ ପଡିବାକୁ ଯାଉଛି । ଏହି ୪ଟି ରାଶିର ଲୋକ ମାନଙ୍କୁ ସାବଧାନତା ସହିତ ରହିବାକୁ ପଡିବ ।

ମିଥୁନ ରାଶି:-

ଲୋକପ୍ରିୟତା ହ୍ରାସ ପାଇବ । ନିଜର ଆସ୍ଥା ହରାଇବେ । ଅର୍ଥାଭାବ ଅନୁଭବ କରିପାରନ୍ତି । ଆକସ୍ମିକ କୌଣସି କଳହରେ ପଡ଼ିପାରନ୍ତି । ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣ ର ଯୋଜନା ରେ ପରିବର୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ । ଓ ଖର୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧାରେ ପଡ଼ିପାରନ୍ତି ।

ପ୍ରତିକାର:- ଗାଇକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି:-

ମାନସିକ ଅଶାନ୍ତି ବଢିପାରେ । ଦୂର ବନ୍ଧୁ ଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ଅଯଥା କାମ ରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗା ରୁ ଅପମାନିତ ହୋଇପାରନ୍ତି । ଅବାଞ୍ଛିତ ପରିସ୍ଥିତିରେ ପଡିଯିବେ । ଶାରୀରିକ କଷ୍ଟ ଅନୁଭବ କରିବେ । ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ ।

ପ୍ରତିକାର:- ଗରିବ ଲୋକଙ୍କୁ ଅନ୍ନ ବା କିଛି ସାହାଯ୍ୟ କରନ୍ତୁ ।

ମୀନ ରାଶି:-

ଅର୍ଥାଭାବ ର ଆଭାସ ମିଳିବ । ନିଜର ପରିବେଶ ରେ ପରିବର୍ତନ ହେବ । ମାନସମ୍ମାନରେ ହାନୀ ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଆଳସ୍ୟ ଅନୁଭବ କରିବେ । ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ମାନସିକ ଉଦବେଗ ବଢିଯିବ । କାର୍ଯ୍ୟରେ ଅବନ୍ନତି ଘଟିବ ।

ପ୍ରତିକାର:- ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଲିଶାର ପାଠ କରନ୍ତୁ । ଏବଂ ହନୁମାନ ମନ୍ଦିର ଯାଇ ହନୁମାନଙ୍କ ଚରଣ ରେ ମୁଣ୍ଡିଆ ମାରନ୍ତୁ ।

ବିଛା ରାଶି:-

ଭୟଭୀତ ଭିତରେ ସମୟ ଅତିବାହିତ ହେବ । ବହୁତ ଦିନର ଅନୁସନ୍ଧାନ ରେ ବିଫଳ ହେବେ । ଯାତ୍ରା ରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିପାରେ । ବ୍ୟସ୍ତତା ଭିତରେ ସମୟ କଟିପାରେ । ଗୃହରେ କ୍ଲେଶ ଦେଖା ଯାଇପାରେ । ଅଭାବ ଅନଟନ ରେ ଦିନ କଟିପାରେ । ବିଶ୍ଵାସଘାତକତା ର ଶିକାର ହୋଇପାରନ୍ତି । ନିଜର ଦେହ ଉପରେ କଷ୍ଟ ରହିଛି । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି ।

ପ୍ରତିକାର:- ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରନ୍ତୁ । ବା ବସ୍ତ୍ର ଦାନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *