ଦୀର୍ଘ ୨ ବର୍ଷ ହେଲା ଗାଁ ପୋଖରୀ କୂଳରେ ଖୁଣ୍ଟ ଭଳି ଛିଡା ହୋଇଛନ୍ତି ଉଚ୍ଚ ଶିକ୍ଷିତା ପ୍ରଭାସିନୀ । ନା ଖାଉଛନ୍ତି ନ କାହା ସହ କଥା ହେଉଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଘଟଣା । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୨ ବର୍ଷ ହେଲା ସେ ଏମିତି ଛିଡା ହୋଇଛନ୍ତି ।
ଖରା ହେଉ କି ବର୍ଷା ଦିନ ହେଉ କି ରାତି ପୋଖରୀ କୂଳରେ ମୁହଁ କୁ ଘୋଡାଇ ଏମିତି ଖୁଣ୍ଟ ପରି ଛିଡା ହୋଇ ରହୁଛନ୍ତି । ନା କେଉଁଠି ବସୁଛନ୍ତି ନ କେଉଁଠି ଆଉଜି ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଲକୁଣ୍ଠା ବ୍ଲକ କଇଠ ପଲ୍ଲୀ ଗାଁ ର ଉଚ୍ଚ ଶିକ୍ଷିତା ପ୍ରଭାସିନୀ ନାୟକ । ତାଙ୍କର ଘର ପରିବାର ସବୁ ଅଛି କିନ୍ତୁ ମାନସିକ ବିକାର ଯୋଗୁଁ ସବୁ କିଛି ଛାଡି ଦେଇ ଗାଁ ପୋଖରୀ କୁଳ ରେ ଖୁଣ୍ଟ ପରି ଦୀର୍ଘ ୨ ବର୍ଷ ହେବ ଛିଡା ହୋଇ ରହୁ ଛନ୍ତି ପ୍ରଭାସିନୀ ।
ଜାଣି ଆଶ୍ଚର୍ଯ୍ୟ ହେଲେ ସେ ଦୁଇ ବର୍ଷ ହେଲା କେବେ ବି ମେଡିକାଲ ଯାଇ ନାହାନ୍ତି । ମାନସିକ ବିକାର ଗ୍ରସ୍ତ ହେବା ପରେ ସ୍ଵାମୀ ପର କରି ଦେଲେ । ସେଥିପାଇଁ ଝିଅ ସହ ବାପଘରେ ରହୁଛନ୍ତି ପ୍ରଭାସିନୀ । ଝିଅ କଲେଜ୍ରୁ ଫେରିଲେ ମା କୁ ଖାଇବାକୁ ଡାକିବାକୁ ପୋଖରୀ ତୁଠ କୁ ଯାଏ । କେତେବେଳେ ଝିଅ କଥା ମାନି ଖାଇ ଦିଅନ୍ତି ନ ହେଲେ ତାକୁ ଠେଲି ଦିଅନ୍ତୁ ।
ମୁହଁ କୁ କପଡା ରେ ଏମିତି ଢାଙ୍କି ରଖିଛନ୍ତି ଯେ ତାଙ୍କ ମୁହଁ କୁ ଆଜି ଯାଏଁ ଗାଁ ଲୋକେ ବି ଦେଖି ନାହାନ୍ତି । ମନେ ମନେ ଗୁଣୁ ଗୁଣୁ ହୋଇ କଣ ସବୁ କଥା ହୁଅନ୍ତି । ତାଙ୍କର ଏଭଳି ଅବସ୍ଥା ଦେଖି ଚକିତ ହୋଇ ପଡିଛନ୍ତି ଗାଁ ଲୋକେ । ସ୍ବାମୀଙ୍କ ପରିବାର ଝିଅ ପ୍ରଭାଇଷ୍ଣି ସିନୀ ଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗାଁ ଲୋକେ ।
ତେବେ ପ୍ରଭାସିନୀ ଙ୍କ ସ୍ଵାମୀ ଓ ତାଙ୍କ ପରିବାର ଲୋକେ ଯଦି ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇବେ ତେବେ ହୁଏ ତ ସେ ଠିକ ହୋଇ ପାରିବେ । ଆଉ ଏକ ସଂପୂର୍ଣ୍ଣ ସୁସ୍ଥ ଜୀବନ ବ୍ଯତୀତ କରିବେ ବୋଲି ଆଶା କରୁଛନ୍ତି ପ୍ରଭାସିନୀ ଙ୍କ ପରିବାର ଓ ଗାଁ ଲୋକେ । ତା ହେଲା ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।